ETV Bharat / state

ଓଡ଼ିଆ ବୋକା ନୁହନ୍ତି ଯେ ତାମିଲଙ୍କୁ ପ୍ରଶ୍ରୟ ଦେବେ: ବିଶ୍ବେଶ୍ବର ଟୁଡୁ

author img

By ETV Bharat Odisha Team

Published : Dec 29, 2023, 9:11 PM IST

Bishweswar Tudu: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧାମନଗରରୁ ଟାର୍ଗେଟ୍‌ କରିଥିଲେ ବିଜେଡି ନେତା ଭିକେ ପାଣ୍ଡିଆନ । ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । କହିଲେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଲିକପ୍ଟରରେ ବୁଲିଲେ, ରାଜ୍ୟବାସୀ କଣ ପାଇଲେ ? ଅଧିକ ପଢ଼ନ୍ତୁ

ପାଣ୍ଡିଆନଙ୍କୁ ବିଶ୍ବେଶ୍ବର ଟୁଡୁଙ୍କ ଟାର୍ଗେଟ
ପାଣ୍ଡିଆନଙ୍କୁ ବିଶ୍ବେଶ୍ବର ଟୁଡୁଙ୍କ ଟାର୍ଗେଟ

ପାଣ୍ଡିଆନଙ୍କୁ ବିଶ୍ବେଶ୍ବର ଟୁଡୁଙ୍କ ଟାର୍ଗେଟ

ଭୁବନେଶ୍ବର: ପ୍ରଶାସକରୁ ରାଜନେତା ପାଲଟିଥିବା ବିଜେଡି ନେତା ଭିକେ ପାଣ୍ଡିଆନ ନିକଟରେ ଭଦ୍ରକ ଗସ୍ତ ବେଳେ ଧାମନଗରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ । ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ର ବହୁତ ଆସି ଧାମନଗର ବାସୀଙ୍କୁ ଶହଶହ ମିଛ ପ୍ରତିଶ୍ରୁତି ଦେଇଥିଲେ ବୋଲି କହିଥିଲେ ପାଣ୍ଡିଆନ । ହେଲେ ତାଙ୍କ ଦଳର ପ୍ରାର୍ଥି ଜିତିବା ପରେ ଧାମନଗରବାସୀଙ୍କୁ ଧନ୍ୟବାଦ ଜଣାଇବାକୁ ଥରୁଟିଏ ମଧ୍ୟ ଧାମନଗର ଆସିନାହାନ୍ତି ବୋଲି ପାଣ୍ଡିଆନ କହିଥିଲେ । ଏହି ପ୍ରସଙ୍ଗରେ ଆସି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

'ରାଗରେ କହିଲେ ନା ଭୟରେ': ବିଶେଶ୍ବର କହିଛନ୍ତି, "କିଏ କାହାକୁ ଟାର୍ଗେଟ କରିବେ, ସେଥିପାଇଁ କାହାକୁ ମନା ନାହିଁ । ରାଜନୀତି କ୍ଷେତ୍ରରେ ସମସ୍ତେ ସମସ୍ତଙ୍କୁ କହି ପାରିବେ, ପଚାରି ପାରିବେ । ତେବେ ସେ ଭୟରେ କହିଲେ ନା ରାଗରେ କହିଲେ, ସେ କଥା ସିଏ ହିଁ କହି ପାରିବେ । ସାଢେ ଚାରି କୋଟି ଓଡ଼ିଆ ବୋକା ନୁହନ୍ତି ଯେ ତାମିଲଙ୍କୁ ରାଜ୍ୟରେ ପ୍ରଶ୍ରୟ ଦେବେ, ତାଙ୍କ କଥାରେ ଚାଲିବେ । ଏକଥା ମୁଁ ବୁଝି ପାରୁନାହିଁ, ୨୩ ବର୍ଷ ଧରି ବିଜେଡି ରାଜ୍ୟରେ କଣ କରିଛି ? ସେ କଥାର ଉତ୍ତର ଯଦି ତାମିଲନାଡୁରୁ ଆସିଥିବା ପାଣ୍ଡିଆନ ରଖି ପାରିବେ, ତାହେଲେ ସାଢେ ଚାରି କୋଟି ଓଡ଼ିଆ ତାଙ୍କୁ ପ୍ରଶଂସା କରିବେ । ନହେଲେ ଆଗାମୀ ଦିନରେ ତାଙ୍କ ଅବସ୍ଥା କଣ ହେବ ସେ ବୁଝି ପାରିବେ । ଭିକେ ପାଣ୍ଡିଆନ ନିଜକୁ ନିଜେ ପ୍ରଶ୍ନ କରିବା ଦରକାର । ସେ କାଗଜ ଗୁଚ୍ଛ ଧରି ଯେଉଁ ବୁଲୁଥିଲେ, ତା ଉପରେ କଣ କରିଛନ୍ତି ? ଆଗ ସେ କଥା କୁହନ୍ତୁ । ହଜାର ହଜାର ସଂଖ୍ୟାରେ ବିଭିନ୍ନ ଜାଗାରେ ଯେଉଁ ଅଭିଯୋଗ ପତ୍ର ଧରିଲେ, ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଲିକପ୍ଟରରେ ବୁଲି ପ୍ରହସନ କଲେ, କେଉଁଠି କଣ କରିଛନ୍ତି ? ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କର କଣ ପରିବର୍ତ୍ତନ ହେଇଛି ? ତାର ଆଗେ ଜବାବ ଦିଅନ୍ତୁ । ତା ପରେ ସେ କେନ୍ଦ୍ରକୁ ଟାର୍ଗେଟ କରିବେ, ଆଉ କାହାକୁ ଟାର୍ଗେଟ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ଧାମନଗରରୁ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

