ETV Bharat / state

ଅପ୍ରେଲ ଶେଷ ସୁଧା ଦୈନିକ ୧ ଲକ୍ଷ ଲୋକ କୋରୋନା ଆକ୍ରାନ୍ତ ହେବେ: ଡାକ୍ତର ଜୟନ୍ତ ପଣ୍ଡା

author img

By

Published : Apr 13, 2023, 9:14 PM IST

ବୃଦ୍ଧି ପାଇବାରେ ଲାଗିଛି କୋରନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ମାସ ଶେଷ ବେଳକୁ କୋରନାରେ ଦୈନିକ 1ଲକ୍ଷ ଲୋକ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା। ଅଧିକ ପଢନ୍ତୁ

doctor jayanta panda
doctor jayanta panda

ଅପ୍ରେଲ ଶେଷ ସୁଧା ଦୈନିକ ୧ ଲକ୍ଷ ଲୋକ କୋରୋନା ଆକ୍ରାନ୍ତ ହେବେ

କଟକ: ପୁଣି କାୟା ମେଲାଉଛି କୋରନା । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ଆଗକୁ ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇ ଦୈନିକ 1 ଲକ୍ଷରେ ପହଞ୍ଚିବା ନେଇ ବିଶେଷଜ୍ଞ ସୂଚନା ଦେଇଛନ୍ତି । ସେହିପରି ଏହି ମାସ ଶେଷ ବେଳକୁ କୋରନାରେ ଦୈନିକ 1 ଲକ୍ଷ୍ୟ ଲୋକ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।

ସେ କହିଛନ୍ତି ଯେ, "ମାସ ଶେଷ ସୁଧା ଚତୁର୍ଥ ଲହରୀ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ସଂଖ୍ୟା ବୃଦ୍ଧି ପାଇଲେ ବି ଚିନ୍ତାଜନକ ନଥିବା ସେ ଆକଳନ କରିଛନ୍ତି । କୌଣସି ଲୋକ ପୂର୍ବଭଳି ଗୁରୁତ୍ୱର ହେବେ ନାହିଁ। ଦେଶରେ ଦୈନିକ ସଂଖ୍ୟାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହାର ସଂଖ୍ୟା ଦୈନିକ ଦୁଇ ଶହ ରହିଛି । କଟକ ବଡ ମେଡ଼ିକାଲରେ ଆଜି ପର୍ଯ୍ୟନ୍ତ ୨ ଜଣ ରୋଗୀ କୋରନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଦୁଇ ଜଣ ରୋଗୀଙ୍କ ଦେହରେ ବିଭିନ୍ନ ପ୍ରକାର ରୋଗ ରହିଛି । ମାତ୍ର ସେମାନେ ଏତେ ଗୁରୁତର ନାହାନ୍ତି । ସେହିପରି ଓଡ଼ିଶାରେ ମଧ୍ୟ ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।" ତେବେ କୋରୋନାର ଏହା ଶେଷ ସମୟ ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

ଏହି ମହାମାରୀର ଶେଷ ସମୟ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ମାତ୍ର ଲୋକଙ୍କର କ୍ଷୟକ୍ଷତି ସେତିକି ହେବ ନାହିଁ ବୋଲି ସେ ଆଶଙ୍କା କରିଛନ୍ତି । ସେହିପରି ଏହା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ। ପରୀକ୍ଷାରୁ ଜଣା ପଡ଼ିଛି ଯେ ଏହା ଲୋକଙ୍କୁ ସଂକ୍ରମଣ କରୁନାହିଁ ଯାହାକି ଏକ ଖୁସିର ବିଷୟ । କିନ୍ତୁ ଏଥିପାଇଁ ଲୋକେ ବି ସଚେତନ ରହିବା ଆବଶ୍ୟକ । ବିଶେଷକରି ଭିଡ ସ୍ଥାନକୁ ଗଲେ ମାସ୍କ ବ୍ୟବହାର କରିବା ବା ସାମାଜିକ ଦୂରତା ଅବଲମ୍ବନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି ।

ପ୍ରକାଶ ଥାଉକି, ଆମ ରାଜ୍ୟର ସବୁଠାରୁ ବଡ ମେଡ଼ିକାଲରେ ମଧ୍ୟ କୋଭିଡ ମଗ ଡ୍ରିଲ ହୋଇଯାଇଛି । ଏହି ମକ ଡ୍ରିଲ ସମୟରେ ଏସସିବି କୋଭିଡ ହସ୍ପିଟାଲର ସ୍ଥିତି ଓ ଭିତ୍ତିଭୂମି ସମ୍ପର୍କିତ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହି ତଥ୍ୟ ମୁତାବକ ବର୍ତ୍ତମାନ ଏସସିବିରେ 20ଟି ଶଯ୍ୟା ବିଶିଷ୍ଟ ଗୋଟିଏ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ରହିଛି । ଏହି ହସ୍ପିଟାଲରେ 2ଟି ICU ବେଡ଼ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ଛଡା 24 ଘଣ୍ଟିଆ ଖୋଲା ରହୁଥିବା ଫିବର କ୍ଲିନିକ ବି କାର୍ଯ୍ୟକ୍ଷମ ରହିଛି । ସେହିପରି ପୂର୍ବରୁ ପ୍ରତିଦିନ ହାରାହାରି ଦେଢ଼ ହଜାର କୋଭିଡ ଟେଷ୍ଟ କରାଯାଉଥିବା ବେଳେ ଏବେ ଅଧିକରୁ ଅଧିକ ସଂଖ୍ୟାକ ଟେଷ୍ଟ କରାଯିବା ଉପରେ ଗୁରୁତ୍ବ ଦିଆଯାଇଥିବା ବେଳେ 24 ଘଣ୍ଟିଆ ଟେଷ୍ଟ ସୁବିଧା ଉପଲବ୍ଧ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.