ETV Bharat / state

ଜଳେଶପଟା ଆଶ୍ରମ ଗୁଳିକାଣ୍ଡ ଘଟଣା: ସ୍ବର୍ଗତଃ କିଶୋରୀ ବାବାଙ୍କ ଘରେ 'ଇଟିଭି ଭାରତ' ଟିମ

author img

By

Published : Aug 24, 2019, 11:34 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡକୁ ପୂରିଛି ଏଗାର ବର୍ଷ । ଆତତାୟୀଙ୍କ ଗୁଳିରେ ସ୍ବାମୀଜୀଙ୍କ ସହ ଅନ୍ୟ ପାଞ୍ଚ ଜଣ ସହଯୋଗୀ ମଧ୍ୟ ଏହି ନାରକୀୟ କାଣ୍ଡରେ ମୃତ୍ୟୁବରଣ କରିଥିଲେ । ଏହି ହତ୍ୟାକାଣ୍ଡରେ ଜୀବନ ଦେଇଥିଲେ କିଶୋରୀ ବାବା । ତେବେ ତାଙ୍କର ମୃତ୍ୟୁ ପରେ କେମିତି ଅଛନ୍ତି ତାଙ୍କ ପରିବାର ତାଙ୍କ ସହ ଅଧିକ ଆଲୋଚନା କରିଥିଲା ଆମ ଟିମ ।

ବୌଦ୍ଧ: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡକୁ ପୁରିଛି ଏଗାର ବର୍ଷ । ଏଗାର ବର୍ଷ ତଳେ ଆତତାୟୀଙ୍କ ଗୁଳିରେ ସ୍ବାମୀଜୀଙ୍କ ସହ ଅନ୍ୟ ପାଞ୍ଚ ଜଣ ସହଯୋଗୀ ମଧ୍ୟ ଏହି ନାରକୀୟ କାଣ୍ଡରେ ମୃତ୍ୟୁବରଣ କରିଥିଲେ । ତନ୍ମଧ୍ୟରୁ ବୌଦ୍ଧ ଜିଲ୍ଲା ପଦ୍ମନପୁର ପଞ୍ଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର କିଶୋରୀ ବାବା ଅନ୍ୟତମ । କିଶୋରୀଙ୍କ ହତ୍ୟାକାଣ୍ଡର ଏଗାର ବର୍ଷ ପରେ ତାଙ୍କ ପରିବାର କିଭଳି ଅଛନ୍ତି, ତାହା ଜାଣିବାକୁ ଆମ ଟିମ ପହଞ୍ଚିଥିଲା ମୁକୁନ୍ଦପୁର ଗ୍ରାମରେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ବର୍ତ୍ତମାନ ସମୟରେ କିଶୋରୀଙ୍କ ପରିବାର ଅତ୍ୟନ୍ତ ଦୁଃଖଦ ପରିସ୍ଥିତିରେ କାଳ କାଟୁଛନ୍ତି । କିଶୋରୀଙ୍କ ବିଧବା ସ୍ତ୍ରୀ ସରକାରଙ୍କ କିଛି ଆର୍ଥିକ ସହାୟତା ସହ ବିଧବା ଭତ୍ତାରେ ପରିବାର ପ୍ରତିପୋଷଣ କରୁଛନ୍ତି । ଭଲ ଘର ଖଣ୍ଡେ ଏହି ପରିବାରକୁ ଆଜି ଯାଏଁ ମିଳିପାରିନାହିଁ । ଅନ୍ୟ ପକ୍ଷରେ ପୁଅଝିଅ ଉଭୟେ କଲେଜ ପର୍ଯ୍ୟନ୍ତ ପାଠ ପଢିଥିଲେ ମଧ୍ୟ କୌଣସି ନିଯୁକ୍ତି ପାରିପାରି ନାହାଁନ୍ତି । ତୁରନ୍ତ ସରକାର ଏହି ପରିବାରକୁ ସାହାଯ୍ୟ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ହତ୍ୟାକାଣ୍ଡ କୁ ପୁରିଛି ଠିକ ଏଗାର ବର୍ଷ ।ଏଗାର ବର୍ଷ ତଳେ ଆତତାୟୀଙ୍କ ଗୁଳିରେ ସ୍ବାମୀଜୀଙ୍କ ସହ ଅନ୍ୟ ପାଞ୍ଚ ଜଣ ସହଯୋଗୀ ମଧ୍ୟ ଏହି ନାରକୀୟ କାଣ୍ଡ ରେ ମୃତ୍ୟୁ ବରଣ କରିଥିଲେ ।ତନ୍ମଧ୍ୟରୁ ବୌଦ୍ଧ ଜିଲ୍ଲା ପଦ୍ମନପୁର ପଞ୍ଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର କିଶୋରୀ ବାବା ଅନ୍ୟତମ ।
କିଶୋରୀ ଙ୍କ ହତ୍ୟାକାଣ୍ଡ ର ଏଗାର ବର୍ଷ ପରେ ତାଙ୍କ ପରିବାର କିଭଳି ଅଛନ୍ତି ଜାଣିବାକୁ ଆମ ଈଟିଭି ଭାରତ ଟିମ ମୁକୁନ୍ଦପୁର ଗ୍ରାମରେ ପହଞ୍ଚି ଥିଲା ।ବର୍ତ୍ତମାନ ସମୟରେ କିଶୋରୀ ଙ୍କ ପରିବାର ଅତ୍ୟନ୍ତ ଦୁଖଦ ପରିସ୍ଥିତି ରେ କାଳ କାଟୁଛନ୍ତି ।କିଶୋରୀ ଙ୍କ ବିଧବା ସ୍ତ୍ରୀ ସରକାରଙ୍କ କିଛି ଆର୍ଥିକ ସହାୟତା ସହ ବିଧବା ଭତ୍ତାରେ ପରିବାର ପ୍ରତିପୋଷଣ ହେଉଛନ୍ତି ।ଭଲ ଘର ଖଣ୍ଡେ ଏହି ପରିବାରକୁ ଆଜି ଯାଏଁ ମିଳିପାରିନାହିଁ ।ଅନ୍ୟ ପକ୍ଷରେ ପୁଅଝିଅ ଉଭୟେ କଲେଜ ପର୍ଯ୍ୟନ୍ତ ପାଠ ପଢିଥିଲେ ମଧ୍ୟ କୌଣସି ନିଯୁକ୍ତି ପାରିପାରି ନାହାନ୍ତି ।ତୁରନ୍ତ ସରକାର ଏହି ପରିବାରକୁ ସାହାଯ୍ୟ କରିବାକୁ ସାଧାରଣରେ ଦାବୀ ହୋଇଛି ।


Body:ଜଳେଶପଟା ଆଶ୍ରମ ଘଟଣାର ଏଗାର ବର୍ଷ ପରେ ସ୍ବର୍ଗତ କିଶୋରୀ ବାବାଙ୍କ ଘରେ ଈଟିଭି ଭାରତ ଟିମ ।


Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.