ETV Bharat / state

Vedanta Fire Mishap: ୨ୟ ଶ୍ରମିକଙ୍କ ମୃତ୍ୟୁ, ୪ର୍ଥ ଥର ପାଇଁ ୧୪୪ ଧାରା ଜାରି

author img

By

Published : Apr 22, 2023, 9:09 PM IST

Etv Bharat
Etv Bharat

ଭଦ୍ରକ ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର ପ୍ଲାଣ୍ଟ କମ୍ପାନୀରେ ଅଗ୍ନିକାଣ୍ଡ ଘଟଣା । ୪ର୍ଥ ଥର ପାଇଁ ପ୍ଲାଣ୍ଟ ନିକଟରେ ଜାରି ହେଲା ୧୪୪ ଧାରା । ଅଧିକ ପଢନ୍ତୁ

Vedanta Fire Mishap

ଭଦ୍ରକ: ବେଦାନ୍ତ ଫେକର ପ୍ଲାଣ୍ଟରେ ନିଆଁରେ ପୋଡି ହୋଇ ୨ଜଣ ଶ୍ରମିକ ଗୁରୁତର ଭାବେ ପୋଡି ହୋଇଥିବା ଘଟଣା । ଆଜି ୨ୟ ଶ୍ରମିକ ବିଜୟ ମହାପାତ୍ରଙ୍କ ମୃତ୍ୟୁ ଘଟିଛି । ଏହାପରେ ଗୋଟିଏ ମାସ ମଧ୍ୟରେ ୪ର୍ଥ ଥର ପାଇଁ ଭଦ୍ରକ ଜିଲ୍ଲା ରାନ୍ଦିଆଠାରେ ଥିବା ବେଦାନ୍ତ ଫେକର ପ୍ଲାଣ୍ଟରେ ଜାରି ହୋଇଛି ୧୪୪ ଧାରା । ବିଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ଲାଗି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

ଚଳିତ ଏପ୍ରିଲ ମାସ ୧୧ ତାରିଖ ଦିନ କାର୍ଯ୍ୟ କରୁଥିବା ସମୟରେ ନିଆଁରେ ପୋଡି ହୋଇ ୨ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ । ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ପରେ ସ୍ଥିତିକୁ ନିନ୍ତ୍ରଣ କରିବା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସେଠାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବା ସହ ୧୨ ତାରିଖରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦ୍ଵିତୀୟ ଥର ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ୧୪୪ ଧାରାକୁ ୧୬ ତାରିଖକୁ ବୃଦ୍ଧି କରଯାଇଥିଲା ।

ଏହା ବି ପଢନ୍ତୁ- ବେଦାନ୍ତ ଫେକର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟଣା: ଜଣେ ଶ୍ରମିକ ମୃତ୍ୟୁ, ଭଦ୍ରକରେ ୧୪୪ ଧାରା ବଳବତ୍ତର

ତେବେ ଚିକିତ୍ସିତ ହେଉଥିବା ୨ଜଣ ଶ୍ରମିକଙ୍କ ମଧ୍ୟରୁ ଗତ ୧୬ ତାରିଖରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ପରେ ଜାରି ରହିଥିବା ଏହି ନିର୍ଦ୍ଦେଶକୁ ପୁନର୍ବାର ୩ୟ ଥର ପାଇଁ ୧୯ ତାରିଖ ପର୍ଯ୍ୟନ୍ତ ଲାଗୁ କରିଥିଲା ଭଦ୍ରକ ଜିଲ୍ଲା ପ୍ରଶାସନ। ତେବେ ୧୯ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ୧୪୪ ଧାରାକୁ ଆଉ ବୃଦ୍ଧି କରାଯାଇନଥିଲା । ହେଲେ ଆଜି ବମ୍ବେ ବର୍ଣ୍ଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ଶ୍ରମିକ ବରପଦା ଅଞ୍ଚଳର ବିଜୟ ମହାପାତ୍ରଙ୍କ ମୃତ୍ୟୁ ହେବା ପରେ ପୁନର୍ବାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

ଏହା ବି ପଢନ୍ତୁ- ବେଦାନ୍ତ ଫେକର ପ୍ଲାଣ୍ଟ ଦୁର୍ଘଟଣା, ଉଚ୍ଚସ୍ତରୀୟ ବୈଠକ କଲା ଜିଲ୍ଲା ପ୍ରଶାସନ

ସୂଚନା ଥାଉ କି ଜିଲ୍ଲାର ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର ପ୍ଲାଣ୍ଟ କମ୍ପାନୀ ପରିସର ମଧ୍ୟରେ ଗତ ୧୧ ତାରିଖରେ ଅଳ୍ପ ଦିନ ବ୍ୟବଧାନରେ ୨ୟ ଥର ଦୁର୍ଘଟଣା ଘଟିଥିଲା । ଏହି ଅଘଟଣ ଘଟିବାର କିଛି ଦିନ ପୂର୍ବରୁ ଶ୍ରମିକମାନେ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ସମୟରେ ନିଆଁରେ ପୋଡି ହୋଇ ୨ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ଜଣେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ଏପରି ସ୍ଥଳେ ଗତ ୧୧ ତାରିଖରେ ପୁଣି ୨ଜଣ ଶ୍ରମିକ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ସମୟରେ ନିଆଁରେ ପୋଡି ହୋଇ ଯାଇଥିଲେ। ପ୍ରଥମେ ଉଭୟଙ୍କୁ ସ୍ଥାନୀୟ କମ୍ପାନୀ କର୍ମଚାରୀଙ୍କ ସହାୟତରେ ତୁରନ୍ତ ଚିକିତ୍ସା କରିବା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତୁରନ୍ତ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ ଏୟାର ଲିଫ୍ଟିଂରେ ବମ୍ବେ ବର୍ଣ୍ଣ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ୨ଜଣଙ୍କ ମୃତ୍ୟୁ ଘଟିଛି । ୧୪୪ ଧାରା ଜାରି ହେବା ପରେ ସେଠାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.