ETV Bharat / state

ନୂଆ ବର୍ଷ ସହିତ ବିଭିନ୍ନ ସୌନ୍ଦର୍ଯ୍ୟଭରା ସ୍ଥାନରେ ବଣଭୋଜି ପାଇଁ ଭିଡ

author img

By

Published : Jan 9, 2023, 11:45 AM IST

boudh
boudh

ନୂଆ ବର୍ଷ ସହିତ ଜିଲ୍ଲାର ବିଭିନ୍ନ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନରେ ବର୍ତ୍ତମାନ ବଣଭୋଜି ପାଇଁ ବେଶ ଭିଡ ପରିଲକ୍ଷିତ ହୋଇଛି। ଅଧିକ ପଢନ୍ତୁ

boudh

ବୌଦ୍ଧ : ନୂଆ ବର୍ଷର ପଦାର୍ପଣ ପରେ ଦୁର୍ଲଭ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ଏଭଳି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ତଥା ଜଳଉତ୍ସ ନିକଟରେ ବଣଭୋଜି ପାଇଁ ଭିଡ଼ ପରିଲକ୍ଷିତ ହୋଇଛି । ନୂଆ ବର୍ଷ ସହିତ ଜିଲ୍ଲାର ବିଭିନ୍ନ ପ୍ରାକୃତିକ ପ୍ରାଚୁର୍ଯ୍ୟରେ ଭରପୁର ଥିବା ପର୍ଯ୍ୟଟନସ୍ଥଳୀରେ ବର୍ତ୍ତମାନ ବଣଭୋଜିର ଆସର ଜମୁଛି ।

ବୌଦ୍ଧ ଜିଲ୍ଲା ସଦର ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ସମେତ ଖଣ୍ଡିକନପା, କୁମ୍ଭୀଦରହ, ତାମ୍ବିଦରହ, ଡମକୁଚ, ଶୀତଳପାଣି, ଗଦଗଦି ପ୍ରଭୃତି ବଣଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ । ଏହି ସବୁ ସ୍ଥାନଗୁଡ଼ିକରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକଙ୍କ ଭିଡ ଲାଗି ରହୁଛି । ଶୀତ ଋତୁରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରୁଛି । ମହାନଦୀ ସହିତ ବିଭିନ୍ନ ଜଳ ଉତ୍ସ ନିକଟରେ ବିଦେଶାଗତ ପକ୍ଷୀଙ୍କ କଳରାବରେ ଚତୁର୍ଦିଗ ବେଶ ଆକର୍ଷଣୀୟ ହୋଇ ଉଠିଛି ।

ଏହାଛଡା ମର୍ଜାକୁଦ ଓ ରାମଗଡର ମହାନଦୀ କୂଳରେ ବିଶାଳ ବୃକ୍ଷରେ ହଜାରହଜାର ବାଦୁଡି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଧିବାସୀ ଏସବୁ ବାଦୁଡି ଓ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷାରେ ସଜାଗ ରହିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଶୀତ ଋତୁ ସହିତ ନୂଆ ବର୍ଷର ମଜା ଉଠାଇବା ସହ ପର୍ଯ୍ୟଟକ ବଣଭୋଜିରେ ମସଗୁଲ ଥିବା ପରିଲକ୍ଷିତ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.