ବର୍ଷେ ନପୁରୁଣୁ 5T ସ୍କୁଲ ଅବସ୍ଥା ଶୋଚନୀୟ, ମନ୍ତ୍ରୀ କହିଲେ ଟାସ୍କଫୋର୍ସ ଗଠନ କରାଯାଇ ହେଉଛି ମେଣ୍ଟେନାସ୍

author img

By

Published : Aug 22, 2022, 8:49 PM IST

Updated : Aug 23, 2022, 3:00 PM IST

ପ୍ରହସନ ପାଲଟିଲା ୫ଟି ସ୍କୁଲ, ବର୍ଷେ ପରେ ଅବସ୍ଥା ଶୋଚନୀୟ

ସ୍କୁଲ ଗୁଡିକ 5T ରୁପାନ୍ତରଣରେ ପୁରି ନାହିଁ ବର୍ଷେ ହେଲେ ଏବେ ଶୋଚନୀୟ ହୋଇ ପଡିଛି ସ୍କୁଲର ଚିତ୍ର । ଏପଟେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପାଖରେ ଦୃଷ୍ଟି ଆକର୍ଷଣ କରିଥିଲୁ । 5T ସ୍କୁଲ ଗୁଡିକ ପାଇଁ ପାଞ୍ଚୋଟି ଟାସ୍କଫୋର୍ସ ଗଠନ କରାଯାଇ ମେଣ୍ଟେନାସ୍ କରାଯାଉଛି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ମାଲକାନଗିରି: ସ୍କୁଲରୁ ସ୍ମାର୍ଟ ସ୍କୁଲ କରିବା ପାଇଁ ସରକାରୀ କଳରୁ ବ୍ୟୟ କରାଗଲା କୋଟି କୋଟି ଟଙ୍କା । ହେଲେ ଏବେ ପ୍ରହସନ ପାଲଟିଛି ଏହି 5T ରୁପାନ୍ତରଣ । ଛାତ୍ରଛାତ୍ରୀଙ୍କ ସ୍ମାର୍ଟ ପାଠପଢା ପାଇଁ ଉପଲବ୍ଧ ହେଲା ସ୍ମାର୍ଟ କ୍ଲାସ ରୁମ ସହିତ ସ୍ମାର୍ଟ ଲାଇବ୍ରେରୀ । ସ୍କୁଲ ପରିସରରେ ସୌନ୍ଦର୍ଯ୍ୟକରଣ, ଶୌଚାଳୟ ବ୍ୟବସ୍ଥା, ପିଇବା ପାଣି ଆଦି ବ୍ୟବସ୍ଥା ମଧ୍ୟ କରାଗଲା । ହେଲେ ସବୁ ଯେମିତି ଫଳଶୂନ୍ୟ । ଏପରି କିଛି ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିର ସରାକାରୀ ଉଚ୍ଚ ବିଦ୍ୟାଳୟରେ ।

ବର୍ଷେ ନପୁରୁଣୁ 5T ସ୍କୁଲ ଅବସ୍ଥା ଶୋଚନୀୟ, ଶିକ୍ଷାର ନାହିଁ ଆନୁସଙ୍ଗିକ ବ୍ୟବସ୍ଥା

ପ୍ରଥମେ ଯାଇ ଦେଖିଥିଲୁ ସ୍ମାର୍ଟ କ୍ଲାସ ରୁମ । ଏଠାରେ ରହିଛି ଦୁଇଟି ସ୍ମାର୍ଟ କ୍ଲାସ ରୁମ ଓ ଦୁଇଟି ସ୍ମାର୍ଟଡେସ୍କ ବୋର୍ଡ । ହେଲେ ଦୁଇଟିଯାକ ସ୍ମାର୍ଟ ଡେସ୍କ ବୋର୍ଡ ଏକା ସାଙ୍ଗରେ ଚାଲିପାରୁନାହିଁ । ଗୋଟିଏ ଚାଲିଲେ ଅନ୍ୟଟି ଚାଲୁ ନାହିଁ । ଫଳରେ ଛାତ୍ରଛାତ୍ରୀ ମାନେ ଅଧିକ କିଛି ଜାଣିବା ପାଇଁ ଚେଷ୍ଟା କଲେ ମଧ୍ୟ ସେଥିରୁ ସେମାନେ ବଞ୍ଚିତ ରହୁଛନ୍ତି ବୋଲି କହିଥିଲେ । ସେହିଭଳି କମ୍ପ୍ୟୁଟର ଲାବରେ ୧୩ ଟି କମ୍ପ୍ୟଟର ରହିଛି । ହେଲେ ୧୧ ଟି କମ୍ପ୍ୟୁଟର ଅଚଳ ହୋଇ ପଡିଛି । ଦୁଇଟି କମ୍ପ୍ୟୁଟର ପିଲା ବ୍ୟବହୃତ ପରିବର୍ତ୍ତେ ସ୍କୁଲ ଷ୍ଟାଫ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଥିଲା । ପିଲାମାନେ କମ୍ପୁଟର ଖୋଲିବାକୁ ଚାହୁଁଥିଲେ ମଧ୍ୟ ତାହା କମ୍ପ୍ୟୁଟର ଅନ ହେବାର ପ୍ରଶ୍ନ ଉଠୁ ନାହିଁ । ଏହା ସହିତ ଆମେ ଦେଖିବାକୁ ପାଇଥିଲୁ ଶ୍ରେଣୀ ଗୃହକୁ ବିଦ୍ୟୁତ ସଂଯୋଗ କରାଯାଇଥିବା ବୋର୍ଡ ଗୁଡିକ ସର୍ଟ ସର୍କିଟରେ ପୋଡି ଯାଇଛି । ଶୌଚଳାୟର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ଶୌଚଳାୟର କବାଟ ଭାଙ୍ଗିଯାଇଥିବା ସହ ଶୌଚାଳୟର ଟାଇଲ ଏବଂ ପାନ ଗୁଡିକ ମଧ୍ୟ ଭାଙ୍ଗି ଯାଇଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସେମାନେ ଅଭିଯୋଗ କରିଥିଲେ । ପିଲାମାନଙ୍କ ହାତ ଧୁଆ ସ୍ଥାନ ପରିସ୍କାର ବଦଳରେ ତାହା ଏକ ଆବର୍ଜନା କୁଣ୍ଡ ଭଳି ଦେଖାଯାଉଥିଲା । ପାଣି ପିଇବା ପାଇଁ ୪ ଟି ଥଣ୍ଡା ପାଣି ଫିଲଟର ରହିଛି ହେଲେ ସେହି କଠୋରୀ କାଦୁଅରେ ଭରି ରହିଥିଲା ।

