ETV Bharat / state

ମିଳିଲାନି ଆମ୍ବୁଲାନ୍ସ, ଡାକ୍ତରଖାନା ଫାଟକ ନିକଟରେ ଛଟପଟ ଆସନ୍ନ ପ୍ରସବା

author img

By

Published : May 22, 2021, 9:08 PM IST

ପୁଣି ସ୍ବାସ୍ଥ୍ୟ ସେବାର ଅଭାବନୀୟ ଦୃଶ୍ୟ ସମସ୍ତଙ୍କୁ ହତଚକିତ କରିଛି । ଗର୍ଭବତୀ ମହିଳାଙ୍କ ଠାରେ ପଜିଟିଭ ଚିହ୍ନଟ ଯୋଗୁଁ ତଥା ଆମ୍ବୁଲାନ୍ସ ସେବା ନମିଳିବାରୁ ଡାକ୍ତରଖାନା ଫାଟକ ନିକଟରେ ପ୍ରସବ ବେଦନାରେ ଛଟପଟ ହୋଇଥିଲେ ମହିଳା ଜଣଙ୍କ । ଅଧିକ ପଢନ୍ତୁ...

ମିଳିଲାନି ଆମ୍ବୁଲାନ୍ସ, ଡାକ୍ତରଖାନା ଫାଟକ ନିକଟରେ ଛଟପଟ ଆସନ୍ନ ପ୍ରସବା
ମିଳିଲାନି ଆମ୍ବୁଲାନ୍ସ, ଡାକ୍ତରଖାନା ଫାଟକ ନିକଟରେ ଛଟପଟ ଆସନ୍ନ ପ୍ରସବା

ବୌଦ୍ଧ: ପୁଣିଥରେ ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ବୌଦ୍ଧର ବିଭିନ୍ନ ସ୍ଥାନରେ କୋରୋନା କାୟା ବିସ୍ତାର କରି ଚାଲିଥିବାବେଳେ ଜଣେ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟ ସେବା ନ ମିଳିବାରୁ ଡାକ୍ତରଖାନାରେ ଫାଟକ ନିକଟରେ ଛଟପଟ ହେଉଥିବା ଦୃଶ୍ୟ ଦେଖିବାକୁ ମିିଳିିଛି । ଯାହା ଆମ ସ୍ବାସ୍ଥ୍ୟ ସେବା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମିଳିଲାନି ଆମ୍ବୁଲାନ୍ସ, ଡାକ୍ତରଖାନା ଫାଟକ ନିକଟରେ ଛଟପଟ ଆସନ୍ନ ପ୍ରସବା

ସୂଚନା ମୁତାବକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଗତକାଲି(ଶୁକ୍ରବାର) ଆଠମଲ୍ଲିକ ଉପଖଣ୍ଡ ପୁରୁଣା ମାଣତ୍ରୀ ଅଞ୍ଚଳର ଜଣେ ଆସନ୍ନ ପ୍ରସବା ମହିଳା ଆସିଥିଲେ । ତେବେ ମହିଳାଙ୍କ ଠାରେ ପଜିଟିଭ ଚିହ୍ନଟ ଯୋଗୁଁ ବୁର୍ଲା ସ୍ଥାନାନ୍ତର ପାଇଁ କୁହାଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ସେବା ମିଳିନଥିଲା । ସେପଟେ ମହିଳାଙ୍କ ଠାରେ ପଜିଟିଭ ଚିହ୍ନଟ ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ରଖାନଯିବାରୁ ମହିଳା ଜଣକ ଦୀର୍ଘ ଦିନ ଧରି ପ୍ରସବ ବେଦନାରେ ଫାଟକ ନିକଟରେ ଛଟପଟ ହୋଇଥିଲେ । ପରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ତେବେ ଘଟଣାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଚପାଇ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.