ETV Bharat / state

ବାଲିଯାତ୍ରାରେ ଗୀତରେ ମତୁଆଲା କଲେ ଅନୁ ମଲ୍ଲିକ, ଓଡିଶାକୁ ନେଇ କହିଲେ ଏମିତି...

author img

By ETV Bharat Odisha Team

Published : Dec 4, 2023, 11:06 AM IST

Cuttack Balijatra 2023: ଜମୁଛି ବାଲିଯାତ୍ରାର ମାହୋଲ । ମୀନାବଜାର ସାଙ୍ଗକୁ ଖାଦ୍ୟ ଷ୍ଟଲର ଖୁବ ମଜା ନେଉଛନ୍ତି ଦର୍ଶକ । କେବଳ ଏତିକି ନୁହେଁ ବଲିଉଡ ସଙ୍ଗୀତକାରଙ୍କ ପରଫରମାନ୍ସ ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି । ଅଧିକ ପଢନ୍ତୁ

ବାଲିଯାତ୍ରାରେ ଅନୁ ମଲ୍ଲିକଙ୍କ କ୍ରେଜ, ଗୀତରେ ମତୁଆଲା ହେଲେ ଦର୍ଶକ
ବାଲିଯାତ୍ରାରେ ଅନୁ ମଲ୍ଲିକଙ୍କ କ୍ରେଜ, ଗୀତରେ ମତୁଆଲା ହେଲେ ଦର୍ଶକ

ବାଲିଯାତ୍ରାରେ ଅନୁ ମଲ୍ଲିକଙ୍କ କ୍ରେଜ, ଗୀତରେ ମତୁଆଲା ହେଲେ ଦର୍ଶକ

କଟକ: ସରି ସରି ଆସୁଛି ବାଲିଯାତ୍ରା । ଆଉ ଲୋକଙ୍କ ମଧ୍ୟରେ ବଢୁଛି ବାଲିଯାତ୍ରା କ୍ରେଜ । ମୀନାବଜାର ସାଙ୍ଗକୁ ଖାଦ୍ୟ ଷ୍ଟଲର ଖୁବ ମଜା ନେଉଛନ୍ତି ଦର୍ଶକ । ଏଥିସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବଲିଉଡ ଏବଂ ଓଲିଉଡ କଣ୍ଠଶିଳ୍ପୀଙ୍କ ପ୍ରଦର୍ଶନ ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି । ଗତକାଲି(ରବିବାର) ଥିଲା କଟକର ଐତିହାସିକ ବାଲିଯାତ୍ରାର ସପ୍ତମ ସନ୍ଧ୍ୟା । ରବିବାର ଥିବାରୁ ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ଭିଡ଼ ପରିଲକ୍ଷିତ ହୋଇଥିଲା । ବାଲିଯାତ୍ରାର ସପ୍ତମ ସଂନ୍ଧ୍ୟାକୁ ନିଜ ସଙ୍ଗୀତ ଯାଦୁରେ ମତୁଆଲା କରିଥିଲେ ବଲିଉଡର ଲୋକପ୍ରିୟ ସଙ୍ଗୀତକାର ତଥା କଣ୍ଠଶିଳ୍ପୀ ଅନୁ ମଲ୍ଲିକ । ତାଙ୍କ ଦମଦାର ପ୍ରଦର୍ଶନରେ ଶୀତୁଆ ରାତିରେ ବଢି ଯାଇଥିଲା ତାତି ।

