ETV Bharat / state

ପାନୀୟ ଜଳ ସମସ୍ୟାରେ ଜର୍ଜରିତ ବୈଦ୍ଧର ଉପାନ୍ତ ଅଞ୍ଚଳ

author img

By

Published : Apr 17, 2021, 8:18 AM IST

ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ଦେଖାଦେଇଛି । ଅଧିକ ପଢନ୍ତୁ...

ବୌଦ୍ଧ ଉପାନ୍ତ ଅଞ୍ଚଳରେ ପାନୀୟଜଳ ଓ ବିଦ୍ୟୁତ ସମସ୍ୟା
ବୌଦ୍ଧ ଉପାନ୍ତ ଅଞ୍ଚଳରେ ପାନୀୟଜଳ ଓ ବିଦ୍ୟୁତ ସମସ୍ୟା

ବୌଦ୍ଧ: ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଗ୍ରୀଷ୍ମ ଋତୁ ଆରମ୍ଭରୁ ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ଦେଖାଦେଇଛି । ଅନେକ ସ୍ଥାନରେ ଲୋକଙ୍କୁ ବିଦ୍ୟୁତ ସଂଯୋଗ ମିଳିପାରୁ ନଥିବା ବେଳେ ତୁରନ୍ତ ଏହାର ସମାଧାନ ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ବୌଦ୍ଧ ଉପାନ୍ତ ଅଞ୍ଚଳରେ ପାନୀୟଜଳ ଓ ବିଦ୍ୟୁତ ସମସ୍ୟା

ଜିଲ୍ଲାରେ ଗ୍ରୀଷ୍ମର ତାତି ସହ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଜିଲ୍ଲାର ବିଭିନ୍ନ ସ୍ଥାନରୁ 9 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେପଟେ ଏଭଳି ଗ୍ରୀଷ୍ମପ୍ରବାହ ସମୟରେ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ପାନୀୟଜଳ ଓ ବିଦ୍ୟୁତ ସମସ୍ୟା ସାଧାରଣ ଗରୀବ ଲୋକଙ୍କ ଦୁଃଖ ବେଶ ବଢିଯାଇଛି । ଅନେକ ସ୍ଥାନରେ ଉତ୍କଟ ପାନୀୟଜଳ ସମସ୍ୟା ଯୋଗୁଁ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା ବେଳେ ବିଦ୍ୟୁତ ସଂଯୋଗ ମିଳୁ ନଥିବାରୁ ଉପାନ୍ତ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେପଟେ ବିଦ୍ୟୁତ ବିଭାଗର ଅବହେଳାରୁ ବିଦ୍ୟୁତ ଖୁଣ୍ଟରେ ଲାଗି ଏକ ଗର୍ଭିଣୀ ଗାଈର ମୃତ୍ୟୁ ସମସ୍ତଙ୍କୁ ଦୁଃଖିତ କରିଛି । ବୌଦ୍ଧଠାରୁ ପ୍ରାୟ 9 କିଲୋମିଟର ଦୂର ନକୁଆନାଳୀଠାରେ ମୁଖ୍ୟ ରାସ୍ତା କଡରେ ନୂତନ ଭାବେ ଠିକା ସଂସ୍ଥା ପୋତିଥିବା ବିଦ୍ୟୁତ ଖୁଣ୍ଟରେ ଦୀର୍ଘ ଦିନ ହେଲା ବିଦ୍ୟୁତ ଚାର୍ଜ ହୋଇ ରହିଥିଲା । ତେବେ ଠିକାସଂସ୍ଥାର ଖାମଖିଆଲ ମନୋଭାବ ଯୋଗୁଁ ଗାଈର ମୃତ୍ୟୁବରଣ କରିଥିବାରୁ ଠିକାସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.