ETV Bharat / state

ଧାମରାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ସମୀକ୍ଷା କଲେ ଶକ୍ତି ମନ୍ତ୍ରୀ

author img

By

Published : Jun 1, 2021, 10:32 PM IST

Power minister captain dibya shankar mishra
ଧାମରା ଅଞ୍ଚଳରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମୀକ୍ଷା

ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ବାତ୍ୟାର କ୍ଷୟକ୍ଷତି ସହ ବିଦ୍ୟୁତ ଯୋଗାଣ ନେଇ ସ୍ଥିତି ଅନୁଧ୍ୟାନ କଲେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଅଧିକ ପଢନ୍ତୁ...

ଭଦ୍ରକ: ବାତ୍ୟାଞ୍ଚଳରେ ସମୀକ୍ଷା କଲେ ଶକ୍ତିମନ୍ତ୍ରୀ । ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ବାତ୍ୟାର କ୍ଷୟକ୍ଷତି ସହ ବିଦ୍ୟୁତ ଯୋଗାଣ ନେଇ ସ୍ଥିତି ଅନୁଧ୍ୟାନ କଲେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।

ଧାମରା ଅଞ୍ଚଳରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମୀକ୍ଷା

ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ଧାମରାର ଦୋଷୀଙ୍ଗା ପଞ୍ଚାୟତରେ ଓରାମାଳ, ଜୟଦୁର୍ଗା ପାଟଣା, ପାଇକ ସାହି ଓ ଧାମରା ପଞ୍ଚାୟତ ଝାଡକାଟି ଆଦି ବିଭିନ୍ନ ସ୍ଥାନ ବୁଲି ବାତ୍ୟା ବିପନ୍ନ ମାନଙ୍କ ସହିତ କଥା ହୋଇଥିଲେ ମନ୍ତ୍ରୀ। ଏଥି ସହ ସେଠାରେ ବିଦ୍ୟୁତ ସରବରାହ ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ । ତେବେ ଆଗାମୀ ଦିନରେ ଧାମରା ଅଞ୍ଚଳରେ ବାତ୍ୟା ପ୍ରତିରୋଧକ ବିଦ୍ୟୁତ ଯୋଗାଣ ଭିତ୍ତିଭୂମିର କାର୍ଯ୍ୟ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତିରେ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ଏହି ଅବସରରେ ଚାନ୍ଦବାଲି ବିଧାୟକ ବ୍ୟାମୋକେଶ ରାଏ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.