ETV Bharat / state

ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ବେଆଇନ ଖନନକୁ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ବିରୋଧ

author img

By

Published : May 7, 2022, 4:52 PM IST

ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ବେଆଇନ ଖନନକୁ ତୀବ୍ର ବିରୋଧ
ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ବେଆଇନ ଖନନକୁ ତୀବ୍ର ବିରୋଧ

ପୁରୀ ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ହେଉଛି ବେଆଇନ ଖନନ । ଯାହାକୁ ବିରୋଧ କରି ଆଜି(ଶନିବାର) ରାଜରାସ୍ତାକୁ ଓହ୍ଲାଇଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ଅଧିକ ପଢନ୍ତୁ

କଟକ: ପୁରୀ ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ହେଉଛି ବେଆଇନ ଖନନ । ଯାହାକୁ ବିରୋଧ କରି ଆଜି(ଶନିବାର) ରାଜରାସ୍ତାକୁ ଓହ୍ଲାଇଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର କଟକ ଜିଲ୍ଲା ସଂଯୋଜକ ବିଶ୍ୱରଞ୍ଜନ ସ୍ୱାଇଁ କହିଛନ୍ତି, "ଐତିହ ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ଯାହା ଓଡ଼ିଆ ମାନଙ୍କ ପାଇଁ କେବେବି ଗ୍ରହଣୀୟ ନୁହେଁ ।''

ଜଗନ୍ନାଥ ମନ୍ଦିର ପାର୍ଶ୍ଵରେ ବେଆଇନ ଖନନକୁ ତୀବ୍ର ବିରୋଧ

ଏହି ଦିଗରେ ଶୀଘ୍ର ନଜର ଦେବାକୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଜଣାଇଛନ୍ତି ଆନ୍ଦୋଳନକାରୀ । ତେବେ ପ୍ରତିଦିନ ଦେଶର କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀ ମନ୍ଦିର ଆସୁଛନ୍ତି । ମାତ୍ର ଯେଉଁ ପରିସ୍ଥିତିରେ ଏହି ଖନନ କାର୍ଯ୍ୟ ଚାଲିଛି ତାହା ସମ୍ପୂର୍ଣ୍ଣ ରୂପେ ବେଆଇନ । ତେଣୁ ଏହାକୁ ଶୀଘ୍ର ବନ୍ଦ କରିବା ପାଇଁ ଦାବି କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.