Humane Sagar Controversy: ଗୁମର ଖୋଲିଲେ ଶ୍ରୀୟା, ଅଶାନ୍ତି ପଛରେ ତୃତୀୟ ବ୍ୟକ୍ତି

author img

By

Published : Jan 22, 2023, 12:32 PM IST

Updated : Jan 22, 2023, 12:53 PM IST

Humane Sagar's Wife Sriya Press Meet
Humane Sagar's Wife Sriya Press Meet ()

ପାରିବାରିକ ବିବାଦ ମାମଲାରେ ପ୍ରେସମିଟ୍ କରି ପକ୍ଷ ରଖିଲେ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା । ହ୍ୟୁମାନ ମଦ ପିଇ ମୋତେ ବହୁତ ପିଟନ୍ତି । ଦୁହିଁଙ୍କ ମଧ୍ୟରେ ଫାଟର ମୁଖ୍ୟ କାରଣ ହେଉଛି ନିଶା ଏବଂ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ବୋଲି ଶ୍ରୀୟା କହିଛନ୍ତି । । ଅଧିକ ପଢନ୍ତୁ

Humane Sagar Contoversy

ପୁରୀ: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପାରିବାରିକ ବିବାଦ ମାମଲା । ଆଜି ପୁରୀରେ ସାମ୍ବାଦିକ ସମ୍ମିଳନୀ କରି ପାରିବାରିକ ବିବାଦ ପଛର ଗୁମର ଖୋଲିଛନ୍ତି ପତ୍ନୀ ଶ୍ରୀୟା । ହ୍ୟୁମାନ ଓ ତାଙ୍କ ମଧ୍ୟରେ ଫାଟର ମୁଖ୍ୟ କାରଣ ହେଉଛି ନିଶା ଏବଂ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ବୋଲି ଶ୍ରୀୟା କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ''ଝିଅ ଜନ୍ମ ପରେ ମୋ ପ୍ରତି ହ୍ୟୁମାନଙ୍କ ଅତ୍ୟାଚାର ବଢିଥଲା । ସବୁବେଳେ ଅତ୍ୟଧିକ ମଦ୍ୟପାନ କରି ମୋତେ ପିଟନ୍ତି । ମଦ ପିଇବାକୁ ବାରଣ କରିବାରୁ ନିର୍ଯାତନା ଦିଅନ୍ତି । ସେହିପରି ଛୋଟ ଝିଅଟେ ଥିଲେ ମଧ୍ୟ ତାକୁ ସ୍ନେହ କରନ୍ତି ନାହିଁ ।''

ହ୍ୟୁମାନଙ୍କ ପଛରେ ତୃତୀୟ ଲୋକ ରହି ତାଙ୍କ ଘର ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ହେଲେ ସେ କିଏ ତାହା ଶ୍ରୀୟା ଜାଣି ପାରୁନଥିବା କହିଛନ୍ତି । ତେବେ ଧର୍ମ ପରିବର୍ତ୍ତନ ନେଇ ତାଙ୍କ ଉପରେ ହ୍ୟୁମାନଙ୍କ ପରିବାରର ଚାପ ନଥିଲା । ଶାଶୁଘର ଲୋକେ କେବଳ ତାଙ୍କୁ ସିନ୍ଦୁର ଓ ବିନ୍ଦି ଲଗାଇବାକୁ ବାରଣ କରନ୍ତି । ମାତ୍ର ଏଥିପାଇଁ ତାଙ୍କୁ କେବେ ନିର୍ଯାତନା ଦେଇନାହାନ୍ତି ବୋଲି ସେ ଜଣାଇଛନ୍ତି ।

