ETV Bharat / state

କ୍ୟାନ୍ସର ହସ୍ପିଟାଲରେ ନୂଆ ଲିନାକ୍ ମେସିନର ଶୁଭାରମ୍ଭ

author img

By ETV Bharat Odisha Team

Published : Oct 6, 2023, 10:50 PM IST

ନୂଆ ଲିନାକ୍ ମେସିନର ଶୁଭାରମ୍ଭ
ନୂଆ ଲିନାକ୍ ମେସିନର ଶୁଭାରମ୍ଭ

୨ଟି ନୂଆ ଲିନାକ୍ ମେସିନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସଂଖ୍ୟକ ମେସିନ ଯୋଗୁ ଅନେକ କ୍ୟାନସର ରୋଗୀ ଉପକୃତ ହୋଇପାରିବେ । ଅଧିକ ପଢନ୍ତୁ

ନୂଆ ଲିନାକ୍ ମେସିନର ଶୁଭାରମ୍ଭ

କଟକ: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନରେ ଲିନାକ୍ ମେସିନ (Linear Acceleration) ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାଦ୍ୱାରା କର୍କଟ ରୋଗ ଚିକିତ୍ସା ଦିଗରେ ଏହା ଆଉ ଏକ ବଡ଼ ଉପଲବ୍ଧି ମିଳିଛି । 38 କୋଟି ଟଙ୍କା ବ୍ୟୟରେ ୨ଟି ନୂଆ ଲିନାକ୍ ମେସିନ ଲୋକାର୍ପିତ ହୋଇଛି । ଆଜି ବିଧିବଦ୍ଧ ଭାବରେ ଲୋକଙ୍କ ଉଦ୍ଦେଶ୍ୟରେ ଏହାକୁ ସମର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁତର କର୍କଟ ଆକ୍ରାନ୍ତଙ୍କୁ ହାଇ ଲିନାକ୍ ମେସିନରେ ଚିକିତ୍ସା କରାଯିବ । ଅଧିକ ସଂଖ୍ୟକ ମେସିନ ଯୋଗୁ ଅନେକ ରୋଗୀ ଉପକୃତ ହୋଇପାରିବେ ।

କଟକ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା ପ୍ରତିଷ୍ଠାନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୁଜାରୀ ଆନୁଷ୍ଠାନିକ ଭାବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ମେସିନର କାର୍ଯ୍ୟକାରିତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ସେ କହିଛନ୍ତି, "ଯେତେବେଳ ଜଣେ କ୍ୟାନ୍ସର ରୋଗୀ ପ୍ରାଇଭେଟ ମେଡିକାଲକୁ ରେଡ଼ିଓଥେରାପି ପାଇଁ ଯାଏ ସେ ପାଖପାଖି 1 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥାଏ । ହେଲେ ଏହି ମେସିନର ସଂଖ୍ୟା ବୃଦ୍ଧି ପାଇବା କାରଣରୁ ଆଉ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ।"

ସେହିପରି ବିଧାୟକ ସୌଭିକ ବିଶ୍ବାଳ କହିଛନ୍ତି, "ଲିନାକ୍ ମେସିନ ସହିତ ୩୦ ଶଯ୍ୟା ବିଶିଷ୍ଟ ଏକ ନୂତନ ଡେ କେୟାର ସେଣ୍ଟର ମଧ୍ୟ ରହିଛି । ପୂର୍ବରୁ କ୍ୟାନ୍ସର ହସ୍ପିଟାଲରେ ୨ଟି ଲିନାକ୍ ମେସିନ୍ ରହିଥିଲା । ଏହିସବୁ ମେସିନରେ ଦୈନିକ ୧୫୦ରୁ ଅଧିକ କର୍କଟ ରୋଗୀଙ୍କର ଚିକିତ୍ସା କରାଯାଉଥିଲା।"

ଏହା ବି ପଢନ୍ତୁ...One Health Programme: ଜୁନୋଟିକ ଡିଜିଜ୍ ସଂକ୍ରମଣ ରୋକିବାକୁ WHOର ପଦକ୍ଷେପ, ଓଡ଼ିଶାରେ ହେବ ପାଇଲଟ ପ୍ରକଳ୍ପ

ଏହା ବି ପଢନ୍ତୁ...ସ୍କ୍ରବ ଟାଇଫସ ଆତଙ୍କ, ଅନୁଧ୍ୟାନ ପାଇଁ ବରଗଡ଼ ପହଞ୍ଚିଲେ 3 ଜଣିଆ ଡାକ୍ତରୀ ଦଳ

ତେବେ ସରକାରଙ୍କ ସ୍ବାସ୍ଥ୍ୟ ଦିଗରେ ଥିବା ଫୋକସକୁ ଦ୍ବିଗୁଣିତ କରିବା ପାଇଁ ଏହି ଲିନାକ୍ ମେସିନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଦ୍ୱାରା ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା କ୍ୟାନ୍ସର ରୋଗୀମାନଙ୍କର ସହଜରେ ରେଡିଓ ଥେରାପି ହୋଇପାରିବ। ଉଦଘାଟନ ଉତ୍ସବରେ କଟକ ଚୌଦ୍ଵାର ବିଧାୟକ ସୌଭିକ ବିଶ୍ୱାଳ, ସ୍ଵାସ୍ଥ୍ୟ ସଚିବ ଶାଲିନି ପଣ୍ଡିତ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ,ଏସସିବି ମେଡିକାଲ କଲେଜର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.