ETV Bharat / state

ଉନ୍ନତିକରଣ ନାଁରେ ଚଞ୍ଚକତା, ନିର୍ମାଣ ନସରୁଣୁ 5T ସ୍କୁଲ୍‌ କାନ୍ଥ ଫାଟି ଆଁ କଲାଣି

author img

By

Published : Jul 23, 2023, 4:28 PM IST

୫ଟି ଉଚ୍ଚ ବିଦ୍ୟାଳୟ ଉନ୍ନତି ନାଁରେ ବ୍ୟାପକ ଚଞ୍ଚକତା ଅଭିଯୋଗ । ସେପଟେ ୫ଟି ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ର ବର୍ଣ୍ଣମାଳା ଲେଖି ଶିଖି ନାହାନ୍ତି । ଅଧିକ ପଢନ୍ତୁ

5t school condition
5t school condition

5t school condition

ବୌଦ୍ଧ: 5T ବିଦ୍ୟାଳୟ ଉନ୍ନତିକରଣ ନାଁରେ ବ୍ୟାପକ ଚଞ୍ଚକତା ଅଭିଯୋଗ । ଅସମ୍ପୂର୍ଣ୍ଣ କାର୍ଯ୍ୟ ଦୀର୍ଘ ଦିନ ହେଲା ପଡି ରହିଥିବା ବେଳେ କିଛି ମାସ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଏହାର ଛାତ ଓ ଅନ୍ୟାନ୍ୟ ସ୍ଥାନ ଫାଟିଯିବା ସହିତ ବର୍ଷା ପାଣି ପଡୁଛି । ୫ଟି ନାଁରେ ବିଦ୍ୟାଳୟର ଏଭଳି ଅବସ୍ଥାକୁ ନେଇ ବୁଦ୍ଧିଜୀବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ପଦ୍ମନପୁର ପଞ୍ଚାୟତର ବୁଢିପଦର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ବ୍ୟାପକ ସମସ୍ୟା ଘେରରେ ରହିଛି । ସେହିପରି ଗତ କିଛି ମାସ ତଳେ ବିଦ୍ୟାଳୟ ରୂପାନ୍ତରିତ ହୋଇ 5T ବିଦ୍ୟାଳୟରେ ପରିବର୍ତ୍ତିତ ହେଲା । ଆଶା ଥିଲା ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏହା ଅଧିକ ଶକ୍ତିଶାଳୀ ତଥା ଉନ୍ନତ ହେବ । ଏହି ବିଦ୍ୟାଳୟ ଗତ ବର୍ଷ 5T ଅନ୍ତର୍ଗତ ହେବା ପରେ ଅଞ୍ଚଳର ଏହି ଏକମାତ୍ର ହାଇସ୍କୁଲ ଶିକ୍ଷାର ବିକାଶରେ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା ରହିଥିଲା । କିନ୍ତୁ ବର୍ତ୍ତମାନ ନବମ ଶ୍ରେଣୀର ଛାତ୍ର ଓଡ଼ିଆ କିମ୍ବା ଇଂରାଜୀ ବର୍ଣ୍ଣମାଳା ଜାଣି ନଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଖୋଦ ପ୍ରଧାନ ଶିକ୍ଷକ ମଧ୍ୟ ସ୍ବୀକାର କରିଛନ୍ତି ।

ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ 5Tରେ ଅନ୍ତର୍ଗତ ହେବାପରେ ଏହାର କଳେବର ବୃଦ୍ଧି ପାଇଁ ଜଣେ ସ୍ଥାନୀୟ ଠିକାଦାର ଏହାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ଅଧପନ୍ତରିଆ ଉନ୍ନତି କାର୍ଯ୍ୟକୁ ସମ୍ପୂର୍ଣ୍ଣ ଦର୍ଶାଇ ଗତ କିଛି ମାସ ତଳେ ଏହାକୁ ଉଦଘାଟନ କରାଯାଇଥିବା ବେଳେ ଉଦଘାଟନ ଫଳକକୁ ବିଦ୍ୟାଳୟର ଏକ ପରିତ୍ୟକ୍ତ ସ୍ଥାନରେ ଲୁଚାଇ ରଖାଯାଇଛି । ବର୍ତ୍ତମାନ ବିଦ୍ୟାଳୟରେ ରଙ୍ଗ ଦିଆ କାର୍ଯ୍ୟ ଚାଲିଥିବା ବେଳେ ବର୍ଷା ଆରମ୍ଭରୁ ବିଦ୍ୟାଳୟର ଅନେକ ସ୍ଥାନରୁ ପାଣି ଗଳିବା ଆରମ୍ଭ ହୋଇ ଯାଇଛି । ଅନେକ ସ୍ଥାନରେ ଛାତ ଓ କାନ୍ଥ ଫାଟି ଆଁ କରିଥିବା ବେଳେ ଶ୍ରେଣୀ ଗୃହରେ ସ୍ମାର୍ଟ ବୋର୍ ରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବର୍ଷେ ନପୁରୁଣୁ 5T ସ୍କୁଲ ଅବସ୍ଥା ଶୋଚନୀୟ, ମନ୍ତ୍ରୀ କହିଲେ ଟାସ୍କଫୋର୍ସ ଗଠନ କରାଯାଇ ହେଉଛି ମେଣ୍ଟେନାସ୍

ସେହିପରି ବିଦ୍ୟାଳୟର ଲାଇବ୍ରେରୀ ର ବହି ଗୁଡିକୁ ସୁରକ୍ଷିତ ରଖିବାକୁ କାନ୍ଥଠାରୁ ଛଡାଇ ରଖାଯାଇଥିବା ବେଳେ ନିମ୍ନ ମାନର କାମ ଯୋଗୁଁ ଅନେକ ସ୍ଥାନରେ ଟାଇଲ ସବୁ ଛାଡ଼ି ଗଲାଣି । ଏଭଳି ନିମ୍ନ ମାନର କାମକୁ ନେଇ ବିଦ୍ୟାଳୟର ପୁରାତନ ଛାତ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ନିର୍ମାଣ କାର୍ଯ୍ୟ ବାଲିରେ ହୋଇଛି ନା ସିମେଣ୍ଟ ରେ ହୋଇଛି ବୋଲି କହି ତାତ୍ସଲ୍ୟ କରିଛନ୍ତି । ସେପଟେ ବିଦ୍ୟାଳୟର ପଛ ପାର୍ଶ୍ଵରେ ଥିବା ଆଦିବାସୀ ହଷ୍ଟେଲ ଅତ୍ୟନ୍ତ ଅବହେଳିତ ହୋଇ ପଡ଼ି ରହିଛି । ସେଠାରେ ହଷ୍ଟେଲ ବଦଳରେ ବିଦ୍ୟାଳୟ କାର୍ଯ୍ୟାଳୟ ଚାଲୁଥିବା ବେଳେ ଏଠାରେ ବିଦ୍ୟୁତ, ପାନୀୟଜଳର ବ୍ୟବସ୍ଥା ନଥିବା ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଓଡ଼ିଆ ବର୍ଣ୍ଣମାଳା ଜାଣି ନାହାନ୍ତି । ଯାହାକୁ ପ୍ରଧାନ ଶିକ୍ଷକ ସ୍ବୀକାର କରିବା ସହିତ ସେଭଳି ଛାତ୍ରଛାତ୍ରୀଙ୍କୁ ଅ,ଆ, A,B,C,D ଶିକ୍ଷା ଦିଆଯାଉଥିବା କଥା କହିଛନ୍ତି । ଶିକ୍ଷାର ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପୂର୍ଣ୍ଣଚନ୍ଦ୍ର 5T ବିଦ୍ୟାଳୟର ଏଭଳି ଅବସ୍ଥାକୁ ନେଇ ବୁଦ୍ଧିଜୀବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏଭଳି କାର୍ଯ୍ୟର ପ୍ରଶାସନିକ ତଦନ୍ତ ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.