ତେବେ ସ୍ମାର୍ଟ ସ୍କୁଲର ଏଭଳି ସ୍ଥିତି ଦେଖିବା ପରେ ଆମେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଏହି ଅବହେଳା ବାବଦରେ କଥା ହୋଇଥିଲୁ । ଏ ବାବଦରେ ପ୍ରଧାନଶିକ୍ଷୟିତ୍ରୀ କହିଥିଲେ ବିଦ୍ୟାଳୟରେ ଯାହା ଅସୁବିଧା ରହିଛି ଆମେ ସେ ସବୁକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ । ସ୍କୁଲରେ ସବୁ ଠିକ ଥିଲେ ମଧ୍ୟ ଭୋଲ୍ଟେଜ ସମସ୍ୟା ଉପୁଜିଛି ଯାହାଫଳରେ ସ୍କୁଲରେ ବାରମ୍ବାର ସର୍ଟସର୍କିଟ ହେଉଛି । ଏଣୁ ଡେସ୍କ୍ ବୋର୍ଡ ଗୋଟିଏ ଚାଲିଲେ ଅନ୍ୟଟି ଚାଲୁନି ।

ତେବେ ମାଲକାନଗିରିର ଏହି ୫ଟି ସରକାରୀ ବିଦ୍ୟାଳୟ ବିଷୟରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପାଖରେ ଦୃଷ୍ଟି ଆକର୍ଷଣ କରିଥିଲୁ । 5Tସ୍କୁଲ ଗୁଡିକ ପାଇଁ ପାଞ୍ଚୋଟି ଟାସ୍କଫୋର୍ସ ଗଠନ କରାଯାଇ ମେଣ୍ଟେନାସ୍ କରାଯାଉଛି । ଡିଓ ମାନଙ୍କ ମାଧ୍ୟମରେ ସ୍କୁଲ ଗୁଡିକରେ ଆର୍ଥିକ ବ୍ୟବସ୍ଥା କରାଯାଇ ତଦାରଖ କରାଯାଉଛି , କିଭଳି ଭାବରେ ସ୍ମାର୍ଟ କ୍ଲାସରୁମରେ ପାଠ ପଢାଯାଇ ପାରିବ ସେଥିପାଇଁ ଶିକ୍ଷକ ମାନଙ୍କୁ ଟ୍ରେନିଂ ଦିଆଯାଇଛି । ଯଦି ଏଭଳି କୌଣସି ଜାଗାରୁ ଅଭିଯୋଗ ଆସେ ତାହେଲେ ଡିଆଇଙ୍କୁ କୁହାଯାଇ ତାହାର ତୁରନ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

5T ସ୍କୁଲକୁ ନେଇ ସରକାରଙ୍କ ମଧ୍ୟରେ ଏତେ ମାତ୍ରାରେ ତତ୍ପର ଦେଖାଦେଇଥିବା ବେଳେ ଏହା ଥିଲା ତାର ବାସ୍ତବ ଚିତ୍ର । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ସ୍କୁଲର ଉଦ୍ଦେଶ୍ୟ ଏବେ ପଦାରେ ପଡିଛି ।

ଇଟିଭି ଭାରତ, ମାଲକାନଗିରି

Last Updated :Aug 23, 2022, 3:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.