ଶ୍ରୀୟାଙ୍କ ଆରୋପ ପରେ ମୁଁହ ଖୋଲିଲେ ହ୍ୟୁମାନ, କହିଲେ ମିଛ ଅଭିଯୋଗ କରିବା ସମାଧାନର ରାସ୍ତା ନୁହେଁ

author img

By

Published : Jan 22, 2023, 4:30 PM IST

Updated : Jan 22, 2023, 5:31 PM IST

ପତ୍ନୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପ୍ରତିକ୍ରିୟା ରଖିଲେ ହ୍ୟୁମାନ ସାଗର

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ ମାମଲା । ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଲେ ଶ୍ରୀୟା ମିଶ୍ର । ପତ୍ନୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପ୍ରତିକ୍ରିୟା ରଖିଛନ୍ତି ହ୍ୟୁମାନ ସାଗର । ଶ୍ରୀୟାଙ୍କ ମିଛ ଅଭିଯୋଗ ନେଇ ସେ ଦୁଃଖୀତ ଓ ଏହା ସମାଧାନର ରାସ୍ତା ନୁହେଁ ବୋଲି କହିଛନ୍ତି ହ୍ୟୁମାନ । ଅଧିକ ପଢ଼ନ୍ତୁ

ଶ୍ରୀୟାଙ୍କ ଆରୋପ ପରେ ମୁଁହ ଖୋଲିଲେ ହ୍ୟୁମାନ

କଟକ: ଘନେଇବାରେ ଲାଗିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ । ଆରମ୍ଭରୁ ଏହି ଘଟଣାରେ ଚୁପ ରହିଥିବା ଶ୍ରୀୟା ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସ୍ବାମୀ ହ୍ୟୁମାନ ଓ ଶ୍ବଶୁର ଘର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଶ୍ରୀୟା । ତେବେ ଶ୍ରୀୟାଙ୍କ ସାମ୍ବାଦିକ ସମ୍ମିଳନୀ ପରେ ମୁହଁ ଖୋଲିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଶ୍ରୀୟାଙ୍କ ମିଛ ଅଭିଯୋଗ ନେଇ ସେ ଦୁଃଖୀତ ଓ ଏହା ସମାଧାନର ରାସ୍ତା ନୁହେଁ ବୋଲି ସେ କହିଛନ୍ତି । ନିଜ ପରିବାର ଠାରୁ ଦୂରେଇ ରହିବା ପାଇଁ କେହି ଚାହାଁନ୍ତିନି ବୋଲି କହିଛନ୍ତି ହ୍ୟୁମାନ ।

ଏହା ମଧ୍ୟ ପଢ଼ନ୍ତୁ...Humane Sagar Controversy: ଗୁମର ଖୋଲିଲେ ଶ୍ରୀୟା, ଅଶାନ୍ତି ପଛରେ ତୃତୀୟ ବ୍ୟକ୍ତି

