ETV Bharat / state

OSSC Paper Leak: ୧୯ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ

author img

By ETV Bharat Odisha Team

Published : Nov 16, 2023, 7:44 AM IST

ଓଏସଏସସି ପେପର ଲିକ୍ ମାମଲା
ଓଏସଏସସି ପେପର ଲିକ୍ ମାମଲା

ଓଏସଏସସି ଦ୍ବାରା ପରିଚାଳିତ ଜେଇ ମୁଖ୍ୟ ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସମସ୍ତ ୧୯ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

କଟକ: OPSC ଦ୍ବାରା ପରିଚାଳିତ ଜୁନିୟର ଇଞ୍ଜିନିୟର(JE) ମୁଖ୍ୟ ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଗିରଫ ହୋଇଥିବା ସମସ୍ତ ୧୯ ଜଣ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଓଡ଼ିଶା ହାଇକୋର୍ଟ । ଜଷ୍ଟିସ ଏମ.ଏସ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ନିୟମିତ ଜାମିନ ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି କରି ଜାମିନ ପ୍ରଦାନ କରିଛନ୍ତି । ସନ୍ଦୀପ କୁମାର ମହାନ୍ତି ଓରଫ ରାଜା ଓ ଅନ୍ୟମାନଙ୍କୁ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆବେଦନକାରୀଙ୍କ ପରିବାର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ଜାମିନଦାର ରହିବେ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି । କେବଳ ସେତିକି ନୁହେଁ, ଆବେଦନକାରୀଙ୍କୁ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ ।

ଏହା ମଧ୍ୟ ପଢନ୍ତୁ: OSSC Paper Leak: ଗିରଫ ହେଲା ମାଷ୍ଟର ମାଇଣ୍ଡ, ପ୍ରିଣ୍ଟିଂପ୍ରେସ୍‌ରୁ ହୋଇଥିଲା ପ୍ରଶ୍ନପତ୍ର ଲିକ

ଏମିତି ଥିଲା ପୁରା ଘଟଣା...

୨୦୨୨ ନଭେମ୍ବର ୨ରେ ଓଏସଏସସି ପକ୍ଷରୁ ୧ ହଜାର ଜୁନିୟର ଇଞ୍ଜିନିୟର (ସିଭିଲ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୩ ଜୁନ ୪ରେ ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଜୁଲାଇ ୧୬ରେ ମୁଖ୍ୟ ଲିଖିତ ପରୀକ୍ଷା ହୋଇଥିଲା । ଜୁଲାଇ ୨୩ରେ ଏହି ପରୀକ୍ଷା ବାତିଲ କରାଯାଇଥିବା ନେଇ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୩ ସେପ୍ଟେମ୍ବର ୩ରେ ସାନି ମୁଖ୍ୟ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ହୋଇଥିବା କାରଣରୁ ପରୀକ୍ଷା ବାତିଲ ହୋଇଥିବା ଜଣାପଡିଥିଲା । ସହଦେବଖୁଣ୍ଟା ଥାନା ପୋଲିସ ତଥା ବାଲେଶ୍ବର ଏସପିଙ୍କ ରିପୋର୍ଟ ଆଧାରରେ ପରୀକ୍ଷା ବାତିଲ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା । ଏହି ଘଟଣାରେ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ: OSSC Paper Leak: ବର୍ଷାରେ ଭିଜି ଭିଜି ଅଫିସ ସାମ୍ନାରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ

ଏହି ଘଟଣାର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୋଲିସ ସ୍ବତନ୍ତ୍ର ଟାସ୍କ ଫୋର୍ସ ଏସପିଙ୍କ ତତ୍ତ୍ବାବଧାନାରେ ଗଠନ କରାଯାଇ ରାଜ୍ୟ ବାହାରେ ଓ ଭିତରେ ଛାନଭିନ୍ କରାଯାଇଥିଲା । ଏହି ଘଟଣାରେ ମାଷ୍ଟର ମାଇଣ୍ଡ ବିଶାଳ କୁମାର ଚୌରାଶିଆ ସହ ୧୯ ଜଣକୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ମଧ୍ୟରେ ବିହାରରୁ ୬, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଜଣେ ଲେଖାଏଁ ରହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.