ETV Bharat / state

ଖୁବଶୀଘ୍ର କଟକ ଜିଲ୍ଲାର ୧୦୦ଟି କଲେଜର ହେବ ରୂପାନ୍ତରଣ: 5T ସଚିବ

author img

By

Published : Aug 9, 2023, 7:32 AM IST

Updated : Aug 9, 2023, 2:28 PM IST

ନୂଆ ବର୍ଷ ପୂର୍ବରୁ 5T ଯୋଜନାରେ କଟକ ଜିଲ୍ଲାର ୧୦୦ଟି କଲେଜର ହେବ ରୂପାନ୍ତରଣ । ସୂଚନା ଦେଲେ ବିଭାଗୀୟ ସଚିବ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ

5T ସଚିବ କଟକ ଜିଲ୍ଲା ଗସ୍ତ
5T ସଚିବ କଟକ ଜିଲ୍ଲା ଗସ୍ତ

5T ସଚିବ କଟକ ଜିଲ୍ଲା ଗସ୍ତ

କଟକ: ଖୁବଶୀଘ୍ର କଟକ ଜିଲ୍ଲାର 100ଟି କଲେଜ 5T ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହେବ । ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେଇ ଆସନ୍ତା ନବ ବର୍ଷ ଆଗରୁ ଜିଲ୍ଲାର ସମସ୍ତ କଲେଜର ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । କଲେଜ ଗୁଡିକର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 63 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମଙ୍ଗଳବାର କଟକ ଗସ୍ତ ଅବସରରେ ବାଲିଯାତ୍ରା ପଡିଆରେ ଆୟୋଜିତ ହୋଇଥିବା ବୃହତ ଛାତ୍ର ସମାବେଶରେ ଯୋଗ ଦେଇ ଏହା କହିଛନ୍ତି 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ଏଥିସହ ସେଠାରେ ଜିଲ୍ଲାର ଜୁନିୟର ଓ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ।

ଛାତ୍ର ସମାବେଶକୁ ସମ୍ବୋଧିତ କରି 5T ସଚିବ କହିଛନ୍ତି, ‘ଜୀବନରେ ସଫଳ ହେବାକୁ ହେଲେ ଆତ୍ମବିଶ୍ବାସୀ ହେବା ଜରୁରୀ । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଦୈନିକ ଅଧଘଣ୍ଟା ଶାରୀରିକ ବ୍ୟାୟାମ କରିବା ସହିତ ଯୋଗ ପ୍ରାଣାୟାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେଥିପାଇଁ ଉତ୍ତମ ବନ୍ଧୁ ଚୟନ କରିବା, ଗୁରୁମାନଙ୍କୁ ସମ୍ମାନ ଦେବା, ପିତାମାତାଙ୍କୁ ଭକ୍ତି କରିବା ହେଉଛି ମୂଳ ମନ୍ତ୍ର ।’ ତେବେ କାର୍ଯ୍ୟକ୍ରମରେ ଯୋଗ ଦେବା ଆଗରୁ ସଚିବ ପ୍ରଥମେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଦୁଇ ଦିନିଆ କଟକ ଜିଲ୍ଲା ଗସ୍ତରେ 5T ସଚିବ: କେଉଁଠି ସମ୍ବର୍ଦ୍ଧନା, କେଉଁଠି ବିରୋଧ

କଟକ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଯୁକ୍ତ 3 କଲେଜ 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ ହେବ । ଏହି କଲେଜ ଗୁଡିକରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ ଇତ୍ୟାଦି ବ୍ୟବସ୍ଥା ରହିବ । ଏଥିପାଇଁ 60 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଆସନ୍ତା 6 ମାସ ଭିତରେ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି 5T ସଚିବ ସୂଚନା ଦେଇଛନ୍ତି । ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ମଙ୍ଗଳବାର ପ୍ରଥମ କିସ୍ତିରେ ଟଙ୍କା ଦିଆଯାଇଛି । ଏହି କାର୍ଯ୍ୟରେ ଛାତ୍ରଛାତ୍ରୀଙ୍କୁ ନିଜେ ଶ୍ରମ ଦାନ କରିବାକୁ ସେ ନିବେଦନ କରିଛନ୍ତି । ଏହି ଅବସରରେ ଖୁବ ଶୀଘ୍ର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ବୃଦ୍ଧି ନେଇ ମଧ୍ୟ 5T ସଚିବ ସୂଚନା ଦେଇଛନ୍ତି । ପରିଶେଷରେ ପିଲାଙ୍କ ସହ ନିଜ ଜୀବନ ଅନୁଭୂତି ବଖାଣିଛନ୍ତି । ଏହି ଅବସରରେ ଜଣେ ଛାତ୍ରୀ 5T ସଚିବ ଭିକେ ପାଣ୍ଡିଆନଙ୍କୁ ଏକ ପେଣ୍ଟିଙ୍ଗ ଉପହାର ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated :Aug 9, 2023, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.