ETV Bharat / state

କ୍ୟାପିଟାଲ ହସ୍ପିଟାଲରେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ, BSKY ସ୍ୱାସ୍ଥ୍ୟକାର୍ଡକୁ କଲେ ପ୍ରଶଂସା

author img

By ETV Bharat Odisha Team

Published : Dec 30, 2023, 10:43 PM IST

Uttarakhand Health Minister's visit: ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଧନ ସିଂ ରାୱତ ଆଜି କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ବିଭିନ୍ନ ୱାର୍ଡ କାଜୁଆଲଟି ବୁଲି ଦେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ରାୱତ । ଅଧିକ ପଢନ୍ତୁ

କ୍ୟାପିଟାଲ ହସ୍ପିଟାଲରେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ
କ୍ୟାପିଟାଲ ହସ୍ପିଟାଲରେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ। ଡକ୍ଟର ଧନ ସିଂ ରାୱତ ଆଜି କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସେ ଏଠାରେ ସ୍ୱାସ୍ଥ୍ୟ ସୁବିଧା ନେଇ ଅନୁଧ୍ୟାନ କରିଛନ୍ତି। ମାଗଣା ମେଡ଼ିସିନ, ଧାଡିରେ ଠିଆ ହୋଇ ମେଡ଼ିସିନ ନେବା, OT, 17 କୋଟି ବ୍ୟୟରେ ହୋଇଥିବା ମଡ୍ୟୁଲାର OTକୁ ଦେଖି ସନ୍ତୋଷ ପ୍ରକାଶ କରିଛନ୍ତି। ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଧନ ସିଂ ରାୱତ ଆଜି କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସେ ହସ୍ପିଟାଲରେ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ଜାଣିବା ପାଇଁ ବିଭିନ୍ନ ୱାର୍ଡ କାଜୁଆଲଟି ବୁଲି ଦେଖିଛନ୍ତି। ଏହାସହ ରାଜ୍ୟରେ ଥିବା BSKY ସ୍ୱାସ୍ଥ୍ୟ କାର୍ଡକୁ ବି ପ୍ରଶଂସା କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ
କ୍ୟାପିଟାଲ ହସ୍ପିଟାଲରେ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ

ଏଠାକାର ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶଂସା କରିଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। BSKY ନେଇ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ଧନ ସିଂହ ରାୱତ ଆଲୋଚନା କରି କହିଥିଲେ ଯେ, ରାଜ୍ୟ ସରକାର ଲୋକଙ୍କ ପାଇଁ ଆରମ୍ଭ କରିଥିବା ସ୍ଵାସ୍ଥ୍ୟ ସେବା ଯୋଜନା ଭଲ ସାବ୍ୟସ୍ତ ହୋଇପାରେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସାରା ଦେଶରେ କୋଟି କୋଟି ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ସମଗ୍ର ଦେଶରେ କୋଟି କୋଟି ଲୋକଙ୍କୁ ଫାଇଦା ଦେଉଛି।

ଏହା ମଧ୍ୟ ପଢନ୍ତୁ...କଠୋର ହେଲା ନିୟମ, ବିନା ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ରେ ହୋଇପାରିବନି MRI କିମ୍ବା ସିଟି ସ୍କାନ୍‌

ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ପ୍ରଶଂସା କରିବା ସହ ଉତ୍ତରାଖଣ୍ଡରେ 5 ଲକ୍ଷ ଯାଏଁ ମାଗଣା ଚିକିତ୍ସା ସୁବିଧା ମିଳୁଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଧନ ସିଂ ରାୱତ । "କୋଭିଡ ପରେ ସାରା ଦେଶରେ ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିରେ ଅନେକ ସୁଧାର ଆସିଛି । ଡାକ୍ତରୀ ଛାତ୍ରଙ୍କ ସଂଖ୍ୟା ବି ବଢିଛି। ସୁଚନା ଅନୁଯାୟୀ, ତ୍ଵରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ମଡ୍ୟୁଲାର ଓଟି। ଆଜି ପ୍ରଥମ ଦିନରେ 10 ଜଣ ରୋଗୀଙ୍କ ଅସ୍ତ୍ରୋପଚାର ହୋଇଛି । ଏହି OT ମଧ୍ୟରେ ଅନେକ ଜଟିଳ ଅସ୍ତ୍ରୋପଚାର କରାଯିବ। ଯାହା ଫଳରେ ଆସୁଥିବା ରୋଗୀମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର୍ କରାଯିବ ନାହିଁ। ଏଠାରେ ସମସ୍ତ ଛୋଟ ବଡ଼ ଅସ୍ତ୍ରୋପଚାର ହେବ। ଏହାଦ୍ବାରା ଅନେକ ରୋଗୀ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ । ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲରେ କରାଯାଉଥିବା ଏହି ମଡ୍ୟୁଲାର OT ଏବେ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.