ETV Bharat / state

Rera matter in HC: ଆପାର୍ଟମେଣ୍ଟ ବିକ୍ରି ଖରଦି ଉପରେ କୋର୍ଟଙ୍କ ରହିତାଦେଶ

author img

By

Published : Jul 10, 2023, 9:57 PM IST

Etv Bharat
Etv Bharat

ହାଇକୋର୍ଟରେ ରେରା ମାମଲା । ଆଇନ ନ ଆସିବା ପର୍ଯ୍ୟନ୍ତ ଆପାର୍ଟମେଣ୍ଟ ବିକ୍ରି ଖରଦି ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: ରେରା ମାମଲାରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ । ଆଇନ ନ ଆସିବା ପର୍ଯ୍ୟନ୍ତ ଆପାର୍ଟମେଣ୍ଟ ବିକ୍ରି ଖରଦି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଏବେ ବି ଆପାର୍ଟମେଣ୍ଟ ବିକ୍ରି ଖରଦି ନେଇ ଅଚଳାବସ୍ଥା ଜାରି କରାଯାଇଛି । ରୁଲ ନ ଆସିବା ପର୍ଯ୍ୟନ୍ତ ଆପାର୍ଟମେଣ୍ଟ ବିକ୍ରି ଖରଦି ହୋଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ରାଜ୍ୟ ସରକାର ୩ ମାସ ମଧ୍ୟରେ ଆଣିବେ ଆପାର୍ଟମେଣ୍ଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ରୁଲ । ଏ ନେଇ ହାଇକୋର୍ଟଙ୍କୁ ବି ଅବଗତ କରିଛନ୍ତି ରାଜ୍ୟ ସରକାର।

ରାଜ୍ୟ ସରକାର ନିକଟରେ ଏ ନେଇ ମଧ୍ୟ ଅଧ୍ୟାଦେଶ ଆଣିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ମାମଲାର ଶୁଣାଣି କରି ମାମଲାରେ ଅନ୍ତ ଘଟାଇଛନ୍ତି କୋର୍ଟ। ରେରା ଆଇନ ଅନୁଯାୟୀ ଫ୍ଲାଟ ଓନର ଆସୋସିଏସନ ପଞ୍ଜିକରଣ ବିନା ଫ୍ଲାଟ ବିକ୍ରି ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ମୁଖ୍ୟ ପଞ୍ଜିକରଣ ଅଧିକାରୀ (IGR) ସମସ୍ତ ପଞ୍ଜିକରଣ ଗତ ମେ ୧୨ ତାରିଖରୁ ବନ୍ଦ କରିଥିଲେ । ୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣ୍ରୟନ ହୋଇଥିବା ବେଳେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା ।

ଏହା ବି ପଢନ୍ତୁ- ରେରା ଦାଖଲ କରିଥିବା ପିଟିସନ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ

ଏହାପରେ ୨୦୧୬ରେ ରିଅଲ ଇଷ୍ଟେଟ କାରବାରକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା । ରେରା ଆଇନ ଅନୁସାରେ କୌଣସି ଆପର୍ଟମେଣ୍ଟରେ ଫ୍ଲାଟ କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ ଗଠନ କରିପାରିବେ । ଏହାର ଅର୍ଥ ଆପର୍ଟମେଣ୍ଟ କ୍ରୟ ସମ୍ପର୍କିତ ଦଲିଲ କାର୍ଯ୍ୟକାରୀ ପୂର୍ବରୁ ଏପରି ଆସୋସିଏସନ କରି ହେବ। ଯଦି ଫ୍ଲାଟ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଙ୍ଘନ ହୁଏ ତେବେ ଏପରି ଆସୋସିଏସନ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ। ରେରା ଆଇନ ବଳବତ୍ତର ରହିଥିବା ବେଳେ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ।

ଏ ସମ୍ପର୍କିତ ୧୯୯୨ର ନିୟମାବଳୀରେ ସଂଶୋଧନ କରିଥିଲେ ସରକାର । ଆପର୍ଟମେଣ୍ଟର ଅତି କମରେ ୮ଟି ଫ୍ଲାଟର ବିକ୍ରି ପରେ ଆପର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ କରି ହେବ ବୋଲି ନୂଆ ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଥିଲା । ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚରଣ କରୁଛି ଓ ଆପର୍ଟମେଣ୍ଟ ମାଲିକଙ୍କ ସ୍ବାର୍ଥ ବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଆପର୍ଟମେଣ୍ଟର ସାଧାରଣ ଅଞ୍ଚଳ(କମନ ଏରିଆ) ମାଲିକମାନଙ୍କୁ ନେଇ ଗଠିତ ଆସୋସିଏସନ ନାଁରେ ପଞ୍ଜିକୃତ ହେବା କ୍ଷେତ୍ରରେ ସଂଶୋଧିତ ନିୟମାବଳୀ ବାଧା ସୃଷ୍ଟି କରୁଛି । ଏପରି ସଂଶୋଧନ ନିୟମାବଳୀକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.