ETV Bharat / state

ଦୁଷ୍କର୍ମ ପୀଡିତାଙ୍କୁ ୯ ବର୍ଷ ପରେ ନ୍ୟାୟ, ଅଭିଯୁକ୍ତକୁ ୩ ବର୍ଷ ଜେଲଦଣ୍ଡ

author img

By

Published : Apr 1, 2023, 10:15 AM IST

ମହିଳାଙ୍କୁ ଦୁଷ୍କର୍ମ କରିବା ମାମଲାରେ 9 ବର୍ଷ ପରେ ରାୟ ଶୁଣାଇଲେ କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟ। ଦୁଷ୍କର୍ମକାରୀକୁ 3 ବର୍ଷ ଜେଲ । ଅଧିକ ପଢନ୍ତୁ

Etv Bharat
Etv Bharat

କେନ୍ଦ୍ରାପଡା: ମହିଳାଙ୍କୁ ଚେତାଶୂନ୍ୟ କରାଇ ଦୁଷ୍କର୍ମ କରିବା ଘଟଣା । ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟ । ଘଟଣାର 9 ବର୍ଷ ପରେ ଦୁଷ୍କର୍ମକାରୀ ବିରୋଧରେ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଫାଷ୍ଟଟ୍ରାକ କୋର୍ଟ । ୩ ବର୍ଷ ଜେଲ ଦଣ୍ଡ ସହିତ ୫ ହଜାର ଟଙ୍କାର ଜରିମାନାରେ ଅଭିଯୁକ୍ତକୁ ଦଣ୍ଡିତ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୁଲିଆ ଓରଫ ଗୁରୁ ଚରଣ ସେଠୀ ।

ଏହା ମଧ୍ୟ ପଢନ୍ତୁ-ପୂରଣ ହେବ ରାଜ୍ୟବାସୀଙ୍କ ସ୍ୱପ୍ନ ! ଟ୍ୱିନ୍ ସିଟିରେ ପ୍ରସ୍ତାବିତ ମେଟ୍ରୋ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୧୪ ମସିହା ଅଗଷ୍ଟ ମାସ ୨୬ ତାରିଖ ବିଳମ୍ବିତ ରାତିରେ ପୀଡିତାଙ୍କ ଘର କବାଟ ବାଡେଇଥିଲା ଅଭିଯୁକ୍ତ । ପାଣି ପିଇବାକୁ ବାରମ୍ବାର ଅନୁରୋଧ କରି କବାଟ ବାଡେଇବାରେ ସମ୍ପୃକ୍ତ ମହିଳା ଜଣଙ୍କ କବାଟ ଖୋଲି ଦେବାରୁ ତାଙ୍କ ବର୍ଷକର ପୁଅ ବେକରେ ଛୁରୀ ଲଗାଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ନଚେତ୍‌ ମହିଳାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଗୁଲିଆ ଧମକ ଦେଇଥିଲା । ଏହାପରେ ମହିଳାଙ୍କ ନାକରେ ଏକ କେମିକାଲ ଯୁକ୍ତ ରୁମାଲକୁ ଲଗାଇ ଦେଇଥିଲା । ଫଳରେ ମହିଳା ଜଣଙ୍କ ଅଚେତ ହୋଇପଡିବା ପରେ ତାଙ୍କୁ ନିକଟସ୍ଥ ଏକ ପାଳଗଦା ମୁଳକୁ ଟେକି ନେଇ ଦୁଷ୍କର୍ମ କରିଥିଲା ।

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ବର୍ଷା, ବିଜେପି ନେତାଙ୍କ ଆକ୍ଷେପ ବେଳେ ଆପଣ ଚୁପ ଥିଲେ କାହିଁକି ?

ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହେବା ପରେ କେଶ ନମ୍ବର ୨୪୦/୨୦୧୪ରେ ଏକ ଦୁଷ୍କର୍ମ ମାମଲା ପୋଲିସ ରୁଜ୍ଜୁ କରିଥିଲା । ଏହାପରେ ପୋଲିସ ତଦନ୍ତ କରି କୋର୍ଟରେ ରିପୋର୍ଟ ଦାଖଲ କରିଥିଲା । ପରେ କେନ୍ଦ୍ରାପଡା ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଜଜ ତ୍ରିବିକ୍ରମ କେଶରୀ ଚିନ୍ନାରା ଜି.ଆର. କେଶ ନମ୍ବର ୩୬୨/୨୦୧୪ ଓ ଏସ.ଟି.କେଶ ନମ୍ବର ୧୩୩/୨୦୧୫ରେ ସଂପୃକ୍ତ ମାମଲାର ଶୁଣାଣି କରି ୧୨ଜଣ ସାକ୍ଷୀଙ୍କ ଠାରୁ ବୟାନ ରେକର୍ଡ କରିବା ପରେ ରେସୋ ଗ୍ରାମର ବାଇଧର ସେଠୀଙ୍କ ପୁଅ ଗୁଲିଆ ଓରଫ ଗୁରୁ ଚରଣ ସେଠୀଙ୍କୁ ୩ ବର୍ଷ ଜେଲଦଣ୍ଡ ସହିତ ୫ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି । ୯ ବର୍ଷ ପରେ ପୀଡିତାଙ୍କୁ ନ୍ୟାୟ ମିଳିଛି । ଏହି ମାମଲାକୁ ଅଦାଲତରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.