ଶନିବାର ପୁରୀରେ ସାମ୍ବାଦିକ ସମ୍ମିଳନୀ କରି ପାରିବାରିକ ବିବାଦ ପଛର ଗୁମର ଖୋଲିଥିଲେ ପତ୍ନୀ ଶ୍ରୀୟା । ହ୍ୟୁମାନ ଓ ତାଙ୍କ ମଧ୍ୟରେ ଫାଟର ମୁଖ୍ୟ କାରଣ ହେଉଛି ନିଶା ଏବଂ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ବୋଲି ଶ୍ରୀୟା କହିଥିଲେ । ସେ କହିଥିଲେ, ''ଝିଅ ଜନ୍ମ ପରେ ମୋ ପ୍ରତି ହ୍ୟୁମାନଙ୍କ ଅତ୍ୟାଚାର ବଢିଥଲା । ସବୁବେଳେ ଅତ୍ୟଧିକ ମଦ୍ୟପାନ କରି ମୋତେ ପିଟନ୍ତି । ମଦ ପିଇବାକୁ ବାରଣ କଲେ ନିର୍ଯାତନା ଦିଅନ୍ତି । ଛୋଟ ଝିଅଟେ ଥିଲେ ମଧ୍ୟ ତାକୁ ସ୍ନେହ କରନ୍ତି ନାହିଁ ।'' ତେବେ ହ୍ୟୁମାନ ଓ ତାଙ୍କ ମାଆ ଶ୍ରୀୟାଙ୍କ ବାପାମାଆଙ୍କୁ ନେଇ ଗଣମାଧ୍ୟମରେ ଯେଭଳି ଅପମାନଜନକ ମନ୍ତବ୍ୟ ଦେଲେ ସେନେଇ ଶ୍ରୀୟା ଦୁଃଖ ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ମିଛ କଥା ଗଣମାଧ୍ୟମରେ କୁହାଯାଇ କେବଳ ଲୋକଙ୍କ ସହାନୁଭୂତି ନେବା ପାଇଁ ହ୍ୟୁମାନ ଓ ତାଙ୍କ ପରିବାର ଉଦ୍ୟମ କରୁଥିବା ପତ୍ନୀ ଅଭିଯୋଗ କରିଥିଲେ ।

ତେବେ ହ୍ୟୁମାନ ଓ ତାଙ୍କ ପରିବାର ଯଦି କ୍ଷମା ପ୍ରାର୍ଥନା କରିବେ ଓ ଉପଯୁକ୍ତ ସମ୍ମାନ ଦେବେ, ତେବେ ସେ ତାଙ୍କ ସହ ପତ୍ନୀ ଭବେ ରହିବେ ବୋଲି କହିଥିଲେ । ହ୍ୟୁମାନଙ୍କ ବିରୋଧରେ ଅନେକ ପ୍ରମାଣ ରହିଛି । ହେଲେ ସେ ପରିବାର ଯୋଡିବା ପାଇଁ ଚାହୁଁଥିବାରୁ ଏନେଇ ଗଣମାଧ୍ୟମରେ ପ୍ରମାଣ ଦେବାକୁ ଚାହୁଁ ନଥିବା ମଧ୍ୟ କହିଥିଲେ । ଆସନ୍ତା ୩୦ରେ ପୁଣି କାଉନସେଲିଂ ରହିଛି । ଏହା ପୂର୍ବରୁ ହ୍ୟୁମାନ ଭଲ ମଣିଷଟିଏ ହୋଇ ସବୁ କିଛି ସମାଧାନ କଲେ ସେ ମଧ୍ୟ ସମାଧାନ ଆଡକୁ ବଢ଼ିବେ ବୋଲି ଶ୍ରୀୟା କହିଛନ୍ତି ।

ତେବେ ପତ୍ନୀଙ୍କ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସେ କହିଛନ୍ତି, "ଶ୍ରୀୟାଙ୍କ ଅଭିଯୋଗ ମିଛ ଓ ଭିତ୍ତିହୀନ । ଏଥିରେ କୌଣସି ସତ୍ୟତା ନାହିଁ । ମୋ ମାଆ କିଛି ଦେଖିଥିବେ, ସେଥିପାଇଁ କହିଥିବେ । ତେବେ ଶ୍ରୀୟାଙ୍କ ମାଆ ମଧ୍ୟ ମୋ ମାଆ । ଯଦି ଆମର କୌଣସି କଥା ତାଙ୍କୁ ଖରାପ ଲାଗିଥାଏ, ସେଥିପାଇଁ ମୁଁ କାନ ଧରି କ୍ଷମା ମାଗୁଛି । ମୋ ଛୁଆକୁ ମୁଁ ବହୁତ ଭଲପାଏ । ଶ୍ରୀୟାଙ୍କୁ ବି ଭଲପାଏ ।" ତେବେ ଗଣମାଧ୍ୟମରେ ମିଛ ଅଭିଯୋଗ ଲଗାଇବା ସମାଧାନର ରାସ୍ତା ନୁହେଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, କଟକ

Last Updated :Jan 22, 2023, 5:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.