ETV Bharat / state

ରାଜ୍ୟରେ କୃଷି ଦୁର୍ନୀତିରେ ହେଉ ସିବିଆଇ ତଦନ୍ତ: ବିଜେପି

author img

By ETV Bharat Odisha Team

Published : Aug 25, 2023, 9:14 PM IST

ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚ
ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚ

ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚ । ପିଏମ୍‌ କିଷାନ ଯୋଜନା ବାଟ ମାରଣା ହେଉଥିବା ନେଇ ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚ

କଟକ: ରାଜ୍ୟରେ ପିଏମ କିଷାନ ଯୋଜନା ବାଟ ମାରଣା ହେଉଥିବା ନେଇ ଅଭିଯୋଗ ଆଣିଲା ବିଜେପି । ଓଡିଶା ସରକାରଙ୍କ ବେପରୁଆ ମନୋଭାବ ଭାବ ଯୋଗୁଁ ରାଜ୍ୟରେ 30 ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଏହି ଯୋଜନାରେ ତାଲିକା ଭୁକ୍ତ ହୋଇନଥିବା ବିଜେପି ଅଭିଯୋଗ କରିଛି । ଏନେଇ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଟକ ଉପଜିଲ୍ଲାପାଳଙ୍କ ଜରିଆରେ ଦାବି ଜଣାଇଛି ବିଜେପି ।

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ କହିଛନ୍ତି,"କେନ୍ଦ୍ର ସରକାର ଓଡ଼ିଶାରେ ଚାଷୀମାନଙ୍କ ପାଇଁ ଅନେକ ବିକାଶମୂଳକ ଯୋଜନା ହାତକୁ ନେଇଛି । ହେଲେ ଓଡିଶାରେ ଶାସକ ଦଳର ଲାଭ ଖୋର ଓ ଲୋଭ ଯୋଗୁ ସାଧାରଣ ଚାଷୀ ଆଜି ହନ୍ତସନ୍ତ ହେଉଛି । କେନ୍ଦ୍ରରୁ ଚାଷୀ ପାଇଁ ଆସୁଥିବା ସବସିଡ, ଯନ୍ତ୍ରାଂଶ କିଣିବା ପାଇଁ ରିହାତିରେ ରାଜ୍ୟ ସରକାର ଦୁର୍ନୀତି କରୁଛନ୍ତି । ସରକାରୀ ଦଳର କିଛି ଲୋକ ପ୍ରତିନିଧି ଏହି ସ୍କାମ୍‌ରେ ସାମିଲ ଅଛନ୍ତି । ତେଣୁ ଏହି ବଡ଼ ଦୁର୍ନୀତିର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ । ରାଜ୍ୟ ସରକାରଙ୍କ କୃଷକମାରଣ ନୀତି ବନ୍ଦ କରନ୍ତୁ । 23 ବର୍ଷର ଶାସନ କାଳରେ ସରକାର କୃଷକଙ୍କ ପାଇଁ କିଛି କରିନାହିଁ । ଖାଲି କେନ୍ଦ୍ରକୁ କପି କରି ଚାଲିଛି । ଚାଷୀଙ୍କ ହକ୍ ମାରିଛି, ଆଉ ନୁହେଁ । ଯଦି ଆଗାମୀ ଦିନରେ ଏହି ଦିଗରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷପ ଗ୍ରହଣ ନକରାଯାଏ ତେବେ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ବିଦ୍ରୋହର ନିଆଁ ଜଳିବ ।"

ଏହା ବି ପଢନ୍ତୁ: ଗୋପାଳପୁର ବିଧାୟକଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ଉପସ୍ଥିତିରେ ବିଧାୟକଙ୍କ ସମର୍ଥକ ଓ ବିଜେଡି କର୍ମୀ ଠେଲାପେଲା

ଚାଷୀଙ୍କ କୃଷି ଯନ୍ତ୍ରପାତି ଓ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଦାବି କରି, ଏହାର ସିବିଆଇ ତଦନ୍ତ କରାଯିବା ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଟକ ଉପ-ଜିଲ୍ଲାପାଳଙ୍କୁ ବିଜେପି ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କଟକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ମହେଶ୍ୱର ସାହୁ, ଲଲାଟେନ୍ଦୁ ବଡୁଙ୍କ ସମେତ ବହୁ ବିଜେପି କର୍ମୀମାନେ ଏକାଠି ହୋଇ ଦାବିପତ୍ର କଟକ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।। ତେବେ କେନ୍ଦ୍ର ରୀତିମତ ଭାବରେ ଚାଷର ବିକାଶ ପାଇଁ ଅନେକ ପ୍ରଚେଷ୍ଟା ଜାରି ରଖିଛନ୍ତି । ହେଲେ ରାଜ୍ୟରେ ଶାସକ ଦଳର ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀ ଆଜି ନିରୁତ୍ସାହିତ ବୋଲି ବିଜେପି କୃଷକ ମୋର୍ଚ୍ଚା ଅଭିଯୋଗ କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.