ETV Bharat / state

SCBରେ ଅଗ୍ନି ନିରାପତ୍ତା ଵ୍ୟଵସ୍ଥା ପାଇଁ ଲାଗିବ 9 ମାସ, ସତ୍ୟପାଠରେ ଉଲ୍ଲେଖ

author img

By ETV Bharat Odisha Team

Published : Jan 5, 2024, 8:19 AM IST

ଏସସିବି ଅଗ୍ନି ନିରାପତ୍ତା ବ୍ୟବସ୍ଥା
SCB Fire Safety Case

SCB Fire Safety Case: ହାଇକୋର୍ଟରେ ଏସସିବି ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ଶୁଣାଣି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ । ଅଧିକ ପଢନ୍ତୁ

କଟକ: କଟକ ବଡ଼ ମେଡିକାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗ । ଏସସିବିରେ ସମ୍ପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ 9 ମାସ ସମୟ ଲାଗିବ। ଏନେଇ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି । ଗତ ଡିସେମ୍ବର 14ର ନିର୍ଦ୍ଦେଶ ପାଳନ କରି ଏସସିବି ଅଧୀକ୍ଷକଙ୍କ ପକ୍ଷରୁ ହାଇକୋର୍ଟରେ ଏହି ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣି କରି ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଏସସିବି ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଥିବା କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଚଜ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଧେଶ ଦେଇଛନ୍ତି।



ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ କେବେ ସୁଦ୍ଧା ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେବ, ସେ ନେଇ ଅବଗତ କରିବାକୁ ହାଇକୋର୍ଟ ଅଗଷ୍ଟ ୧୪ରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ଜଣାଇବାକୁ ରାଜ୍ୟ ସରକାର ଓ ଏସ୍‌ସିବି ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେତେ ତାରିଖ ସୁଦ୍ଧା ଏସ୍‌ସିବିରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ସେ ନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅବଗତ କରିବାକୁ ହାଇକୋର୍ଟ କହିଥିଲେ। ଗତ ବର୍ଷ ସେପ୍ଟେମ୍ବର ୧୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ଅଗଷ୍ଟ ୧୪ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେପ୍ଟେମ୍ବର ୧୧ରେ ରାଜ୍ୟ ସରକାର ‌ଦାଖଲ କରିଥିବା ଜବାବକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଥିଲେ। ଏଥି ସହିତ ସାନି ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏସସିବି ମେଡିକାଲ କଲେଜରେ ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ଏହାପରେ ନଭେମ୍ବର ୧୭ରେ ଏ ନେଇ ଅତିରିକ୍ତ ସତ୍ୟପାଠ ହାଇକୋର୍ଟରେ ଏସସିବି ଅଧୀକ୍ଷକ ଦାଖଲ କରିଥିଲେ।

ଏହା ମଧ୍ୟ ପଢନ୍ତୁ- SCBରେ ତୁରନ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ହାଇକୋର୍ଟ ନିର୍ଦ୍ଦେଶ; ୩ରେ ପରବର୍ତ୍ତୀ ଶୁଣାଣି


2013ରେ ଏସସିବି ମେଡିକାଲ କଲେଜରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଅଧୀକ୍ଷକଙ୍କ ତରଫରୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିଲା। ସେତେବେଳେ ଏଥିପାଇଁ 95 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଦର୍ଶାଇ ଆବେଦନକାରୀ 2015ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହିତ ଏସସିବିର ସବୁ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.