ETV Bharat / state

ବୌଦ୍ଧ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ, ଜଳସେଚନ ପ୍ରକଳ୍ପକୁ ନେଇ କଲେ ଆଲୋଚନା

author img

By ETV Bharat Odisha Team

Published : Dec 31, 2023, 8:44 AM IST

ଦିନିକିଆ ବୌଦ୍ଧ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ
ଦିନିକିଆ ବୌଦ୍ଧ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ

Bishweswar Tudu visits Boudh: ଦିନିକିଆ ବୌଦ୍ଧ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ । ଆଗାମୀ ନିର୍ବାଚନକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବା ସହ ଜଳସେଚନ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବର ଅଗ୍ରଗତି ସମ୍ପର୍କରେ ଆଲୋଚନା କଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ଦିନିକିଆ ବୌଦ୍ଧ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ

ବୌଦ୍ଧ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଦଳୀୟ କର୍ମକର୍ତ୍ତାମାନେ ବିଶାଳ ଶୋଭାଯାତ୍ରା ସହ ବୌଦ୍ଧରେ ତାଙ୍କର ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଜିଲ୍ଲାରେ ଟାଉନ ହଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏହି ଅବସରରେ ଆଗାମୀ ନିର୍ବାଚନ ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏଥିସହ ଦୀର୍ଘ ବର୍ଷ ହେଲା ଅଟକି ରହିଥିବା ଜଳସେଚନ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।

ଶନିବାର ଦିନ ଦିନିକିଆ ବୌଦ୍ଧ ଗସ୍ତ କରିଥିଲେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ବିଶେଶ୍ୱର ଟୁଡୁ । ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ବୌଦ୍ଧଠାରେ ପହଞ୍ଚିବା ପରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିବା ସହିତ ଏକ ବିଶାଳ ଶୋଭାଯାତ୍ରାରେ ଟାଉନ ହଲ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ସେଠାରେ ସାଧାରଣ ସଭାରେ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ... ଓଡ଼ିଆ ବୋକା ନୁହନ୍ତି ଯେ ତାମିଲଙ୍କୁ ପ୍ରଶ୍ରୟ ଦେବେ: ବିଶ୍ବେଶ୍ବର ଟୁଡୁ

ଏହି ଅବସରରେ ଜଳ ସମ୍ପଦ ମନ୍ତ୍ରୀ ଜିଲ୍ଲାର ସାଲୁଙ୍କୀ ନଦୀର ସତୀଘାଟ ଠାରେ ପ୍ରସ୍ତାବିତ ସେଚନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇନଥିବା ତଥା ଉପର ମୁଣ୍ଡରେ ଥିବା ଗମ୍ଭୀରାଦରହ ଠାରେ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଥିବା ବୃହତ ଜଳସେଚନ ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଆଉ ମଧ୍ୟ ରାଜ୍ୟ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଗମ୍ଭୀରାଦରହ ଠାରେ ପ୍ରସ୍ତାବିତ ସେଚନ ପ୍ରକଳ୍ପ ଅଞ୍ଚଳକୁ ବୁଲି ଦେଖିବା ସହିତ ଏନେଇ ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଏ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ ।

ଏହାମଧ୍ୟ ପଢନ୍ତୁ... କ୍ୟାପିଟାଲ ହସ୍ପିଟାଲରେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ, BSKY ସ୍ୱାସ୍ଥ୍ୟକାର୍ଡକୁ କଲେ ପ୍ରଶଂସା

ଦୀର୍ଘ ବର୍ଷ ହେଲା ବୌଦ୍ଧ ଜିଲ୍ଲାର ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଗୁରୁଜୀମୁଣ୍ଡା ନିକଟସ୍ଥ ଗମ୍ଭୀରାଦରହ ଠାରେ ସାଲୁଙ୍କୀ ସେଚନ ପ୍ରକଳ୍ପ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଚାପ ଫଳରେ ଆବଶ୍ୟକ ନଥିବା ସତୀଘାଟ ଠାରେ ଉକ୍ତ ସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯିବା ନେଇ ସ୍ଥାନୀୟ ଅଞ୍ଚଳରେ ଛକାପଞ୍ଝା ଲାଗି ରହିଥିବା କର୍ମୀମାନେ ଜଣାଇଥିଲେ । ତେବେ ଏନେଇ ଏକ ମାସ ମଧ୍ୟରେ ଏହାର ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.