ETV Bharat / state

ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ, ଶାନ୍ତନୁ ମିଶ୍ରଙ୍କ କାନ୍ଧରେ କମାଣ

author img

By ETV Bharat Odisha Team

Published : Dec 29, 2023, 10:57 PM IST

ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ
ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ

Ranji Trophy 2024: ଆଗାମୀ ରଣଜୀ ସିଜିନ୍‌ ପାଇଁ ଘୋଷଣା ହେଲା ଓଡ଼ିଶା ଦଳ । ଶାନ୍ତନୁ ମିଶ୍ରଙ୍କ କାନ୍ଧରେ ଅଧିନାୟକ ଭାର । ଅଧିକ ପଢ଼ନ୍ତୁ

ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ

କଟକ: ଘୋଷଣା ହେଲା ଓଡିଶା ରଣଜୀ ଦଳ । 15 ଜଣିଆ ଟିମ୍‌ ଘୋଷଣା କଲା ଓଡିଶା କ୍ରିକେଟ ସଙ୍ଘ । ଶାନ୍ତନୁ ମିଶ୍ରଙ୍କ କାନ୍ଧରେ ରହିଛି ଅଧିନାୟକ ଭାର । ଜାନୁଆରୀ 5 ତାରିଖରେ ଓଡିଶା ଆରମ୍ଭ କରିବ ରଣଜୀ ଅଭିଯାନ । ଏହି ସିଜିନ୍‌ରେ ମୋଟ 7 ମ୍ୟାଚ୍‌ ଖେଳିବାକୁ ଥିବା ଓଡ଼ିଶା ଦଳ ଜାନୁଆରୀ 5ରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ । ବରୋଦା ଓ ମଧ୍ୟପ୍ରଦେଶ ସହ ଖେଳାଯିବାକୁ ଥିବା ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଚୟନ କରାଯାଇଛି ଏହି 15 ଜଣିଆ ଟିମ୍‌ । ଦଳରେ ଦୁଇ ନୂଆ ମୁହଁ ଭାବରେ ସୁମିତ ଶର୍ମା ଓ ଆଶୀର୍ବାଦ ସ୍ବାଇଁଙ୍କୁ ମିଳିଛି ସ୍ଥାନ । ଗତ ରଣଜୀ ସଂସ୍କରଣରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଯାହା ଏଥର ଚୟନ ହୋଇଥିବା ଦଳ ଦୋହରାଇବ ନାହିଁ ବୋଲି ଓଡ଼ିଆ କ୍ରିକେଟ୍‌ ପ୍ରେମୀ ଆଶା କରିଛନ୍ତି ।

ଘୋଷଣା ହୋଇଥିବା ଦଳର ଟପ୍‌ ଅର୍ଡରରେ ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ବାଳ, ରାଜେଶ ଧୂପର ଓ ଆଶୀର୍ବାଦ ସ୍ବାଇଁଙ୍କ ଭଳି କ୍ରିକେଟର ରହିଛନ୍ତି । ୱିକେଟ୍‌ କିପର ଭାବରେ ରାଜେଶ ଧୂପର ଓ ନବାଗତ ଆଶୀର୍ବାଦ ସ୍ବାଇଁଙ୍କୁ ମିଳିବ ଦାୟିତ୍ବ । ସେହିପରି ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ କୁମାର ରାଉଳ, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରୟାସ ସିଂ, ସୁମିତ ଶର୍ମା ଓ ଗୋବିନ୍ଦ ପୋଦାର ଦଳରେ ରହିଛନ୍ତି । ଏହି ସିଜିନରେ ଓଡିଶା ମୋଟ 7ଟି ମ୍ୟାଚ୍‌ ଖେଳିବ । ପ୍ରଥମ ମ୍ୟାଚ୍‌ରେ ବରୋଦା, ଏହାପରେ ମଧ୍ୟପ୍ରଦେଶ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ପଣ୍ଡିଚେରୀ, ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ଭେଟିବ ଓଡିଶା ।

ଏହା ମଧ୍ୟ ପଢ଼ନ୍ତୁ...ହାତରେ ନାହିଁ ବାରବାଟୀ ମାଲିକାନା, ଉନ୍ନତିକରଣ ପାଇଁ ଅଣ୍ଟା ଭିଡ଼ିଛି ଓସିଏ

ତେବେ ବିସିସିଆଇର ଘରୋଇ ସିଜିନ୍‌ ମଧ୍ୟରେ ରଣଜୀ ଟ୍ରଫି ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ । ଏହି ଟ୍ରଫି ପାଇଁ ସବୁ ରାଜ୍ୟ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥାଏ । ତେବେ ଗତ ସିଜିନରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳକୁ ମଜଭୁତ କରିବା ପାଇଁ ନେଟ୍‌ରେ ଅନେକ ଅଭ୍ୟାସ, କ୍ୟାମ୍ପ, ଅଭ୍ୟାସ ମ୍ୟାଚ୍‌ ଇତ୍ୟାଦି ଖେଳିଛି ଏହି ଟିମ । ପ୍ରଥମ ଥର ପାଇଁ ଓଡ଼ିଶା ଦଳରେ ସ୍ଥାନ ପାଇଛନ୍ତି ସୁମିତ ଶର୍ମା ଓ ଆଶୀର୍ବାଦ ସ୍ବାଇଁ । ତେବେ ଏହି ସିଜିନରେ ନିଶ୍ଚୟ ଓଡିଶା ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ 2024, ଭୁଲ କାହାର ଓସିଏ ନାଁ ଖେଳାଳି !

ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ: ଶାନ୍ତନୁ ମିଶ୍ର (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ବାଳ, ରାଜେଶ ଧୂପର, ଆଶୀର୍ବାଦ ସ୍ବାଇଁ, ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ କୁମାର ରାଉଳ, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରୟାସ ସିଂ, ସୁମିତ ଶର୍ମା ଓ ଗୋବିନ୍ଦ ପୋଦାର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.