ETV Bharat / state

ରଣଜୀ ଅଭିଯାନ ପୂର୍ବରୁ ଓସିଏକୁ ଝଟକା, ବୟସ ଜାଲିଆତି ପାଇଁ ସୁମିତଙ୍କୁ 2ବର୍ଷ ବ୍ୟାନ କଲା BCCI

author img

By ETV Bharat Odisha Team

Published : Jan 4, 2024, 9:43 PM IST

BCCI bans sumit sharma
ସୁମିତଙ୍କୁ 2 ବର୍ଷ ବ୍ୟାନ

BCCI Bans Sumit Sharma: ନବାଗତ ଖେଳାଳି ସୁମିତ ଶର୍ମାଙ୍କୁ ବ୍ୟାନ କଲା BCCI । ଘରୋଇ ଟୁର୍ଣ୍ଣାମେଣ୍ଟରୁ ୨ ବର୍ଷ ପାଇଁ ତାଙ୍କୁ ବ୍ୟାନ କରାଯାଇଛି । ଅଧିକ ପଢନ୍ତୁ

କଟକ: ରଣଜୀ ସିଜନ ଆରମ୍ଭ ପୂର୍ବରୁ ଓଡିଶାକୁ ବଡ଼ ଝଟକା । ପୁଣି ବୟସ ଜାଲିଆତିରେ ଫସିଲେ ଖେଳାଳି । ନବାଗତ ଖେଳାଳି ସୁମିତ ଶର୍ମାଙ୍କୁ ବ୍ୟାନ କଲା BCCI । ଘରୋଇ ଟୁର୍ଣ୍ଣାମେଣ୍ଟରୁ ୨ ବର୍ଷ ପାଇଁ ବ୍ୟାନ କରିଛି BCCI । ଗତ ସପ୍ତାହରେ ଟିମରେ ସାମିଲ ହୋଇଥିଲେ ସୁମିତ । ତ୍ରୁଟିପୂର୍ଣ୍ଣ ବୟସ ପ୍ରମାଣ ପତ୍ର ଦେଇ ସ୍ପିନର ସୁମିତ ଫସିଥିବା ଜଣାପଡିଛି । ସୂଚନା ଅନୁସାରେ, ଏବେ ଦଳ ସହ ବରୋଦାରେ ଅଛନ୍ତି ସୁମିତ । ସୁମିତଙ୍କ ବଦଳରେ ତାରିଣୀ ସ'ଙ୍କୁ OCA ପକ୍ଷରୁ ବରୋଦା ପଠାଯାଇଥିବା ଜଣାପଡିଛି । ତେବେ ଜନ୍ମ ପ୍ରମାଣରେ ତ୍ରୁଟି ଯୋଗୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି BCCI ।

BCCI bans sumit sharma
ସୁମିତଙ୍କୁ 2 ବର୍ଷ ବ୍ୟାନ

ତେବେ ବାମହାତୀ ସ୍ପିନର ଭାବରେ ନିଜର କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ ସୁମିତ । କ୍ଲବ କ୍ରିକେଟରେ ଦକ୍ଷତାପୂର୍ଣ୍ଣ ଖେଳ ପ୍ରଦର୍ଶନ ସହ ରାଜ୍ୟ ପାଇଁ ଉଚ୍ଚ କୋଟିର ଖେଳ ପଦର୍ଶନ କରିଥିଲେ । ଏହାପରେ ଚଳିତବର୍ଷ ରଣଜୀ ସିଜନରେ ଓଡ଼ିଶା ଦଳରେ ସ୍ଥାନ ପାଇଥିଲେ ସୁମିତ। ସେ 2015-16 ଖେଳିବା ସମୟରେ ଯେଉଁ ଜନ୍ମପ୍ରମାଣ ପତ୍ର ଦାଖଲ କରିଥିଲେ ତାହା ଚଳିତ ରଣଜୀ ସିଜନରେ ମେଳ ଖଉନଥିବା ଜମାପଡିଥିଲା । ଯେଉଁଥିପାଇଁ ତାଙ୍କୁ BCCI ପକ୍ଷରୁ ବ୍ୟାନ କରାଯାଇଛି । ବୟସ ଜାଲିଆତି ପାଇଁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ, ଦ୍ବିତୀୟ ଟେଷ୍ଟରେ ଭାରତର ଦମଦାର ବିଜୟ

ଏହା ମଧ୍ୟ ପଢନ୍ତୁ...ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ, ଶାନ୍ତନୁ ମିଶ୍ରଙ୍କ କାନ୍ଧରେ କମାଣ

ଏହା ମଧ୍ୟ ପଢନ୍ତୁ...ବରିଷ୍ଠ ମହିଳା ଏକଦିବସୀୟ ଟ୍ରଫି: ଘୋଷଣା ହେଲା ଟିମ୍‌ ଓଡ଼ିଶା, ମାଧୁରୀଙ୍କ ହାତରେ କମାଣ

ସୂଚନା ମୁତାବକ, ଏହି ରଣଜୀ ସିଜନରେ ଓଡିଶା ମୋଟ 7 ଟି ମ୍ୟାଚ୍ ଖେଳିବ । ପ୍ରଥମ ମ୍ୟାଚରେ ବରୋଦା , ଏହାପରେ ମଧ୍ୟପ୍ରଦେଶ ,ଜମ୍ମୁ କଶ୍ମୀର , ହିମାଚଳ ପ୍ରଦେଶ , ପଣ୍ଡିଚେରୀ , ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ଭେଟିବ ଓଡିଶା । ତେବେ BCCIର ଘରୋଇ ସିଜନ ମଧ୍ୟରେ ରଣଜୀ ଟ୍ରଫି ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ମେଗା ସିଜନ ପୂର୍ବରୁ OCAକୁ ମିଳିଛି ବଡ ଝଟକା । ଯାହା କ୍ରୀଡାପ୍ରେମୀଙ୍କୁ ଚକିତ କରିଛି। ତେବେ ସୁମିତଙ୍କ ବଦଳରେ ତାରିଣୀ ସ'ଙ୍କୁ OCA ପକ୍ଷରୁ ବରୋଦା ପଠାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.