'ଆଗୁଆ ଟିକେଟ ଘୋଷଣା ପ୍ରାର୍ଥିଙ୍କ ପାଇଁ ଲାଭଦାୟକ': ଲୋକସଭା ନିର୍ବାଚନ ପାଇଁ ଆଗୁଆ ଟିକେଟ ଘୋଷଣା ପ୍ରସଙ୍ଗରେ ବିଶେଶ୍ବର କହିଛନ୍ତି, "ଆଗୁଆ ଟିକେଟ ଘୋଷଣା ହେଲେ ବହୁତ ଭଲ । କାରଣ ଗୋଟେ ଲୋକସଭା ନିର୍ବାଚନ ମଣ୍ଡଳୀ ବହୁତ ବଡ଼ କ୍ଷେତ୍ର । ୭ଟି ବିଧାନସଭା କ୍ଷେତ୍ରରେ ଗୋଟିଏ ଲୋକସଭା କ୍ଷେତ୍ର । ଯଦି ଆଗୁଆ ଟିକେଟ ଘୋଷଣା ହେଇଯାଏ, ତେବେ ଯିଏ ପ୍ରାର୍ଥୀ ହେବେ ତାଙ୍କୁ ଗ୍ରାଉଣ୍ଡରେ ବୁଲିବା ପାଇଁ ଯଥେଷ୍ଟ ସମୟ ମିଳିବ । ଲୋକଙ୍କ ପାଖରେ ପହଞ୍ଚି ପାରିବେ । ଏହା ପ୍ରାର୍ଥୀ ପାଇଁ ଭଲ । ବିଜେପିର କେନ୍ଦ୍ରୀୟ ନେତୃତ୍ଵ ନିଷ୍ପତ୍ତି ନେବେ ଟିକେଟ ଘୋଷଣା କେବେ କରିବେ । ସବୁ ଦୃଷ୍ଟିକୁ ନଜରରେ ରଖି ଦଳର କେନ୍ଦ୍ରୀୟ ନେତୃତ୍ବ ବିଚାର କରିବେ ଏବଂ ଆଗୁଆ ଟିକେଟ ଘୋଷଣା କରିପାରନ୍ତି ।" ତେବେ ନିର୍ବାଚନ ପାଇଁ ନୁହେଁ, ଭାରତୀୟ ଜନତା ପାର୍ଟି ତା’ର ଏଜେଣ୍ଡାକୁ ନେଇ କାମ କରୁଛି । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅମିତ ଶାହ ମଧ୍ୟ ଓଡିଶା ଆସିବେ ଏବଂ ଏଥର ଲଢ଼େଇ ଜୋରଦାର ହେବ ବୋଲି ବିଶ୍ବେଶ୍ବର କହିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.