ETV Bharat / state

ବିସିସିଆଇ ନିର୍ବାଚନରେ ଓସିଏରୁ ଭୋଟ ଦେବେ ସଞ୍ଜୟ ବେହେରା

author img

By

Published : Oct 3, 2019, 6:37 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

ବିସିସିଆଇ ନିର୍ବାଚନରେ ଓସିଏ ପକ୍ଷରୁ ଭୋଟ ଦେବେ ସମ୍ପାଦକ ସଞ୍ଜୟ ବେହେରା । ଏନେଇ ଆଜି ବସିଥିବା ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ।

କଟକ: ସରିଛି ରାଜ୍ୟ କ୍ରିକେଟ ବୋର୍ଡ ନିର୍ବାଚନ । ନୂଆକରି ଓଡିଶା କ୍ରିକେଟ ଆସୋସିଏସନ(ଓସିଏ)ର ଦାୟିତ୍ବ ନେଇଥିବା କିମିଟିର ବୈଠକ ହୋଇଛି । ଚଳିତ ମାସ 23 ତାରିଖରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବିସିସିଆଇ ନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇଛି । ନିର୍ବାଚନରେ ଓସିଏ ପକ୍ଷରୁ ଭୋଟ ଦେବେ ସମ୍ପାଦକ ସଞ୍ଜୟ ବେହେରା । ଏନେଇ ଆଜି ବସିଥିବା ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ସଂପାଦକ ସଞ୍ଜୟ ବେହେରାଙ୍କ ପ୍ୟାନେଲ ଜିତିବା ପରେ, ଆଜି ଓସିଏର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ବିଶେଷକରି ରାଜ୍ୟରେ କ୍ରିକେଟର ବିକାଶ ଆଲୋଚନାରେ ସ୍ଥାନ ପାଇଥିଲା । ଜିଲା ସ୍ତରୀୟ ମ୍ୟାଚକୁ ସୁଚାର ରୂପରେ ଆୟୋଜନ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଥଲା । ପରେ ସମ୍ପାଦକ ସଞ୍ଜୟ ବେହେରା ହିଁ ବିସିସିଆଇ ନିର୍ବାଚନରେ ଓସିଏ ପକ୍ଷରୁ ମତଦାନ କରିବେ ବୋଲି ସ୍ଥିର ହୋଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ



Intro:କଟକ: ବିସିସିଆଇ ନିର୍ବାଚନ ରେ ଓସିଏ ପକ୍ଷରୁ ଭୋଟ ଦେବେ ସମ୍ପାଦକ ସଞ୍ଜୟ ବେହେରା । ଏନେଇ ଆଜି ବସିଥିବା ସାଧାରଣ ପରିଷଦ ବୈଠକ ରେ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତା ମାସ ରେ ହେବାକୁ ଥିବା ଏହି ବଡ଼ ନିର୍ବାଚନ ରେ ସଞ୍ଜୟ ତାଙ୍କ ମତଦାନ ସାବ୍ୟସ୍ତ କରିବେ ।

ତେବେ ସଞ୍ଜୟ ବେହେରା ପ୍ୟାନେଲ ଜିତିବା ପରେ ଆଜି ଓସିଏ ରେ ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ବିଶେଷକରି ପ୍ରାଥମିକ ମିକ ସ୍ତରରେ ଯେପରି କ୍ରିକେଟ ର ବିକାଶ ହେବ । ଜିଲା ସ୍ତରୀୟ ମ୍ୟାଚ କୁ ସୁଚାର ରୂପରେ ଆୟୋଜନ କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଥଲା । ତେବେ ସମସ୍ତଙ୍କ ମତରେ ସମ୍ପାଦକ ସଞ୍ଜୟ ବେହେରା ହିଁ ବିସିସିଆଇ ନିର୍ବାଚନ ରେ ନିଜର ମତ ସାବ୍ୟସ୍ତ କରି ପାରିବେ ବୋଲି ସ୍ପଷ୍ଟ ହୋଇଥିଲା ।


Body:ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ )


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.