ETV Bharat / state

ଜିଲ୍ଲାରେ ବଢୁଛି ବେଆଇନ ଇଟାଭାଟି, ପରିବେଶ ଆଇନର ଉଲଙ୍ଘନ ଅଭିଯୋଗ

author img

By

Published : May 7, 2022, 7:49 PM IST

ବୌଦ୍ଧ ଜିଲ୍ଲାରେ ଗୋଟିଏ ପଟେ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଅନ୍ୟପଟେ ବେଆଇନ ଇଟାଭାଟି ଯୋଗୁଁ ପରିବେଶ ଅଧିକ ଗରମ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଜିଲ୍ଲାରେ ବଢୁଛି ବେଆଇନ ଇଟାଭାଟି, ପରିବେଶ ଆଇନର ଉଲଙ୍ଘନ ଅଭିଯୋଗ
ଜିଲ୍ଲାରେ ବଢୁଛି ବେଆଇନ ଇଟାଭାଟି, ପରିବେଶ ଆଇନର ଉଲଙ୍ଘନ ଅଭିଯୋଗ

ବୌଦ୍ଧ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ସିଝୁଛି ସାରା ଜିଲ୍ଲା । ଆକାରରୁ ଅଗ୍ନି ବର୍ଷା ହେବାରେ ଲାଗିଥିବାବେଳେ ତଳେ ବେଆଇନ ଇଟାଭାଟି ପରିବେଶକୁ ଆହୁରି ଉତ୍ତପ୍ତ କରୁଛି । ବୌଦ୍ଧ ଜିଲ୍ଲାରେ ଗୋଟିଏ ପଟେ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଅନ୍ୟପଟେ ବେଆଇନ ଇଟାଭାଟି ଯୋଗୁଁ ପରିବେଶ ଅଧିକ ଗରମ ହେଉଥିବା ଅଭିଯୋଗ ହୋଇଛି ।

ଜିଲ୍ଲାରେ ବଢୁଛି ବେଆଇନ ଇଟାଭାଟି, ପରିବେଶ ଆଇନର ଉଲଙ୍ଘନ ଅଭିଯୋଗ

ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ତହସିଲ ଅନ୍ତର୍ଗତ ହଜାର ହଜାର ସ୍ଥାନରେ ଲାଗିଛି ଏହି ବେଆଇନ ଇଟାଭାଟି । ଅନେକ ଆଭ୍ୟନ୍ତରୀଣ ଅଞ୍ଚଳର ଜଙ୍ଗଲକୁ ନଷ୍ଟ କରାଯାଇ ସେଠାରେ ଇଟା ପୋଡାଯାଉଥିବାବେଳେ ଅନ୍ୟ କେତେକ ଜନବସତି ନିକଟବର୍ତ୍ତୀ ସ୍ଥାନରେ ପଥର କୋଇଲା ମାଧ୍ୟମରେ ଇଟାଭାଟି ପୋଡାଯାଉଛି ।

ଏପରିକି ବୌଦ୍ଧ ପୌରାଞ୍ଚଳର ମର୍ଜାକୁଦର ଖେଳପଡିଆ ଠାରେ ତିନି ଜଣ ବ୍ୟକ୍ତି ଇଟାଭାଟି ପୋଡୁଥିବାରୁ ଏନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୋଗ ପରେ ବୌଦ୍ଧ ଆରଆଇ ଘଟଣାସ୍ଥଳରେ ପହଞ୍ଚି ଇଟାଭାଟି ମାଲିକଙ୍କୁ ପଚାଶ ହଜାର ଟଙ୍କା ଫାଇନ କାଟିଥିବା ସୂଚନା ମିଳିଛି ।

ସେପଟେ ଜିଲ୍ଲାର ପରିବେଶ ଆଇନକୁ ପୂର୍ବରୁ ଅନେକ ଥର ଉଲଙ୍ଘନ କରିଥିବା ଏକ ଠିକାସଂସ୍ଥା ହରଭଙ୍ଗା ବ୍ଲକର ଖରଭୂଇଁ ଜଙ୍ଗଲକୁ ନଷ୍ଟ କରିବା ପରେ ବର୍ତ୍ତମାନ ପୁଣିଥରେ ମାଧପୁର ବନାଞ୍ଚଳର ଡମକୁଚ ଜଙ୍ଗଲରେ ଗଛକାଟି ସେଠାରେ ପଥର କ୍ରସର ସ୍ଥାପନ ପାଇଁ ମସୁଧା ଚଳାଇଛି । ଯାହାକୁ ନେଇ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.