ETV Bharat / state

ବେଦାନ୍ତ ଫେକର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟଣା: ଜଣେ ଶ୍ରମିକ ମୃତ୍ୟୁ, ଭଦ୍ରକରେ ୧୪୪ ଧାରା ବଳବତ୍ତର

author img

By

Published : Apr 17, 2023, 5:22 PM IST

section 144 extended in bhadrak
ଭଦ୍ରକରେ ପୁଣି ବଢ଼ିଲା ୧୪୪ ଧାରା

ବେଦାନ୍ତ ଫେକର ପ୍ଲାଣ୍ଟ କମ୍ପାନୀରେ ଦୁଇ ଶ୍ରମିକ ଗୁରୁତର ହେବା ପରେ କମ୍ପାନୀ ପରିସରରେ ଉତ୍ତେଜନା ପରିସ୍ଥିତିକୁ ୧୪୪ ଧାରା ବଳବତ୍ତର । ଅଧିକ ପଢ଼ନ୍ତୁ

ବେଦାନ୍ତ ଫେକର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟଣା

ଭଦ୍ରକ: ତୃତୀୟ ଥର ପାଇଁ ଭଦ୍ରକରେ ପୁଣି ବଢ଼ିଲା ୧୪୪ ଧାରା । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କଟକଣା ଅବଧିକୁ ବୃଦ୍ଧି କରାଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର ପ୍ଲାଣ୍ଟ କମ୍ପାନୀରେ ଦୁଇ ଶ୍ରମିକ ଗୁରୁତର ହେବା ପରେ କମ୍ପାନୀ ପରିସରରେ ଉତ୍ତେଜନା ପରିସ୍ଥିତିକୁ ନେଇ ୧୪୪ ଧାରି ଜାରି ରହିଛି ।

ବେଦାନ୍ତ ଫେକର ପ୍ଲାଣ୍ଟରେ ନିଆଁରେ ପୋଡି ହୋଇ ଦୁଇଜଣ ଶ୍ରମିକ ଗୁରୁତର ହେବା ଘଟଣା ନେଇ କମ୍ପାନୀ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସେଠାରେ ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ଏପ୍ରିଲ ୧୨ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦ୍ଵିତୀୟ ଥର ପାଇଁ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା କଟକଣାକୁ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ଚିକିତ୍ସିତ ହେଉଥିବା ଦୁଇ ଜଣ ଶ୍ରମିକଙ୍କ ମଧ୍ୟରୁ ଆଜି ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ପରେ ତୃତୀୟ ଥର ପାଇଁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କଟକଣା ଅବଧିକୁ ବୃଦ୍ଧି କରାଯାଇଛି ।

ପ୍ରକାଶ ଥାଉକି, କିଛିଦିନ ତଳେ ଭଦ୍ରକ ଜିଲ୍ଲା ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର ପ୍ଲାଣ୍ଟ କମ୍ପାନୀ ପରିସରରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ସମୟରେ ନିଆଁରେ ପୋଡି ହୋଇ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ଜଣେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏହିପରି ସ୍ଥଳେ ଏପ୍ରିଲ ୧୧ ତାରିଖ ଦିନ ପୁଣି ଦୁଇ ଜଣ ଶ୍ରମିକ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ସମୟରେ ନିଆଁରେ ପୋଡି ହୋଇ ଗୁରୁତର ଭାବେ ଆହତ ହୋଇଥିଲେ ।

ଏଥିରେ ବରପଦା ଅଞ୍ଚଳର ବିଜୟ ମହାପାତ୍ର ଏବଂ ରାନ୍ଦିଆ କୋରଣ୍ଟ ଅଞ୍ଚଳରେ ରତିକାନ୍ତ ସୁତାର ଆହତ ହୋଇଥିଲେ । ପ୍ରଥମେ ଉଭୟଙ୍କୁ ସ୍ଥାନୀୟ କମ୍ପାନୀ କର୍ମଚାରୀଙ୍କ ସହାୟତାରେ ତୁରନ୍ତ ଚିକିତ୍ସା କରିବା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଦୁହିଁଙ୍କ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ, ତୁରନ୍ତ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ ଏୟାର ଲିଫ୍ଟିଂରେ ମୁମ୍ବାଇ ସ୍ଥିତ ବର୍ଣ୍ଣ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ରତିକାନ୍ତ ସୁତାରଙ୍କ ମୃତ୍ୟୁ ଘଟିଛି । ତେଣୁ ଆଇନ ଶୃଙ୍ଖଳାକୁ ଦୃଷ୍ଚିରେ ରଖି ଏହି ଅଞ୍ଚଳରେ କଟକଣା ବୃଦ୍ଧି କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.