ETV Bharat / state

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

author img

By ETV Bharat Odisha Team

Published : Oct 19, 2023, 8:44 AM IST

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ 20 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଅଧିକ ପଢନ୍ତୁ

କଟକ: 3 ବର୍ଷ ପରେ ମିଳିଲା ନ୍ୟାୟ । ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଜେଲ ଦଣ୍ଡାଦେଶ ହୋଇଛି । କଟକ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକସୋ ଅଦାଲତ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

ଅଭିଯୁକ୍ତ ଜଣକ କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସ ଗ୍ରାମର ରାଜେଶ ମଲ୍ଲିକ । ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୨୧ ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ । ଆଇପିସିର ଦଫା ୩୬୩, ୩୬୬, ୫୦୬ ଓ ପୋକସୋ ଆଇନର ଧାରା ୬ରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଜୋରିମାନା ଟଙ୍କ‌ା ଅନାଦେୟ ଆସାମୀକୁ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୀଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ...ଦୁଷ୍କର୍ମ ପୀଡିତାଙ୍କୁ ୯ ବର୍ଷ ପରେ ନ୍ୟାୟ, ଅଭିଯୁକ୍ତକୁ ୩ ବର୍ଷ ଜେଲଦଣ୍ଡ

କଣ ପୂରା ଘଟଣା: ୨୦୨୦, ଅଗଷ୍ଟ ୬ରେ ପୀଡ଼ିତା ନାବାଳିକାଙ୍କ ମାଆ ସାଲେପୁର ଥାନାରେ ଏକ ଏତଲା ଦେଇଥିଲେ । ଏତଲାରେ ଦର୍ଶାଇଥିଲେ ଯେ, ଘଟଣାର ୮ ଦିନ ପୂର୍ବେ ୧୭ ବର୍ଷୀୟା ପୀଡ଼ିତା ଦୁଇ ଝିଅ ସାଙ୍ଗଙ୍କ ସହିତ କେଉଁ ଆଡ଼େ ଚାଲି ଯାଇଥିଲେ । ଦିନକ ପରେ ପୀଡ଼ିତା ଫୋନ ମାଧ୍ୟମରେ କହିଥିଲେ ଯେ ସେମାନେ ତିନି ଜଣ କଟକର ଏକ କମ୍ପାନୀରେ ଚାକିରି ପାଇଛନ୍ତି ଓ ଦରମା ମିଳିବା ପରେ ଘରକୁ ଫେରିବେ । କିନ୍ତୁ ୨୦୨୦, ଅଗଷ୍ଟ ୫ରେ ପୀଡ଼ିତାଙ୍କ ଦୁଇ ସାଙ୍ଗ ସେମାନଙ୍କ ଘରକୁ ଫେରି ଆସିଥିଲେ। ସେମାନେ ପୀଡ଼ିତାଙ୍କ ବିଷୟରେ କିଛି ଜାଣି ନଥିବା କହିଥିଲେ ।

ଏହା ବି ପଢନ୍ତୁ...ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ 20 ବର୍ଷ ଜେଲ

ଏହାପରେ ପୀଡ଼ିତାଙ୍କ ମାଆ ଝିଅକୁ ଉଦ୍ଧାର ପାଇଁ ପୋଲିସକୁ ଅନୁରୋଧ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ରାଜେଶକୁ ୨୦୨୦, ନଭେମ୍ବର ୩୦ରେ ଗିରଫ କରିଥିଲା । ୨୦୨୦, ଜୁଲାଇ ୩୦ରେ ସାଲେପୁର ଥାନା ଅଞ୍ଚଳରୁ ପୀଡ଼ିତାଙ୍କୁ ଅପହରଣ କରି ରାଜେଶ ବିବାହ କରିବାକୁ କହିଥିଲା । ଧମକ ଚମକ ଦେବା ସହିତ ଶାରୀରିକ ସମ୍ପର୍କ ରଖିଥିବା ତଦନ୍ତ ସମୟରେ ଜଣା ପଡ଼ିଥିଲା । ମାମଲାର ତଦନ୍ତ କରି ସାଲେପୁର ପୋଲିସ ରାଜେଶ ବିରୋଧରେ ୨୦୨୧, ମାର୍ଚ୍ଚ ୧ରେ ଚାର୍ଜସିଟ୍‌ ଦାଖଲ କରିଥିଲା । ଏହି ମାମଲାର ଶୁଣାଣି ସମୟରେ ମୋଟ ୧୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.