ETV Bharat / state

ଉପାନ୍ତ ଅଞ୍ଚଳରେ ବଦଳିବ ବିଦ୍ୟାଳୟର ଚିତ୍ର, 5T ସ୍କୁଲରେ ଅନ୍ତର୍ଭୁକ୍ତ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଛାତ୍ରଛାତ୍ରୀ

author img

By

Published : Jul 25, 2023, 9:38 PM IST

ବଦଳିବ ଉପାନ୍ତ ଅଞ୍ଚଳର ଏକମାତ୍ର ବିଦ୍ୟାଳୟର ଚିତ୍ର । ୫T ସ୍କୁଲରେ ଅନ୍ତର୍ଭୁକ୍ତ ହେବା ପରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଉପାନ୍ତ ଖମନମୁଣ୍ଡା ପଞ୍ଚାୟତର ଦିଗୁନମାଳ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ପରିଣତ ହେବ । ଅଧିକ ପଢ଼ନ୍ତୁ

4th phase of 5t school transformation
୫T ସ୍କୁଲ ରୂପାନ୍ତରିକରଣ

୫T ସ୍କୁଲ ରୂପାନ୍ତରିକରଣ

ବୌଦ୍ଧ: ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟର ବଦଳିର ରୂପରେଖ । ୫T ସ୍କୁଲରେ ଅନ୍ତର୍ଭୁକ୍ତ ହେବା ପରେ କଣ୍ଟାମାଳ ବ୍ଲକର ଉପାନ୍ତ ଖମନମୁଣ୍ଡା ପଞ୍ଚାୟତର ଦିଗୁନମାଳ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ପରିଣତ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଉଭୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ଖୁସି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଉନ୍ନତିକରଣ ନାଁରେ ଚଞ୍ଚକତା, ନିର୍ମାଣ ନସରୁଣୁ 5T ସ୍କୁଲ୍‌ କାନ୍ଥ ଫାଟି ଆଁ କଲାଣି

ଏହା ମଧ୍ୟ ପଢ଼ନ୍ତୁ: ବଢୁଛି ୫T ବିଦ୍ୟାଳୟ ବିରୋଧରେ ଅଭିଯୋଗ ଫର୍ଦ୍ଦ, ଚୁକ୍ତିନାମା ପରେ ବି ମହିଳା ଗୋଷ୍ଠୀକୁ ଦେଲେନି କାମ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଉପାନ୍ତ ଖମନମୁଣ୍ଡା ପଞ୍ଚାୟତର ଏକମାତ୍ର ଉଚ୍ଚ ବିଦ୍ୟାଳୟ ଦିଗୁନମାଳ ହାଇସ୍କୁଲ । ଦିଗୁନମାଳ ଉଚ୍ଚ ବିଦ୍ୟାଳୟ ଗତ ପ୍ରାୟ ୨୫ ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିଲା । ଖମନମୁଣ୍ଡା ପଞ୍ଚାୟତର ଏହା ଏକମାତ୍ର ବିଦ୍ୟାଳୟ ହୋଇଥିବା ବେଳେ ଅବହେଳିତ ଅବସ୍ଥାରେ ରହିଥିଲା । ବିଦ୍ୟାଳୟର ଶ୍ରେଣୀ ଗୃହ ଭାଙ୍ଗି ଯାଇଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବର୍ଷା ଦିନେ ଶ୍ରେଣୀ ଗୃହର ଉପରୁ ପାଣି ଗଳିବା ସହିତ ବିଦ୍ୟୁତ, ପାନୀୟଜଳ ସମସ୍ୟାରେ ଛାତ୍ରଛାତ୍ରୀ ସନ୍ତୁଳି ହେଉଥିବା ବେଳେ ଆବଶ୍ୟକ ଟେବୁଲ ଚେୟାର ଅଭାବରୁ ତଳେ ବସି ପାଠ ପଢୁଛନ୍ତି । ବର୍ତ୍ତମାନ ଦିଗୁନମାଳ ଉଚ୍ଚ ବିଦ୍ୟାଳୟଟି ଚତୁର୍ଥ ପର୍ଯ୍ୟାୟରେ ୫T ଅନ୍ତର୍ଭୁକ୍ତ ହେବା ନେଇ ସୂଚନା ମିଳିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: 5T ସ୍କୁଲ ଛାତରୁ ଖସିଲା ଅତଡା; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଏହା ମଧ୍ୟ ପଢ଼ନ୍ତୁ: ଉଦଘାଟନର ଦୁଇ ମାସରେ 5T ସ୍କୁଲ କାନ୍ଥ ଫାଟି ଆଁ

ବିଦ୍ୟାଳୟର ସ୍ଥାୟୀ କୋଠାଘର ନଥିବାରୁ ବର୍ତ୍ତମାନ ନୂତନ କୋଠା, ସ୍ମାର୍ଟ କ୍ଲାସ ରୁମ, ଶୌଚାଳୟ, ସାଇକେଲ ଷ୍ଟାଣ୍ଡ, ଉଦ୍ୟାନ ଆଦିର କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଜିଲ୍ଲାର ସୀମାନ୍ତ ପଞ୍ଚାୟତର ଏହି ଏକମାତ୍ର ଉଚ୍ଚ ବିଦ୍ୟାଳୟ ଉପରେ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ନିର୍ଭରଶୀଳ । ଅନେକ ଆଦିବାସୀ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରି ବେଶ ସୁନାମ ଅର୍ଜନ କରିପାରିଛନ୍ତି । ତେବେ ବିଦ୍ୟାଳୟ ରୂପାନ୍ତରଣ କରି ନୂଆ ଶ୍ରେଣୀଗୃହ ସମେତ ଅତ୍ୟାଧୁନିକ ଶିକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉଥିବାରୁ ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.