ETV Bharat / state

ବାଙ୍କୀରେ ୫T ସଚିବ, ବିଭିନ୍ନ ଯୋଜନାର କଲେ ସମୀକ୍ଷା

author img

By

Published : Aug 9, 2023, 3:53 PM IST

୫T ସଚିବ ଭି.କେ ପାଣ୍ଡିଆନଙ୍କ କଟକ ଗସ୍ତର ଦ୍ବିତୀୟ ଦିନରେ ମାଆ ଚର୍ଚ୍ଚିକାଙ୍କୁ ଦର୍ଶନ କରିଛନ୍ତି । ମନ୍ଦିର ବୁଲିବା ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

5t secretary vk pandian visits cuttack
ଦୁଇ ଦିନିଆ କଟକ ଗସ୍ତରେ ୫T ସଚିବ ଭିକେ ପାଣ୍ଡିଆନ

ଦୁଇ ଦିନିଆ କଟକ ଗସ୍ତରେ ୫T ସଚିବ ଭିକେ ପାଣ୍ଡିଆନ

କଟକ: ଦୁଇ ଦିନିଆ କଟକ ଗସ୍ତରେ ରହିଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ । ଗସ୍ତର ଦ୍ବିତୀୟ ଦିନରେ ବାଙ୍କୀରେ ପହଞ୍ଚିଛନ୍ତି ପାଣ୍ଡିଆନ । ମାଆ ଚର୍ଚ୍ଚିକାଙ୍କ ମନ୍ଦିର ବୁଲିବା ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ମନ୍ଦିର ସେବାୟତଙ୍କ ସହ ଅଲୋଚନା କରି ସେମାନଙ୍କ ଦାବି ଶୁଣିଛନ୍ତି । ଏହାପରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ଅଭିଯୋଗ ହସ୍ତଗତ କରିଛନ୍ତି ଭି.କେ ପାଣ୍ଡିଆନ ।

ବାଙ୍କୀରେ ୫T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଛି । ପାଣ୍ଡିଆନଙ୍କ ବାଙ୍କୀ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଛନ୍ତି । ପାଣ୍ଡିଆନଙ୍କ ବିରୋଧରେ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାପରେ ଏନଏସି ଛକ ନିକଟରୁ ପୋଲିସ ସେମାନଙ୍କୁ ଉଠାଇ ନେଇଛି । କଟକର ଦୁଇ ଦୁନିଆ ଗସ୍ତ ମଧ୍ୟରେ ଗତକାଲି(ମଙ୍ଗଳବାର) ଜିଲ୍ଲାର ଅଧିକାଂଶ ନିର୍ବାଚନ ମଣ୍ଡଳୀ ୫T ସଚିବ ବୁଲିଥିବା ବେଳେ ଆଜି ସକାଳ ସମୟରେ ବାଙ୍କୀ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ । ତେବେ ମଙ୍ଗଳବାର, ବଡ଼ମ୍ବା, ଆଠଗଡ଼, ନରସିଂହପୁର, ନିଶ୍ଚିତକୋଇଲି, କଟକ ବାରବାଟୀ, ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ଗସ୍ତ କରି ଆୟୋଜିତ ମହାବେଶରେ ଯୋଗ ଦେଇଥିଲେ । କଟକ ସହର ସମେତ ସମସ୍ତ ବ୍ଲକର ଜନସାଧାରଣଙ୍କ ସୁଖଦୁଃଖ ବୁଝିବା ସହ ବିଭିନ୍ନ ଦାବି ସମ୍ପର୍କରେ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଆଠଗଡ଼ରେ 5T ସଚିବ; କଳା ପତକା ଦେଖାଇ ବିରୋଧ କଲା ବିଜେପି

ଏହି ଗସ୍ତ ମଧ୍ୟରେ କଟକ ଚୌଦ୍ବାଠାରେ ପାଣ୍ଡିଆନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳିଥିବା ବେଳେ କିଛି ଅଞ୍ଚଳରେ ତାଙ୍କୁ ବିରୋଧୀ ଦଳ ଓ ସମାଜସେବୀମାନଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଅନ୍ୟପଟେ ବିଜେପି ନେତା ଓ କର୍ମୀ ୫T ସଚିବଙ୍କ ଗସ୍ତକୁ ବିରୋଧ କରି କଳା ପତାକା ଦେଖାଇଥିଲେ । ପାଣ୍ଡିଆନଙ୍କ ଏହି ଗସ୍ତରେ ସଭାସ୍ଥଳରେ ହଜାର ହଜାର ଜନସାଧାରଣ ମଧ୍ୟ ଯୋଗ ଦେଇଥିଲେ । ଚୌଦ୍ବାର ଗୋପବନ୍ଧୁ ନୋଡାଲ ସ୍କୁଲ୍‌ ପ୍ରାଙ୍ଗଣରେ ଆୟୋଜିତ ଏକ ସମାବେଶରେ 5T ସଚିବ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ଚୌଦ୍ବାର ଅଞ୍ଚଳର ହୃତ ଗୌରବ ଫେରାଇ ଆଣିବା ସହ ଏଠାରେ ପୁଣି ଶିଳ୍ପ ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଓଟିଏମ୍‌, ବଲାରପୁର ଭଳି ଶିଳ୍ପ ଏଠାରେ କାର୍ଯ୍ୟକ୍ଷମ ହେବା ସହ ଅବଶିଷ୍ଟ ୫୦ ଏକର ଜମିରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ । ଏଥିପାଇଁ ଜନସଧାରଣଙ୍କ ସହଯୋଗ କାମନା କରିଥିଲେ । ଆଜି ମଧ୍ୟ କଟକର ଅନେକ ସ୍ଥାନରେ ସମାବେଶ ରହିଥିଲା ବେଳେ ଆୟୋଜିତ ସଭାରେ ଯୋଗ ଦେଇ ଏସଏସଜି ମହିଳାଙ୍କ ସହ ଆଲୋଚନା ୫T ସଚିବ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.