ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

author img

By ETV Bharat Odisha Team

Published : Dec 4, 2023, 4:00 PM IST

ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Cuttack Balijatra extends by one day
Cuttack Balijatra extends by one day

ଭୁବନେଶ୍ବର: ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ସୋମବାର) ନିଷ୍ପତ୍ତି ନେଇଛନ୍ତି । ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଐତିହାସିକ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ବାଲିଯାତ୍ରାରେ ଗୀତରେ ମତୁଆଲା କଲେ ଅନୁ ମଲ୍ଲିକ, ଓଡିଶାକୁ ନେଇ କହିଲେ ଏମିତି...

ବାଲିଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି । ଏଥିରେ ବିପୁଳ ଜନ ସମାଗମ ହେଉଛି । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାର ଥିଲା । କଟକର ଐତିହାସିକ ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ ପ୍ରବଳ ଭିଡ଼ ଜମିଥିଲା । ରବିବାର ଥିବାରୁ ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ଭିଡ଼ ପରିଲକ୍ଷିତ ହୋଇଥିଲା । ରବିବାର ଅପରାହ୍ନରୁ ବାଲିଯାତ୍ରା ପଡ଼ିଆ ଲୋକାରଣ୍ୟ ହୋଇଉଠିଥିଲା । ମେଳାରେ ଜନ ସମୁଦ୍ର ସତେ ଯେମିତି ଲହଡି ମାରୁଥିଲା । ପରିସ୍ଥତି ଏପରି ହୋଇଥିଲା ଯେ, ଅପରାହ୍ନ ୪ଟାରୁ ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଜାମ ହୋଇଯାଇଥିଲା । ପଡ଼ିଆ ନିକଟବର୍ତ୍ତୀ ପାର୍କିଂ ଗୁଡ଼ିକରେ ଗାଡ଼ି ରଖିବାକୁ ସ୍ଥାନ ନଥିଲା । ଜିଲ୍ଲା ପ୍ରଶାସନର ଆକଳନ ମୁତାବକ ଶନିବାର ସନ୍ଧ୍ୟାରେ ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାଲିଯାତ୍ରା ପଡ଼ିଆକୁ ଆସିଥିଲେ ।

ଏହା ବି ପଢନ୍ତୁ- ସନ୍ଧ୍ୟା ନହେଉଣୁ ବାଲିଯାତ୍ରାରେ ଅସମ୍ଭାଳ ଭିଡ଼, ରାସ୍ତାରେ ଫିସିଛି କାର-ବାଇକ

କିନ୍ତୁ ଆଜି କେବଳ ସନ୍ଧ୍ୟା ସୁଦ୍ଧା ୧୨ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାଲିଯାତ୍ରା ପଡିଆରେ ସମାଗମ ହେବାର ଆକଳନ କରିଛି ପ୍ରଶାସନ । ବିଳମ୍ବିତ ସନ୍ଧ୍ୟାରେ ଭିଡ଼ ଆହୁରି ଅଣାୟତ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସେପଟେ ବିଶିଷ୍ଟ ସଂଗୀତକାର ଅନୁ ମଲ୍ଲିକ ଓ ତାଙ୍କ ଟିମ୍‌ ଆଜି ବାଲିଯାତ୍ରାରେ ସଙ୍ଗୀତ ପରିବେଷଣ କରିବା କାର୍ଯ୍ୟକ୍ରମ ଥିବାରୁ ରବିବାର ସନ୍ଧ୍ୟା ବେଶ ରୋମାଞ୍ଚକର ହେବ ବୋଲି କୁହାଯାଉଛି । ବାଲିଯାତ୍ରାର ସପ୍ତମ ସଂନ୍ଧ୍ୟାରେ ନିଜ ସଙ୍ଗୀତ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଥିଲେ ବଲିଉଡର ଲୋକପ୍ରିୟ ସଙ୍ଗୀତକାର ତଥା କଣ୍ଠଶିଳ୍ପୀ ଅନୁ ମଲ୍ଲିକ । ତାଙ୍କ ଦମଦାର ପ୍ରଦର୍ଶନରେ ଶୀତୁଆ ରାତିରେ ବଢ଼ି ଯାଇଥିଲା ତାତି ।

ଚଳିତବର୍ଷ ବାଲିଯାତ୍ରାର ଦ୍ବିତୀୟ ବଲିଉଡ୍ ନାଇଟ୍ କାର୍ଯ୍ୟକ୍ରମରେ ମତୁଆଲା ହୋଇଥିଲେ ଦର୍ଶକ । ପୂର୍ବରୁ ବଲିଉଡ କଣ୍ଠଶିଳ୍ପୀ ସିଚନ ସାଙ୍ଗବୀ ଏବଂ ଡିଗର ସରୈୟା ବାଲିଯାତ୍ରାର ୬ଷ୍ଠ ସନ୍ଧ୍ୟାରେ ସାମିଲ ହୋଇ ନିଜ ଗୀତରେ ଦର୍ଶକଙ୍କ ମନ ଜିତିଥିଲେ । ଏହିପରି ୭ମ ସଂନ୍ଧ୍ୟାରେ ବିଶିଷ୍ଟ ବଲିଉଡ୍ ସଙ୍ଗୀତକାର ଅନୁ ମଲ୍ଲିକଙ୍କ ଗୀତରେ ଝୁମିଥିଲେ ଦର୍ଶକ । ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ଅନୁ ମଲ୍ଲିକ ଏବଂ ଟିମଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ମଞ୍ଚ ନିକଟକୁ ବଢିଥିଲା ଦର୍ଶକଙ୍କ ଭିଡ଼ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.