ETV Bharat / state

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଭେଟିଲେ କଟକ ଜିଲ୍ଲାପାଳ

author img

By

Published : Aug 27, 2022, 4:46 PM IST

Updated : Aug 27, 2022, 6:37 PM IST

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଭେଟିଲେ ଜିଲ୍ଲାପାଳ
ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଭେଟିଲେ ଜିଲ୍ଲାପାଳ

SCB ମେଡିକାଲରେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଭେଟିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ପଦ୍ମଶ୍ରୀଙ୍କ ସ୍ୟାସ୍ଥ୍ୟବସ୍ଥା ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

କଟକ: ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଭେଟିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ (Cuttack Collector Bhabani Shankar Chayani)। ତାଙ୍କୁ SCB ମେଡିକାଲରେ ଭେଟି ତାଙ୍କ ସ୍ୟାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ଜିଲ୍ଲାପାଳ । ପଦ୍ମଶ୍ରୀ କମଳା ପୂଜାରୀ (Padma Shri Kamala Pujari)ଅସୁସ୍ଥ ହେବା କାରଣରୁ ନିକଟରେ SCB ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ପଦ୍ମଶ୍ରୀ କମଳା ପୂଜାରୀ (Padma Shri Kamala Pujari) ଗତ ୨୧ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କର କିଡନୀ ଜନିତ ରୋଗର ସମସ୍ୟା ଗୁରୁତର ହେବାରୁ ତାଙ୍କୁ ଜୟପୁରରୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ SCB ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ନିଉ ମେଡ଼ିସିନ ଆଇସିୟୁରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଛନ୍ତି ।

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏସସିବି ମେଡିକାଲରେ ଭେଟି ତାଙ୍କ ସ୍ୟାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି । ପଦ୍ମଶ୍ରୀଙ୍କ ସ୍ୟାସ୍ଥ୍ୟବସ୍ଥା ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ ଜିଲ୍ଲାପାଳ । ଏବେ ତାଙ୍କର ସ୍ୟାସ୍ଥ୍ୟବସ୍ଥା ସ୍ଥିର ରହିଛି । ଉଚ୍ଚସ୍ତରୀୟ ଡାକ୍ତରୀ ଦଳ କମଳା ପୂଜାରୀଙ୍କ ଚିକିତ୍ସା ଦାଇତ୍ଵରେ ଅଛନ୍ତି ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ।

ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡା ହୋଇଥିଲା । ବୟସ ଅଧିକ ହୋଇଥିବାରୁ ସ୍ବାସ୍ଥ୍ୟ ଅସୁସ୍ଥ ପାଇଁ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ ଝାଡା ଜ୍ଵର କମିଯାଇଥିଲା । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ ମଧ୍ୟ ଚିକିତ୍ସାଳୟକୁ ଯାଇ କମଳାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ତେବେ ସବୁ ସମସ୍ୟାରୁ ଉପଶମ ମିଳିଥିଲେ ବି ତାଙ୍କର ୟୁରିଆ କ୍ରିୟଟିନ ଅଧିକ ରହୁଥିବା ଯୋଗୁଁ ତାର ପରୀକ୍ଷା ଓ ସ୍ବତନ୍ତ୍ର ଚିକିତ୍ସା ପାଇଁ ତାଙ୍କୁ କଟକ SCBକୁ ସ୍ଥାନାନ୍ତର କରାଯାଇଥିବା ଡ଼ାକ୍ତର କହିଥିଲେ ।

କୋରାପୁଟ ଜିଲ୍ଲାର ପାତ୍ରପୁଟରେ ୩୦୦ରୁ ଅଧିକ ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ କମଳା ପୂଜାରୀ । ଆଜିର ସମୟରେ ଲୋପ ପାଇବାକୁ ବସିଥିବା ବିଭିନ୍ନ କିଷମର ଧାନକୁ ‘ସିଡ୍‌ ବ୍ୟାଙ୍କ’ରେ ସାଇତି ରଖିଛନ୍ତି । ଧାନ ସଂରକ୍ଷଣ ଓ ଜୈବିକ ପ୍ରଣାଳୀରେ ଚାଷ କାମର ପ୍ରସାର ଦିଗରେ ସେ ଅହରହ କାର୍ଯ୍ୟରତ ।

ଇଟିଭି ଭାରତ, କଟକ

Last Updated :Aug 27, 2022, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.