ETV Bharat / state

ବଢୁଛି ବେକାରୀ ସଂଖ୍ୟା, କେନ୍ଦ୍ର ସରକାର ପାଲଟିଛନ୍ତି ନିରବଦ୍ରଷ୍ଟା: ବେରୋଜଗାର ମୋର୍ଚ୍ଚା

author img

By

Published : May 7, 2023, 9:30 PM IST

ବେରୋଜଗାରୀ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ଭାରତୀୟ ବେରୋଜଗାର ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

ବଢୁଛି ବେକାରୀ ସଂଖ୍ୟା
ବଢୁଛି ବେକାରୀ ସଂଖ୍ୟା

ବେରୋଜଗାର ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ଭାରତୀୟ ବେରୋଜଗାର ମୋର୍ଚ୍ଚା

କଟକ: ଦେଶରେ ବଢୁଛି ବେକାରୀ ସମସ୍ୟା । ସାରା ଦେଶରେ ଏବେ ଲକ୍ଷ ଲକ୍ଷ ଯୁବକ ଯୁବତୀ ବେରୋଜଗାର ବା ବେକାର । ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ । ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କୌଣସି ଜନପ୍ରତିନିଧି ବା ସରକାର ଏନେଇ ସ୍ବର ଉତ୍ତୋଳନ କରୁନାହାନ୍ତି ବୋଲି ଅଭିଯୋଗ ଆଣିଛି ଭାରତୀୟ ବେରୋଜଗାର ମୋର୍ଚ୍ଚା ।

ଏହା ବିରୁଦ୍ଧରେ ସଚେତନତା ସୃଷ୍ଟି ପାଇଁ ଭାରତୀୟ ବେରୋଜଗାର ମୋର୍ଚ୍ଚା ପକ୍ଷରୁ କଟକରେ ଏକ ବେରୋଜଗାର ସଂସଦର ଆୟୋଜନ କରାଯାଇଛି । ଏଥି ସହିତ ବାଦାମବାଡିରୁ କଳାବିକାଶ କେନ୍ଦ୍ର ପର୍ଯ୍ୟନ୍ତ ଏକ ମୋଟର ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ସ୍ବାଧୀନତାର 75 ବର୍ଷ ଭିତରେ ଦେଶରେ ଜନସଂଖ୍ୟା ଯେତିକି ବୃଦ୍ଧି ପାଉଛି ବେକାରୀ ସମସ୍ୟା ସେତିକି ବୃଦ୍ଧି ପାଇଛି ବୋଲି ମୋର୍ଚ୍ଚା କହିଛି । ପାଖାପାଖି କୋଟି କୋଟି ବେକାରୀ ଜୀବିକାର ଅନୁସନ୍ଧାନରେ ଥିବା ବେଳେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି କେନ୍ଦ୍ର ସରକାର । ଯାହାକୁ ବିରୋଧ କରି ବେରୋଜଗାର ମୋର୍ଚ୍ଚା ଦ୍ଵାରା ବେରୋଜଗାର ସଂସଦ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଅଞ୍ଚଳରେ ଆୟୋଜନ କରାଯାଉଛି ।

ଭାରତୟ ବେରୋଜଗାର ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରଭାରୀ ସିଦ୍ଧାନ୍ତ ମୌର୍ଯ୍ୟ କହିଛନ୍ତି, "ସଚେତନତା ଯାତ୍ରା ମାଧ୍ୟମରେ ବେରୋଜଗାରମାନଙ୍କ ସମସ୍ୟା ସମସ୍ତଙ୍କ ସମ୍ମୁଖକୁ ଆଣିବାର ଲକ୍ଷ୍ୟ ରଖାଯାଇଛି । ଏହି ବାଇକ୍‌ ରାଲିରେ କଟକର ଅନେକ ଯୁବକ ସାମିଲ ହୋଇଥିଲେ । ଚାକିରି ଅପେକ୍ଷାରେ ଦିନ କାଟିବା ପରେ ଏବେ ବେକାରି ହୋଇ ସମାଜରେ ଗୌଣ୍ୟ ଭାବେ ରହୁଛନ୍ତି । କେନ୍ଦ୍ରସରକାର ପ୍ରତି ବର୍ଷ ୨କୋଟି ନିଯୁକ୍ତି ଦେବ ବୋଲି କହିଥିଲା । ହେଲେ ସରକର ଏବେ ନିଜ କଥା ରକ୍ଷା କରୁ ନହିଁ । ଦେଶରେ ବେକାରୀ ସମସ୍ୟା ହୁହୁ ହୋଇ ବଢିବାରେ ଲାଗିଛି । କାମ ନ ପାଇ କିଛି ଯୁବପିଢି ଏବେ ପଥଭ୍ରଷ୍ଟ । ତେଣୁ ଯୁବ ପିଢିଙ୍କୁ ଏବେ ନିଜ ହକ୍ ପାଇଁ ଦାବି କରିବା ଦରକାର ।

ତେଣୁ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାରଙ୍କ ଏପରି ନୀତି କେବେବି ଗ୍ରହଣୀୟ ନୁହେଁ ବୋଲି କହିଛି ମୋର୍ଚ୍ଚା । କର୍ମଚାରୀ ବିଗତ ଅନେକ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି । କିଛି ହାତ ଗଣତି ରାଜ୍ୟ ଛାଡ଼ିଲେ ଆଉ ବଳକା ରାଜ୍ୟମାନଙ୍କରେ ଏତେ ମାତ୍ରରେ ଏ ବେକାରୀ ବଢ଼ିଲାଣି ଯେ ଆଗମୀ ଦିନରେ ସ୍ଥିତି କ‘ଣ ହେବ ତାହା ଭାବିବା କଷ୍ଟ । ତେଣୁ ଏପରି ସ୍ଥିତିରେ କେନ୍ଦ୍ର ସରକାର ଶୀଘ୍ର ଏହି ଦିଗରେ ଦୃଷ୍ଟି ଦେବା ସହ ବେକରି ସମସ୍ୟା ଦୂର କରିବା ପାଇଁ ଦାବି କରିଛନ୍ତି ସମସ୍ତ କର୍ମକର୍ତ୍ତା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.