ETV Bharat / state

ମ୍ୟାଟ୍ରିକ ପରୀକ୍ଷାରେ ଖୁସିର ସହିତ ଭାଗ ନେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

author img

By

Published : Mar 8, 2023, 9:02 PM IST

ମ୍ୟାଟ୍ରିକ ପରୀକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ । ଏନେଇ ବୌଦ୍ଧ ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

district collector visit exam centre
district collector visit exam centre

district collector visit exam centre

ବୌଦ୍ଧ: ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ପାଇଁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ, ପାନୀୟଜଳ ଭଳି ସମସ୍ତ ସୁବିଧା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ରହିଥିବା ବେଳେ ପରୀକ୍ଷା କେନ୍ଦ୍ର ଗୁଡିକ ଉପରେ ସିସିଟିଭି ର କଡା ନଜର ରହିବ ବୋଲି ସୂଚନା ମିଳିଛି ।

ଆସନ୍ତା 10 ତାରିଖରୁ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଉଭୟ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଥିବା ନେଇ ସୂଚନା ମିଳିଛି । ଚଳିତ ବର୍ଷ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ସମୁଦାୟ 32 ଗୋଟି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ତନ୍ମଧ୍ୟରୁ 27 ଗୋଟି 5t ବିଦ୍ୟାଳୟ ହୋଇଥିବା ବେଳେ 4 ଗୋଟି ଉଚ୍ଚ ବିଦ୍ୟାଳୟ ରେ ଏହି ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଏହା ଛଡା ଗୋଟିଏ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇବା ସହିତ ପାନୀୟଜଳ, ବିଦ୍ୟୁତ ସାମାନ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମ୍ୟାଟ୍ରିକ ପରୀକ୍ଷାକୁ ସୁରୁଖୁରୁରେ ତଥା ଶାନ୍ତିରେ ଅନୁପାଳନ ପାଇଁ ଏକ ପୂର୍ବ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ , ଏସପି , ରାଜ ପ୍ରସାଦ , ଶିକ୍ଷାବିଭାଗର ବରିଷ୍ଠ ଅଧିକାରୀ , ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେ ଆଦି ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହିତ ମ୍ୟାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପଦକ୍ଷେପ ଉପରେ ବିଷଦ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଆଖି ପିଛୁଳାକେ ଭୁଶୁଡ଼ିଲା ୫ମହଲା କୋଠା, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

ଏଥି ସହ ବୌଦ୍ଧ ଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷା ପାଇଁ ସମୁଦାୟ 6696 ଜଣ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି । ମ୍ୟାଟ୍ରିକ ପରୀକ୍ଷା ପୂର୍ବରୁ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଦଶମ ପରୀକ୍ଷାର୍ଥୀ ଙ୍କୁ ଦୁଇ ପଦ ବୋଲି ଏକ ବାର୍ତ୍ତା ମାଧ୍ୟମରେ ଉତ୍ସାହିତ କରିଛନ୍ତି । ବିଦ୍ୟାର୍ଥିମାନଙ୍କୁ ମାନସିକ ସ୍ତରରେ ତଥା ଚାପ ମୁକ୍ତ ରହି ଖୁସିର ସହିତ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । ଏହାଛଡା ବୁଧବାର ହୋଲି ଥିବା ସତ୍ତ୍ୱେ ଜିଲ୍ଲାପାଳ ବୌଦ୍ଧ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.