ETV Bharat / state

ଫେବୃଆରୀରେ ଓଡିଶା କ୍ରିକେଟ ଲିଗ ଆୟୋଜନ କରିବ OCA

author img

By

Published : Dec 19, 2022, 10:59 PM IST

ଓଡିଶା କ୍ରିକେଟ ସଂଘର ସାଧାରଣ ପରିଷଦ ବୈଠକ
ଓଡିଶା କ୍ରିକେଟ ସଂଘର ସାଧାରଣ ପରିଷଦ ବୈଠକ

ଓଡିଶା କ୍ରିକେଟ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

କଟକ: ଓସିଏର ସଭାପତି ଭାବରେ ପ୍ରଣବ ପ୍ରକାଶ ଦାସ ଡକାଇଲେ ପ୍ରଥମ ବୈଠକ । ଓଡିଶା କ୍ରିକେଟ ସଂଘର (OCA) ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓସିଏର ନୂଆ କମିଟି ଗଠନ ପରେ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ଅଧୀନରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବିଶେଷକରି ଆସନ୍ତା 11 ତାରିଖରେ ହେବାକୁ ଥିବା ହକି ବିଶ୍ବକପର ଉଦଘାଟନୀ ଉତ୍ସବ କିପରି ସୁଚାର ରୂପେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ।

ଏହାଛଡ଼ା ଆଗମୀ ଓଡିଶା କ୍ରିକେଟ ଲିଗ ( OCL ) ପାଇଁ ମଧ୍ୟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛି ଓସିଏ । ଆସନ୍ତା ବର୍ଷ ଫ୍ରେବୁଆରୀରେ ବାରବାଟୀ ଷ୍ଟାଡିୟମରେ ଟି20 ଫର୍ମାଟରେ OCL ଅନୁଷ୍ଠିତ ହେବ । ଏହାସହ ବିଭିନ୍ନ ବୟସ ଵର୍ଗରେ କୋଚ ନିଯୁକ୍ତି ପ୍ରକ୍ରିୟା ପାଇଁ ମଧ୍ୟ ଏହି ବୈଠକରେ ସ୍ଥିର ହୋଇଛି । ଏହି ସାଧାରଣ ପରିଷଦ ବୈଠକରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ , ସମ୍ପାଦକ ସଞ୍ଜୟ ବେହେରା ,ସମେତ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ ।

ସେପଟେ ହକି ବିଶ୍ବକପ ପାଇଁ ଉତ୍ସବ ମୁଖର କଟକ ସହର । ଏହି ମେଗା ଇଭେଣ୍ଟର ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜନ କରାଯିବ । ଜାନୁଆରୀ 11 ତାରିଖରେ ସିଲଭର ସିଟି କଟକରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ପ୍ରସ୍ତୁତି ପ୍ରକ୍ରିୟା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତପ୍ତର ପ୍ରକାଶ ପାଇଛି । ବାରବାଟୀ ଷ୍ଟାଡିୟମର କାର୍ଯ୍ୟ ଓସିଏକୁ ଦିଆଯାଇଛି । ସିଏମସି ମଧ୍ୟ ଏହି କାର୍ଯ୍ୟ ଉପରେ ଦୃଷ୍ଟି ରଖିଛି । ଯେପରି ଉତ୍ସବ ସମୟରେ ଲୋକମାନେ କଟକରେ ହକି ଫିଭରକୁ ଅନୁଭବ କରିବେ ସେନେଇ ଏହି ପ୍ରୟାସ ଜାରି ରହିଛି ।

ଆଉ ଦିନ କେଇଟା ପରେ ଆରମ୍ଭ ହେବ ହକି ବିଶ୍ବକପ ୨୦୨୩ । ତାରିଖ ଯେତେ ପାଖଉଛି ପ୍ରସ୍ତୁତି ସେତେ ଜୋରସରରେ ଆଗେଇ ଚାଲିଛି । ହକି ବିଶ୍ବକପ ପାଇଁ ବାଜି ସାରିଛି ବିଗୁଲ । ୨୦୨୩ ହକିବିଶ୍ବକପର ଆୟୋଜକ ରହିଛି ଓଡ଼ିଶା । ଜାନୁଆରୀ ୧୩ରୁ ୨୯ ଯାଏଁ ଖେଳାଯିବ ହକି ବିଶ୍ବକପ । ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହାଏକ ସ୍ମରଣୀୟ ବିଶ୍ବକପ ଆୟୋଜନ ହେବାନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.