ETV Bharat / state

ହରଭଙ୍ଗା ବ୍ଲକରେ ବାଟବଣା ସରକାରୀ ଯୋଜନା, ଧାରଣାରେ ହିତାଧିକାରୀ

author img

By ETV Bharat Odisha Team

Published : Jan 9, 2024, 6:58 AM IST

ହରଭଙ୍ଗା ବ୍ଲକରେ ବାଟବଣା ସରକାରୀ ଯୋଜନା
ହରଭଙ୍ଗା ବ୍ଲକରେ ବାଟବଣା ସରକାରୀ ଯୋଜନା

Beneficiaries on Strike: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରୀ ଯୋଜନା ବାଟବଣା । ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ହିତାଧିକାରୀଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଅଧିକ ପଢ଼ନ୍ତୁ

ହରଭଙ୍ଗା ବ୍ଲକରେ ବାଟବଣା ସରକାରୀ ଯୋଜନା

ବୌଦ୍ଧ: ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ବାଟବଣା ବିଭିନ୍ନ ସରକାରୀ ଯୋଜନା । ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ସୋମବାର ଦିନ ତମାମ ହିତାଧିକାରୀମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଆବାସ, ରାସନ, ସାମାଜିକ ସୁରକ୍ଷା, କୂପ ଖନନ, ଗୁହାଳ ଭଳି ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଧାରଣାରେ ବସିଥିଲେ ହିତାଧିକାରୀ । ତେବେ ଜିଲ୍ଲାପାଳ ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଏହାର ତଦନ୍ତ ହେବ ବୋଲି ସୂଚନା ମିଳିଛି ।

ଗରିବ ହିତାଧିକାରୀଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ସରକାରଙ୍କ ଏଭଳି ଜନକଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଯୋଗୁଁ ହିତାଧିକାରୀଙ୍କ ନିକଟରେ ଏହାର ସୁଫଳ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ୨୨ଟି ପଞ୍ଚାୟତକୁ ନେଇ ଗଠିତ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରୁ ଏଭଳି ଅଭିଯୋଗ ଆସିଛି । ବ୍ଲକର ଅଧିକାଂଶ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ହୋଇଥିବାବେଳେ ଏମାନଙ୍କ ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । କିନ୍ତୁ ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ତଥା ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି । ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଚୋରି, ଗଭୀର କୂପ ଚୋରି ଭଳି ଏକାଧିକ ଘଟଣା ବର୍ତ୍ତମାନ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବାଟବଣା ଖାଦ୍ୟ ସୁରକ୍ଷା ଯୋଜନା, ମୁଠାଏ ଚାଉଳ ପାଇଁ ହନ୍ତସନ୍ତ ଲୋକେ

ଏହାଛଡ଼ା ଶହ ଶହ ହିତାଧିକାରୀ ରାସନ, ସାମାଜିକ ସୁରକ୍ଷା ଭଳି ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ଅଭିଯୋଗ କରି ସୋମବାର ହରଭଙ୍ଗା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅବସରରେ ହିତାଧିକାରୀମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦିନ ତମାମ ବସିଥିଲେ । ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମାନ ନାମରେ ହିତାଧିକାରୀଙ୍କ ଆବାସ ଗୃହ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ପରେ ଜିଲ୍ଲାପାଳ ହିତାଧିକାରୀଙ୍କ ସହିତ ଆଲୋଚନା ପରେ ବ୍ଲକ ପ୍ରଶାସନର ଅନିୟମିତତାର ପୋଲ୍‌ ଏକ ପ୍ରକାର ଖୋଲି ଯାଇଥିଲା । ଏନେଇ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ବ୍ଲକ ପ୍ରଶାସନ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.