ASI Attacked By Drunkards: ବିଧାୟକଙ୍କ ଗାଁରେ ପୋଲିସକୁ ମାଡ଼ ମାରିଲେ ମଦୁଆ

By

Published : Jul 26, 2023, 11:45 AM IST

thumbnail

ଅନୁଗୋଳ: ଗାଁ ଭିତରେ ପୋଲିସକୁ ଆକ୍ରମଣ । କଲର ଟାଣିବା ସହ ଏଏସଆଇଙ୍କୁ ମାଡ ମାରିଲେ ମଦୁଆ ଯୁବକ । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନା ଅଞ୍ଚଳରେ । ଦୁଇ ଜଣ ଯୁବକ ବଅଁରପାଳ ଥାନା ଏଏସଆଇ ହରିଶ୍ଚନ୍ଦ୍ର ଦଳେଇଙ୍କ ଉପରେ ଆକ୍ରମଣ କରିଛନ୍ତି । ଯାହା ସୂଚନା ମିଳିଛି, ଗୋତମରା ଗାଁର ଦୁଇ ଜଣ ମଦ୍ୟପ ଯୁବକ ଖଣ୍ଡିଆ ଭୋଇ ଓ ଦିପୁ ଭୋଇ ଅନୁଗୋଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଘର ସମ୍ମୁଖରେ ପାଟିତୁଣ୍ଡ କରିବା ସହ ଗାଳି ଗୁଲଜ କରିଥିଲେ । ଏହି ସମୟରେ ଉପବାଚସ୍ପତି ଘରେ ନଥିଲେ । ଦୁଇ ଯୁବକଙ୍କ ସମ୍ପର୍କରେ ଖବର ପାଇ ବଅଁରପାଳ ଥାନା ଏଏସଆଇ ଘଟଣାସ୍ଥଳରେ ପହଞ୍ଚିଥିଲେ । କାହିଁକି ଗାଳି ଗୁଲଜ କରୁଛ ବୋଲି ପଚାରିବାରୁ ଉଭୟ ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଘଟଣା ପରେ ପୋଲିସ ଦୁଇ ମଦ୍ୟପଙ୍କୁ ଥାନାକୁ ଉଠାଇ ନେଇ ଅଟକ ରଖିଛି । ଏନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.