ETV Bharat / state

ଇନାଡୁ ସାମ୍ବାଦିକ କେ ରାମା ରାଓଙ୍କ ପରଲୋକ, ସାମ୍ବାଦିକ ମହଲରେ ଶୋକ

author img

By ETV Bharat Odisha Team

Published : Dec 28, 2023, 7:12 PM IST

Demise of Senior Journalist: ଇନାଡୁ ଖବର କାଗଜର କଟକ ପ୍ରତିନିଧି କେ ରାମା ରାଓଙ୍କ ପରଲୋକ ହୋଇଛି । 30 ବର୍ଷର ସାମ୍ବାଦିକତା କାର୍ଯ୍ୟକାଳ ମଧ୍ୟରେ ଅନେକ ସମ୍ମାନ ପାଇଛନ୍ତି କେ ରାମା ରାଓ । ଅଧିକ ପଢନ୍ତୁ

କେ ରାମା ରାଓଙ୍କ ପରଲୋକ
କେ ରାମା ରାଓଙ୍କ ପରଲୋକ

କଟକ: ଇନାଡୁ ଖବର କାଗଜର କଟକ ପ୍ରତିନିଧି କେ ରାମା ରାଓଙ୍କ ପରଲୋକ। ବୁଧବାର ବିଳମ୍ବିତ ରାତିରେ ତାଙ୍କର ଜୀବନ ଯାଇଛି । କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟ ବେଳକୁ ତାଙ୍କୁ 61 ବର୍ଷ ହୋଇଥିଲା। ଦୀର୍ଘ ବର୍ଷ ଧରି ଇନାଡୁ ଖବର କାଗଜରେ ସାମ୍ବାଦିକତା କରି ଆସୁଥିଲେ କନୁର ରାମରାଓ । ତେବେ ଗତକାଲି(ବୁଧବାର) ରାତିରେ ବିଡାନାସୀ ସ୍ଥିତ ବାସ ଭବନରେ ହୃଦଘାତ ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡକ୍ଟରଙ୍କ ସତଚେଷ୍ଟା ସତ୍ତ୍ବେ କୌଣସି ସଫଳତା ମିଳିନଥିଲା ।

କେ ରାମା ରାଓଙ୍କ ପରଲୋକ
କେ ରାମା ରାଓଙ୍କ ପରଲୋକ

ଆଉ ଶେଷରେ ସବୁଦିନ ପାଇଁ ଆଖି ବୁଜିଥିଲେ ସାମ୍ବାଦିକ ରାମା ରାଓ। ତେବେ କଟକରେ ଦୀର୍ଘ ଦିନ ଧରି ସେ କାର୍ଯ୍ୟରତ ରହିଥିଲେ । ବେଶ ଉଚ୍ଚକୋଟିର ବ୍ୟକ୍ତି ଓ ମେଳାପୀ ରହିଥିବାରୁ ସେ ବେଶ ପ୍ରଶଂସା ସାଉଣ୍ଟିଥିଲେ । ତେଣୁ ଅଞ୍ଚଳର ବହୁ ଲୋକେ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତେବେ ଆଜି ତାଙ୍କର ଶେଷକୃତ୍ୟ ନିକଟସ୍ଥ ସତିଚଉରା ଶ୍ମଶାନରେ ସମ୍ପନ୍ନ ହେଇଛି। ଶେଷକୃତ୍ୟ ସମୟରେ ସାମ୍ବାଦିକ ଜଗତର ଅନେକ ବ୍ୟକ୍ତି ବିଶେଷ ସେଠାରେ ଉପସ୍ଥିତ ରହିଥିଲେ । ସେପଟେ ପରିବାର ଲୋକ ମଧ୍ୟ ଧର୍ଯ୍ୟହରା ହୋଇଛନ୍ତି । ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...Maheswar Mohanty Demise: ବିଧାନସଭାରେ ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର

ଏହା ମଧ୍ୟ ପଢନ୍ତୁ...ପରଲୋକରେ ଅନୁଗୋଳର ପୂର୍ବତନ ବିଧାୟକ ରମେଶ ଜେନା

ଏହା ମଧ୍ୟ ପଢନ୍ତୁ...Swarup Nayak Last Song: ମେଡିକାଲ ବେଡରେ ବି ଗୁଣୁଗୁଣାଉ ଥିଲେ ସ୍ବରୂପ ନାୟକ

କେ ରାମା ରାଓଙ୍କ ପରଲୋକ
କେ ରାମା ରାଓଙ୍କ ପରଲୋକ

ଦୀର୍ଘ ବର୍ଷ ଧରି ଇନାଡୁ ଖବର କାଗଜରେ ସାମ୍ବାଦିକତା କରି ଆସୁଥିଲେ କନୁର ରାମରାଓ। କଟକର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ କାରଣରୁ ଜୀବନ ଯାଇଥିବା ଡାକ୍ତର କହିଛନ୍ତି । ତେବେ 30 ବର୍ଷର ସାମ୍ବାଦିକତା କାର୍ଯ୍ୟକାଳ ମଧ୍ୟରେ ଅନେକ ସମ୍ମାନ ପାଇଛନ୍ତି କେ ରାମା ରାଓ । ତାଙ୍କର ଜନ୍ମ 1962 ମସିହା ଅକ୍ଟୋବର ମାସ 9 ତାରିଖରେ ହୋଇଥିଲା। ଜନ୍ମରୁ ପଢିବା ପ୍ରତି ରୁଚି ରଖୁଥିବା ରାମା ରାଓ ପଢିବା ପରେ ପରେ ହିଁ ସାମ୍ବାଦିକତା ଆରମ୍ଭ କରିଦେଇଥିଲେ। ତାଙ୍କର ଏହି ତିନି ଦଶନ୍ଧିର ସମ୍ବାଦିକତା ଯାତ୍ରା ଶେଷ ହୋଇଛି। ସେପଟେ ତାଙ୍କର ବିୟୋଗ ପରେ କଟକରେ ଶୋକର ଛାୟା ଖେଳିଯାଇଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.