ETV Bharat / state

ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଓ ତେଲନଦୀର ସେତୁ: ଫାଟି ଆଁ କରିଛି ୫୫ ନଂ ଜାତୀୟ ରାଜପଥ

author img

By

Published : Jul 24, 2022, 8:40 PM IST

ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଓ ତେଲନଦୀର ସେତୁ
ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଓ ତେଲନଦୀର ସେତୁ

ବିପଦ ଜନକ ଅବସ୍ଥାରେ ୫୫ ନମ୍ବର ଜାତୀୟ ରାଜପଥ । ମରାମତି ଅଭାବରୁ ଦୁର୍ବଳ ହୋଇପଡିଛି ମହାନଦୀ ଓ ତେଲନଦୀର ସେତୁ । ଅଧିକ ପଢନ୍ତୁ

ବୌଦ୍ଧ : ଶୋଚନୀୟ ଅବସ୍ଥାରେ ମହାନଦୀ ଓ ତେଲନଦୀର ସେତୁ । ସେତୁର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଲୁଡା ଛଡ ମଧ୍ୟ ଦେଖାଯାଉଛି । କିନ୍ତୁ ସେତୁକୁ ମରାମତି କରାଯାଉନି । ଯାହାକୁ ନେଇ ବୌଦ୍ଧବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଓ ତେଲନଦୀର ସେତୁ

ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ କଥାବି ନ କହିବା ଭଲ । ଜାତୀୟ ରାଜପଥରେ ମନମୁଣ୍ଡା ଠାରୁ ମାଧପୁର ପର୍ଯ୍ୟନ୍ତ ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି । ଜିଲ୍ଲାର ବାଉଁଶୁଣୀ, ସାହାଜପାଲ, ବୌଦ୍ଧ, ପୁରୁଣାକଟକ, ଚାରିଛକ ଭଳି ବଜାର ଅଞ୍ଚଳ ଦେଇ ଯାଇଥିବା ଏହି ରାଜପଥ କଡରେ ଉଠା ଦୋକାନୀ ଓ ବେଆଇନ ପାର୍କିଂ ଯୋଗୁଁ ଅନେକ ସମୟରେ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହେଉଛି । ଏନେଇ ସଡକ ଦୁର୍ଘଟଣା ଘଟି ଅନେକ ଧନଜୀବନ ମଧ୍ୟ କ୍ଷତି ଘଟିଛି ।

ମନମୁଣ୍ଡାରୁ ସୋନପୁରକୁ ସଂଯୋଗ କରୁଥିବା ତେଲନଦୀ ସେତୁ ଦୁର୍ବଳ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସେହିପରି ବୌଦ୍ଧରୁ କିଆକଟାକୁ ସଂଯୋଗ କରୁଥିବା ମହାନଦୀ ସେତୁର ବିଭିନ୍ନ ସ୍ଥାନରେ ଫାଟ ଓ ଗର୍ତ୍ତ ସୃଷ୍ଟି ହୋଇଛି । ସେତୁ ଉପରୁ କଂକ୍ରିଟ ଛାଡି ଯାଇ ଲୁହା ରଡ ଦେଖାଯାଉଛି । ବିଭିନ୍ନ ସମୟରେ ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ କିଛିଦିନ ପରେ ରାସ୍ତାରୁ କଂକ୍ରିଟ ଓ ପିଚୁ ବାହାରି ଯାଉଛି । ଏଥିଯୋଗୁଁ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି । ଯେ କୌଣସି ସମୟରେ ଏଠାରେ ବଡ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.