ETV Bharat / state

ରାଜ୍ୟରେ ଏସଏଚଜି ମହିଳାଙ୍କ ସ୍ଥାନ ଏବେ ଉପରେ: ପାଣ୍ଡିଆନ

author img

By

Published : Aug 9, 2023, 7:41 PM IST

ଦୁଇ ଦିନିଆ କଟକ ଗସ୍ତରେ ରହିଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ । କଟକ ବାଲିଯାତ୍ରା ଉପର ପଡ଼ିଆରେ ଅନୁଷ୍ଠିତ ବିଶାଳ ସମାବେଶରେ ଏସଏଚଜି ଗ୍ରୁପ୍‌ ମହିଳାଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

5t secretary vk pandian visits cuttack
କଟକ ଗସ୍ତରେ ୫T ସଚିବ ଭିକେ ପାଣ୍ଡିଆନ

କଟକ ଗସ୍ତରେ ୫T ସଚିବ ଭିକେ ପାଣ୍ଡିଆନ

କଟକ: ଏସଏଚ୍‌ଜି ଗ୍ରୁପ ଏବେ ଏମଏସଏମଇ ମୁଁହା । ନିଜର ଦକ୍ଷତା ଓ ଘରୋଇ କାରିଗରୀକୁ ନେଇ ଏବେ ନୂଆ ସମ୍ଭାବନା ଦିଗରେ ଆଗେଇ ଚାଲିଛନ୍ତି କଟକର ଏସଏଚ୍‌ଜି ମହିଳା । ସେମାନଙ୍କୁ କାମକୁ ପ୍ରସଂଶା କରି ସାଧୁବାଦ ୫T ସଚିବ ଭି.କେ ପାଣ୍ଡିଆନ ଜଣାଇଛନ୍ତି । କଟକ ବାଲିଯାତ୍ରା ଉପର ପଡ଼ିଆରେ ଅନୁଷ୍ଠିତ ବିଶାଳ ସମାବେଶରେ ଏସଏଚ୍‌ଜି ଗ୍ରୁପ ମାନଙ୍କୁ ସଶକ୍ତିକରଣ କରିଛନ୍ତି । ସରକାରଙ୍କ ପ୍ରତ୍ୟକଟି ଏସଏଚଜି ମହିଳା ମାନଙ୍କ ପ୍ରତି ହୋଇଥିବା ଯୋଜନା ସମ୍ପର୍କରେ ବୁଝାଇଥିଲେ ୫T ସଚିବ ।

ଏହା ମଧ୍ୟ ପଢ଼ନ୍ତୁ: ବାଙ୍କୀରେ ୫T ସଚିବ, ବିଭିନ୍ନ ଯୋଜନାର କଲେ ସମୀକ୍ଷା

ବର୍ତ୍ତମାନ ସମୟରେ ଏହି ଗ୍ରୁପ୍‌ ସାରା ରାଜ୍ୟରେ ବେଶ ଆଗକୁ ଗତି କରିଛି । ଯେଉଁ ମହିଳା ଦିନେ ଘରେ ରହୁଥିଲେ ସେ ଆଜି ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ନିଜେ ସୃଷ୍ଟି କରୁଛନ୍ତି । ତେବେ ଏହାକୁ ନଜରରେ ରଖି ରାଜ୍ୟ ସରକାର ଆହୁରି ଅନେକ ସୁବିଧା ସୁଯୋଗ ଏହି ଗ୍ରୁପ୍‌ ମହିଳାମାନଙ୍କୁ ଯୋଗାଇ ଦେବା ପାଇଁ କହିଥିବା ୫T ସଚିବ କହିଛନ୍ତି । ଏନେଇ ଏସ୍‌ଏଚ୍‌ଜି ମହିଳା କହିଛନ୍ତି, "ପାଣ୍ଡିଆନଙ୍କ ଏହି ବକ୍ତବ୍ୟ ନିଶ୍ଚୟ ଆମ କାର୍ଯ୍ୟ କରିବାର ଦକ୍ଷଟାକୁ ଆହୁରି ବୃଦ୍ଧି କରିଛି । ବର୍ତ୍ତମାନ ସମୟରେ ମହିଳା ନିଜେ ସ୍ୱତନ୍ତ୍ର ହୋଇଛନ୍ତି । ଯାହାର ଶ୍ରେୟ କେବଳ ରାଜ୍ୟ ସରକାର ଅଟନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ଦୁଇ ଦିନିଆ କଟକ ଜିଲ୍ଲା ଗସ୍ତରେ 5T ସଚିବ: କେଉଁଠି ସମ୍ବର୍ଦ୍ଧନା, କେଉଁଠି ବିରୋଧ

୫T ସଚିବ ଭି.କେ ପାଣ୍ଡିଆନ ଦୁଇ ଦିନିଆ କଟକ ଗସ୍ତରେ ରହିଥିବା ବେଳେ ଗସ୍ତର ଦ୍ବିତୀୟ ଦିନରେ ବାଙ୍କୀ ଯାଇଛନ୍ତି । ମାଆ ଚର୍ଚ୍ଚିକାଙ୍କ ମନ୍ଦିର ବୁଲିବା ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ମନ୍ଦିର ସେବାୟତଙ୍କ ସହ ଅଲୋଚନା କରି ସେମାନଙ୍କ ଦାବି ଶୁଣିଛନ୍ତି । ଏହାପରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ଅଭିଯୋଗ ହସ୍ତଗତ କରିଛନ୍ତି ଭି.କେ ପାଣ୍ଡିଆନ । ବାଙ୍କୀରେ ୫T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଥିଲା । ପାଣ୍ଡିଆନଙ୍କ ବାଙ୍କୀ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଥିଲେ । ପାଣ୍ଡିଆନଙ୍କ ବିରୋଧରେ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ଏନ୍‌ଏସି ଛକ ନିକଟରୁ ପୋଲିସ ସେମାନଙ୍କୁ ଉଠାଇ ନେଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଖୁବଶୀଘ୍ର କଟକ ଜିଲ୍ଲାର ୧୦୦ଟି କଲେଜର ହେବ ରୂପାନ୍ତରଣ: 5T ସଚିବ

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.