ETV Bharat / state

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ; ୮ ହଜାର ଲାଞ୍ଚ ନେଇ ଧରାପଡିଲେ

author img

By

Published : Jul 26, 2023, 1:33 PM IST

Updated : Jul 26, 2023, 2:17 PM IST

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ

୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସଆଇ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ

ବୌଦ୍ଧ/ଅନୁଗୋଳ: ପୁଣିଥରେ ଖାକିରେ ଲାଗିଲା କଳଙ୍କ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ବାବୁ । ଅନୁଗୋଳ ଜିଲ୍ଲା କିଆକଟା ଥାନା ASI ନବୀନ କୁମାର ଶତପଥି ଆଜି(ବୁଧବାର) ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଛି । ଏକ ପାରିବାରିକ ମାମଲା ରଫାଦଫା କରିବାକୁ ସେ ଜଣଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏଭଳି ଲାଞ୍ଚ କାରବାର ନେଇ ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ହୋଇଆସୁଥିଲା ।

ସୂଚନା ମୁତାବକ, କିଆକଟା ଥାନା ଅନ୍ତର୍ଗତ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେରଙ୍କ ପରିବାର ଏକ ପାରିବାରିକ ବିବାଦ ମାମଲାରେ ଛନ୍ଦି ହୋଇଥିଲେ । ଏହି ମାମଲାର ରଫାଦଫା ପାଇଁ ଏଏସଆଇ ନବୀନ ଶତପଥି ତାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପଞ୍ଚାନନ ଅଗ୍ରୀମ ଭାବେ ୨ ହଜାର ଟଙ୍କା ଦେଇଥିବା ବେଳେ ଆଜି ଆଉ ୮ ହଜାର ଟଙ୍କା ଦେବା ଲାଗି ନିଷ୍ପତ୍ତି ହୋଇଥିଲା । ଏହି ଲାଞ୍ଚ ଟଙ୍କା କିଆକଟା ଥାନା ଅଞ୍ଚଳରେ ଦିଆନଯାଇ ବୌଦ୍ଧ ବସଷ୍ଟାଣ୍ଡରେ ଦେବାକୁ ସ୍ଥିର ହୋଇଥିଲା । ଇତିମଧ୍ୟରେ ପଞ୍ଚାନନ ଏହି ଲାଞ୍ଚୁଆ ପୋଲିସ ବାବୁଙ୍କୁ ଉଚିତ୍ ଶିକ୍ଷା ଦେବାକୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ସହାୟତା ଲୋଡିଥିଲେ ।

ଏହାମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ; ୩ଟି ସ୍ଥାନରେ ଏକକାଳୀନ ଚଢାଉ

ଏହାମଧ୍ୟ ପଢନ୍ତୁ: ASI Attacked By Drunkards: ବିଧାୟକଙ୍କ ଗାଁରେ ପୋଲିସକୁ ମାଡ଼ ମାରିଲେ ମଦୁଆ

ପୂର୍ବ ଯୋଜନା ମୁତାବକ ୮ ହଜାର ଟଙ୍କା ନେବାକୁ ଏଏସଆଇ ନବୀନ କୁମାର ଶତପଥି ବୌଦ୍ଧ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ପଞ୍ଚାନନ ତାଙ୍କୁ ୮ ହଜାର ଟଙ୍କା ଦେବା ମାତ୍ରେ ସେଠାରେ ପୂର୍ବରୁ ଛକିଥିବା ଭିଜିଲାନ୍ସ ଟିମ୍ ମାଡି ବସିଥିଲା । ତେବେ ବାରମ୍ବାର ଲାଞ୍ଚ ଖିଆ ପୋଲିସ ବାବୁ ଭିଜିଲାନ୍ସ ହାବୁଡରେ ପଡି ହଟହଟା ହେଉଥିଲେ ହେଁ ନିଜର ପ୍ରବୃତ୍ତି ଛାଡି ପାରୁନାହାନ୍ତି । ଏହି ଲାଞ୍ଚ କାରବାର ବେଳେ ଗତ ସପ୍ତାହରେ ମଧ୍ୟ ବୌଦ୍ଧ ଜିଲ୍ଲାରେ ଜଣେ ଥାନା ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡିଥିଲେ । ହରଭଙ୍ଗା ଥାନାର ମହିଳା ଅଧିକାରୀ ବାଲି ନିଲାମଧାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ ।

ସେହିପରି ବୌଦ୍ଧ ଜିଲ୍ଲାର ପୂର୍ବତନ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀ ଭାବଗ୍ରାହୀ ସାମନ୍ତରାୟ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଥିଲା । ଗତକାଲି ଉକ୍ତ ଲାଞ୍ଚୁଆ ଯନ୍ତ୍ରୀଙ୍କୁ ଜେଲ ଦଣ୍ଡାଦେଶ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ/ଅନୁଗୋଳ

Last Updated :Jul 26, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.