ETV Bharat / state

ସାଇବର ଅପରାଧ ରୋକିବାକୁ ପ୍ରୟାସ; କଟକର ୧୪ ବ୍ଲକରେ ବୁଲିଲା ସଚେତନତା ରଥ

author img

By ETV Bharat Odisha Team

Published : Oct 3, 2023, 7:21 AM IST

ସାଇବର ଅପରାଧ ରୋକିବା ପାଇଁ ରାଜ୍ୟ ପୋଲିସ ଦ୍ବାରା ଆରମ୍ଭ ହେଲା ସାଇବର ସୁରକ୍ଷା ଅଭିଯାନ । କଟକରେ ଗଡିଲା ସାଇବର ସଚେତନତା ରଥ । ଗାଁକୁ ଗାଁ ବୁଲି ଲୋକଙ୍କୁ କରିବା ସଚେତନ । ଅଧିକ ପଢନ୍ତୁ..

ସାଇବର ଅପରାଧ ରୋକିବା ପାଇଁ କଟକର ୧୪ ଟି ବ୍ଲକରେ ବୁଲିଲା ସଚେତନତା ରଥ
ସାଇବର ଅପରାଧ ରୋକିବା ପାଇଁ କଟକର ୧୪ ଟି ବ୍ଲକରେ ବୁଲିଲା ସଚେତନତା ରଥ

ସାଇବର ଅପରାଧ ରୋକିବା ପାଇଁ କଟକର ୧୪ ଟି ବ୍ଲକରେ ବୁଲିଲା ସଚେତନତା ରଥ

କଟକ: ସାଇବର ଅପରାଧ ରୋକିବା ପାଇଁ ରାଜ୍ୟ ପୋଲିସ ଦ୍ବାରା ଆରମ୍ଭ ହୋଇଛି ସାଇବର ସୁରକ୍ଷା ଅଭିଯାନ । କଟକରେ ଗଡିଲା ସାଇବର ସଚେତନତା ରଥ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଉଛି ପୋଲିସ । ତେବେ ଅଫଲାଇନରେ ସଚେତନତା ରଥ ମାଧ୍ୟମରେ ଗାଁକୁ ଗାଁ ବୁଲି ସାଇବର ଅପରାଧରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ଅନଲାଇନରେ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନତା କରାଯାଇଛି । ସାଇବର ଅପରାଧିମାନେ କିପରି ଠକେଇ କରିଥାନ୍ତି, ଠକେଇର ଶିକାର ହେଲେ ପରବର୍ତ୍ତୀ ସମୟରେ କ'ଣ କରିବାକୁ ପଡିବ ସେନେଇ ସଚେତନତା ରଥ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ।

ସୋମବାର ଦିନ କଟକ ରୁରାଲ ଏସ୍ପି ମିହିର ପଣ୍ଡା ଓ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ ସବୁଜ ପତାକା ଦେଖାଇ ସାଇବର ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ତେବେ ପ୍ରଥମ ଦିନରେ ଜିଲ୍ଲାର 14ଟି ବ୍ଲକରେ ଏହି ସଚେତନତା ରଥ ବୁଲି ଲୋକମାନଙ୍କୁ ସଚେତନ କରାଇଛି । ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏହି ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଜାରି ରହିବ । ବିଶେଷକରି ସାଇବର ଠକମାନେ କିପରି ଠକେଇ କରିଥାନ୍ତି, କିପରି ସାମାନ୍ୟ ଅସାବଧାନତା ଯୋଗୁଁ ଠକାମୀର ଶିକାର ହେବାକୁ ପଡିଥାଏ ସେନେଇ ସଚେତନ କରାଯାଉଛି । ସେହିପରି ପ୍ରତ୍ୟେକ ଥାନା ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଏନେଇ ସଚେତନ କରାଯିବ । ଏନେଇ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଏସପି ।

ଏହାମଧ୍ୟ ପଢନ୍ତୁ.. ରାଜ୍ୟରେ ଗଡିଲା ସାଇବର ସଚେତନତା ରଥ, ଠକାମୀର ଶିକାର ହେବାରୁ ବର୍ତ୍ତିବାକୁ କରିବ ସଚେତନ

ବର୍ତ୍ତମାନ ରାଜ୍ୟରେ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ଏହି କ୍ରମରେ କଟକ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ କଟକ ସହରରେ ବ୍ୟାପକ ସ୍ତରରେ ସାଇବର ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ।

ବର୍ତ୍ତମାନ ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସାଇବର ଅପରାଧୀଙ୍କ ଠକାମୀର ଶିକାର ହେଉଛନ୍ତି । ତେଣୁ ସମସ୍ତ ବର୍ଗର ଲୋକଙ୍କ ପାଖରେ ଏହି ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ପୋଲିସ ପକ୍ଷରୁ ସଚେତନତା ରଥର ଆରମ୍ଭ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.