ଚଳିତବର୍ଷ ବାଲିଯାତ୍ରାର ଦ୍ବିତୀୟ ବଲିଉଡ୍ ନାଇଟ୍ କାର୍ଯ୍ୟକ୍ରମରେ ମତୁଆଲା ହୋଇଥିଲେ ଦର୍ଶକ । ପୂର୍ବରୁ ବଲିଉଡ କଣ୍ଠଶିଳ୍ପୀ ସିଚନ ସାଙ୍ଗବୀ ଏବଂ ଡିଗର ସରୈୟା ବାଲିଯାତ୍ରାର ୬ଷ୍ଠ ସନ୍ଧ୍ୟାରେ ସାମିଲ ହୋଇ ନିଜ ଗୀତରେ ଦର୍ଶକଙ୍କ ମନ ଜିତିଥିଲେ । ଏହିପରି ୭ମ ସଂନ୍ଧ୍ୟାରେ ବିଶିଷ୍ଟ ବଲିଉଡ୍ ସଙ୍ଗୀତକାର ଅନୁ ମଲ୍ଲିକଙ୍କ ଗୀତରେ ଝୁମିଥିଲେ ଦର୍ଶକ । ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ଅନୁ ମଲ୍ଲିକ ଏବଂ ଟିମଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ମଞ୍ଚ ନିକଟକୁ ବଢିଥିଲା ଦର୍ଶକଙ୍କ ଭିଡ଼।

ମଞ୍ଚରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ଗାଇ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଅନୁ ମଲ୍ଲିକ ଏବଂ ତାଙ୍କ ଟିମ୍ । ସେପଟେ ବାଲିଯାତ୍ରାକୁ ନେଇ ପ୍ରତିକ୍ରିୟା ଦେଇ ଅନୁ ମଲ୍ଲିକ କହିଛନ୍ତି ଯେ, କଟକ ବାଲିଯାତ୍ରାକୁ ଆସି ବହୁତ ଭଲ ଲାଗିଛି । ବିଶେଷକରି ଓଡିଶାର ଲୋକମାନେ ବାଲିଯାତ୍ରାରେ ବହୁତ ଭଲପାଇବା ଦେଇଛନ୍ତି । ଏହା ସବୁବେଳେ ମନେରହିବ ବୋଲି କହିଛନ୍ତି ଅନୁ ମଲ୍ଲିକ ।

ଏହା ମଧ୍ୟ ପଢନ୍ତୁ: ବାଲିଯାତ୍ରା ଷଷ୍ଠ ସନ୍ଧ୍ୟା: ଗୀତରେ ଝୁମାଇଲେ ସଚିନ-ଜିଗର

ସୂଚନା ଥାଉ କି, କାଲି କାଲି ଆଖେଁ, ଜିନେ କେ ହେ ଚାର ଦିନ୍, ମେ ଖିଲାଡି ତୁ ଅନାଡି ଭଳି ସୁପରହିଟ୍ ଗୀତ ଗାଇ ଦର୍ଶକଙ୍କୁ ଦିୱାନା କରିଥିଲେ ଅନୁ ମଲ୍ଲିକ । ଅନେକ ଦର୍ଶକ ଅନୁ ମଲ୍ଲିକଙ୍କ ଗୀତରେ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଦର୍ଶକଙ୍କ ତାଳି ଏବଂ ଡ୍ୟାନ୍ସରେ କମ୍ପିଥିଲା ବାଲିଯାତ୍ରା ପୁରା ପରିବେଶ । ୨ ଘଣ୍ଟାରେ ଅନୁ ମଲ୍ଲିକଙ୍କ ଟିମ୍ ନନଷ୍ଟପ୍ ୨୦ ରୁ ଅଧିକ ଗୀତ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶେଷ ଗୀତ ଭାବେ "ସନ୍ଦେଶେ ଆତେ ହେଁ" ଗୀତ ଗାଇ ଦର୍ଶକଙ୍କୁ ଭାବବିହ୍ବଳ କରି ଦେଇଥିଲେ ଅନୁ ମଲ୍ଲିକଙ୍କ ଟିମ୍ । ଏହି ଗୀତରେ ବାଲିଯାତ୍ରା ମଞ୍ଚରେ ଦେଶାତ୍ମବୋଧକ ପରିବେଶ ସୃଷ୍ଟି ହେବା ସହ ଠିଆ ହୋଇ ଦେଶପ୍ରେମର ଭାବନା ଦେଖାଇଥିଲେ ଦର୍ଶକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.