ଆହୁରି ମଧ୍ୟ କହିଛନ୍ତି ଯେ, ''ହ୍ୟୁମାନ ଗତ ସେପ୍ଟେମ୍ବରରେ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ପରେ ସେ ନିଜ ବାପାମାଆଙ୍କୁ ଡାକି ହ୍ୟୁମାନଙ୍କୁ ଯେତେ ବୁଝାଇ ଥିଲେ ମଧ୍ୟ ସେ କିଛି ନବୁଝି ଓଲଟା ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଘରୁ ବାହାର କରିଦେଇଥିଲେ । ନିର୍ଯାତନା ଅଧିକ ହେବାରୁ ଓ ସମାଧାନ ବାଟ ନ ଫିଟିବାରୁ ସେ ବାଧ୍ୟ ହୋଇ ପୋଲିସ୍ ପାଖକୁ ଯାଇଥିଲେ ।''

ହ୍ୟୁମାନ ସାଗର ଓ ମାଆ ତାଙ୍କ ବାପାମାଆଙ୍କୁ ଗଣମାଧ୍ୟମରେ ଯେଭଳି ଅପମାନଜନକ ମନ୍ତବ୍ୟ ଦେଲେ ସେନେଇ ଶ୍ରୀୟା ଦୁଃଖ ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ମିଛ କଥା ଗଣମାଧ୍ୟମରେ କୁହାଯାଇ କେବଳ ଲୋକଙ୍କ ସହାନୁଭୂତି ନେବା ପାଇଁ ହ୍ୟୁମାନ ଓ ତାଙ୍କ ପରିବାର ଉଦ୍ୟମ କରୁଥିବା ପତ୍ନୀ ଅଭିଯୋଗ କରିଛନ୍ତି । ଶ୍ରୀୟା କହିଛନ୍ତି ଯେ, ସେ ଏବେବି ସମାଧାନ ଚାହୁଁଛନ୍ତି । ହେଲେ ହ୍ୟୁମାନ ତାଙ୍କୁ ପତ୍ନୀର ମର୍ଯ୍ୟାଦା, ଉପଯୁକ୍ତ ସମ୍ମାନ ଦେଲେ ହିଁ ସେ ତାଙ୍କ ପାଖକୁ ଫେରିବେ ।

ସେହିପରି କିଛି ଦିନ ତଳେ ହ୍ୟୁମାନ ଝିଅ ଜନ୍ମଦିନ ପାଳନର ଏକ ଭିଡ଼ିଓ ଭାଇରାଲ ନେଇ ଶ୍ରୀୟା ମୁଁହ ଖୋଲିଛନ୍ତି । ସେ ସେଲିବ୍ରେଟି ହୋଇଥିବାରୁ କେବଳ ସେଲିବ୍ରେଟିଙ୍କ ସହ ମିଶିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରନ୍ତି । ଏଥିରେ କିନ୍ତୁ ତାଙ୍କର ଆନ୍ତରିକତା ନଥାଏ । ତେବେ ହ୍ୟୁମାନ ଓ ତାଙ୍କ ପରିବାର ଯଦି କ୍ଷମା ପ୍ରାର୍ଥନା କରିବେ, ଉପଯୁକ୍ତ ସମ୍ମାନ ଦେବେ ତେବେ ସେ ତାଙ୍କ ସହ ପତ୍ନୀ ଭବେ ରହିବେ ବୋଲି କହିଛନ୍ତି । ହ୍ୟୁମାନଙ୍କ ବିରୋଧରେ ଅନେକ ପ୍ରମାଣ ରହିଛି । ହେଲେ ସେ ପରିବାର ଯୋଡିବା ପାଇଁ ଚାହୁଁଥିବାରୁ ଏନେଇ ଗଣମାଧ୍ୟମରେ ପ୍ରମାଣ ଦେବାକୁ ଚାହୁଁ ନଥିବା ମଧ୍ୟ କହିଛନ୍ତି । ଆସନ୍ତା ୩୦ରେ ପୁଣି କାଉନସେଲିଂ ରହିଛି । ତା' ପୂର୍ବରୁ ହ୍ୟୁମାନ ଭଲ ମଣିଷଟିଏ ହୋଇ ସବୁ କିଛି ସମାଧାନ କଲେ ସେ ସମାଧାନ ଆଡକୁ ବଢ଼ିବେ ବୋଲି ଶ୍ରୀୟା ମିଶ୍ର କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated :Jan 22, 2023, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.