ETV Bharat / state

ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ, ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ଉପରେ ପ୍ରଶ୍ନ ଉଠାଇଲା ବିଜେପି

author img

By ETV Bharat Odisha Team

Published : Dec 14, 2023, 6:15 AM IST

ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ, ନିର୍ବାହୀ ଯନ୍ତ୍ରୀ ବଦଳି ଉପରେ ପ୍ରଶ୍ନ ଉଠାଇଲା ବିଜେପି
ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ, ନିର୍ବାହୀ ଯନ୍ତ୍ରୀ ବଦଳି ଉପରେ ପ୍ରଶ୍ନ ଉଠାଇଲା ବିଜେପି

Bali Yatra Corruption: କଟକ ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ ସ୍ପଷ୍ଟୀକରଣ ମଗିଲା ବିଜେପି ।ଚଳିତ ବର୍ଷ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଥିହା ଅଭିଯୋଗ ଆଣିଲା ଦଳ । ଅଧିକ ପଢନ୍ତୁ

ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ, ନିର୍ବାହୀ ଯନ୍ତ୍ରୀ ବଦଳି ଉପରେ ପ୍ରଶ୍ନ ଉଠାଇଲା ବିଜେପି

କଟକ: ବାଲିଯାତ୍ରା ଦୁର୍ନୀତିର ପର୍ଦ୍ଦା ଫାସ କେବେ ? ପ୍ରଶ୍ନ ଉଠାଇଲା ବିଜେପି । ଦିନକୁ ଦିନ ଏହି ଐତିହାସିକ ବାଲିଯାତ୍ରାରେ ଦୁର୍ନୀତି ପ୍ରସଙ୍ଗ ରାଜନୈତିକ ଦିଗ ନେବା ପରେ ଏବେ ଉଭୟ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମକୁ ବାଣ ମାରିଛି ଭାରତୟ ଜନତା ପାର୍ଟି । ୯ ଦିନର ବାଲିଯାତ୍ରା ମଧ୍ୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଇଥିବା ଜଣା ପଡିବା ପରେ ସିଏମସିରେ ଏକ ତଦନ୍ତକାରୀ ଟିମ ଗଠନ କରଯାଇଛି । ହେଲେ ଦୁର୍ଭାଗ୍ୟର ବିଷୟ ବାଲିଯାତ୍ରା ଆରମ୍ଭରୁ ଯେଉଁ ପ୍ରସ୍ତୁତି ଚାଲିଲା ସେଥିରେ ଯେଉଁ ନିର୍ବାହୀ ଯନ୍ତ୍ରୀ ଥିଲେ ତାଙ୍କୁ ତ ବଦଳି କରାଗଲା । ଏବେ ତଦନ୍ତ ହେବ କେମିତି ଓ ସତ କେମିତି ସମ୍ନାକୁ ଆସିବ ବୋଲି ପ୍ରଶ୍ନ କରିଛି କଟକ ନଗର ବିଜେପି ।

କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ କହିଛନ୍ତି ,"ଚଳିତ ବର୍ଷ ବାଲିଯାତ୍ରାରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଶୀଘ୍ର ସିଏମସି ତାର ସ୍ପଷ୍ଟୀକରଣ ରଖୁ । କେତେ ଟେଣ୍ଡର ହୋଇଛି ଏବଂ କେତେ ଖର୍ଚ୍ଚ ହୋଇଛି । ନହେଲେ ଆଗମୀ ଦିନରେ କଟକର ପ୍ରତ୍ୟକ ଛକରେ ସିଏମସି ବିରୋଧରେ ହେବ ବଡ଼ ଜନ ଆନ୍ଦୋଳନ । ଯାହା ପାଇଁ କେବଳ ଦାୟୀ ରହିବେ ସିଏମସି କତ୍ତୃପକ୍ଷ ।"

ତେବେ ବାଲିଯାତ୍ରା ଗେଟ୍‌ ପାଇଁ ଖର୍ଚ୍ଚ ହୋଇଛି 6 ଲକ୍ଷ କିନ୍ତୁ ଟେଣ୍ଡର ହୋଇଛି 32 ଲକ୍ଷ ଟଙ୍କା । ଏହାଛଡା ବାଣ ଫୁଟା, ପରିମଳ, ଲେଜର ଲାଇଟରେ ହେଇଚି ଲକ୍ଷାଧିକ ଟଙ୍କାର ଦୁର୍ନୀତି । ତେବେ ବଲିଯାତ୍ରରେ ମୋଟ ସାଢ଼େ ଚାରି କୋଟି ଟଙ୍କା ବ୍ୟୟ ବରାଦ କରିଛି ମହାନଗର ନିଗମ ।

ଏହା ମଧ୍ୟ ପଢନ୍ତୁ....ବାଲିଯାତ୍ରାରେ ଦୁର୍ନୀତି ପ୍ରସଙ୍ଗ; କଳାପାହାଡ଼ ନେତା ଯୋଗୁ କଟକ ବଦନାମ: ମେୟର

ସେପଟେ ବାଲିଯାତ୍ରା ଦୁର୍ନୀତିକୁ ନେଇ ପୂର୍ବରୁ ସମ୍ବାଦିକ ସମିଳନୀ କରି ସିଏମ୍‌ସି କମିଶନର ଏବଂ ମେୟରଙ୍କ ଉପରେ ବର୍ଷିଥିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ,"ବାଲିଯାତ୍ରରେ କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଛି ଏସବୁ ଦୁର୍ନୀତି ମେୟର ଏବଂ କମିଶନରଙ୍କ ମଧୁ ଚନ୍ଦ୍ରିକାରେ ଦୁର୍ନୀତି ହୋଇଛି ।" ତେବେ ଏହି ଦିଗରର ସିବିଆଇ ତଦନ୍ତ ମଧ୍ୟ ହେବା ଆବଶ୍ୟକ ବୋଲି କହିଛନ୍ତି ବିରୋଧୀ କର୍ପୋରେଟର । ତେବେ ଆଜି ବିଜେପି ସିଏମସିକୁ ଟାର୍ଗେଟ କରିବା ପରେ ବାଲିଯାତ୍ରା ଦୁର୍ନୀତିର ପର୍ଦ୍ଦାଫାସ ଶୀଘ୍ର ହେବା ନେଇ ଅନୁମାନ କରାଯାଉଛି ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.