କନିଷ୍ଠ କିରାଣୀଙ୍କ ଠାରୁ ଭ୍ୟାନିଟି ଝାମ୍ପି ନେଲେ ଲୁଟେରା

author img

By

Published : Sep 15, 2022, 10:26 AM IST

କନିଷ୍ଠ କିରାଣୀଙ୍କ ଠାରୁ ଭ୍ୟାନିଟ ଝାମ୍ପି ନେଲେ ଲୁଟେରା

ମହିଳା କନିଷ୍ଠ କିରାଣୀଙ୍କ ଠାରୁ ଭ୍ୟାନିଟି ଝାମ୍ପି ନେଇ ଚମ୍ପଟ ମାରିଲେ ଲୁଟେରା । ଥାନାରେ ଅଭିଯୋଗ କଲେ କନିଷ୍ଠ କିରାଣୀ ମୋନାଲିଜା ମହାନ୍ତି । ଅଧିକ ପଢନ୍ତୁ

ଭଦ୍ରକ: ଲୁଟର ଶିକାର ହେଲେ ମହିଳା କନିଷ୍ଠ କିରାଣୀ । କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ କିରାଣୀଙ୍କ ଟଙ୍କା, ମୋବାଇଲ ଭର୍ତ୍ତି ଥିବା ଭ୍ୟାନିଟି ଝାମ୍ପି ନେଇ ଚମ୍ପଟ ମାରିଲେ ଲୁଟେରା । ସ୍କୁଟିରୁ ପଡି ଆହତ ହେଲେ କନିଷ୍ଠ କିରାଣୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ଗୋପବନ୍ଧୁ ଛକ ନିକଟରେ । ଲୁଟର ଶିକାର ହେଉଥିବା କନିଷ୍ଠ କିରାଣୀ ହେଉଛନ୍ତି ମୋନାଲିଜା ମହାନ୍ତି, ସେ ଜ଼ିଲ୍ଲା ଜଜ କୋର୍ଟରେ କାର୍ଯ୍ୟରତ ।

ଏହା ମଧ୍ୟ ପଢନ୍ତୁ-ସାମ୍ବାଦିକଙ୍କୁ ମାଡ ମାରିଲେ ଅତିରିକ୍ତ ଏସପି, ଥାନା ଆଗରେ ଧାରଣା

କନିଷ୍ଠ କିରାଣୀଙ୍କ ଠାରୁ ଭ୍ୟାନିଟ ଝାମ୍ପି ନେଲେ ଲୁଟେରା

ମିଳିଥିବା ସୂଚନା ଅନୁଯାୟୀ ବୁଧବାର କନିଷ୍ଠ କିରାଣୀ ମୋନାଲିଜା ମହାନ୍ତି ସ୍କୁଟି ଯୋଗେ ଘରକୁ ଫେରୁଥିଲେ । 16 ନମ୍ବର ଜାତୀୟ ରାଜପଥ ଗୋପବନ୍ଧୁ ଛକ ନିକଟରେ ପହଞ୍ଚିବା ବେଳେ କିଛି ଲୁଟେରା ବାଇକରେ ଆସି ମୋନାଲିଜାଙ୍କ ବେକରେ ଥିବା ସୁନା ଚେନକୁ ଛିଡ଼ାଇବା ପାଇଁ ଉଦ୍ୟମ କରିଥିଲେ, ଏହି ସମୟରେ ମୋନାଲିଜା ସ୍କୁଟିରୁ ପଡି ଆହତ ହୋଇଥିବା ବେଳେ, ଲୁଟେରା ମାନେ ସୁନା ଚେନ ନେଇ ନପାରି ତାଙ୍କ ଭ୍ୟାନିଟି ବ୍ୟାଗଟିକୁ ଛଡାଇ ନେଇଥିଲେ । ଭ୍ୟାନିଟିରେ ଟଙ୍କା ଓ ମୋବାଇଲ ଥିବା କହିଛନ୍ତି ମୋନାଲିସା । ତେବେ ଲୁଟେରା ମାନେ ମୋନାଲିସାଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ । ଏନେଇ ସେ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ କରିଛନ୍ତି । ଗ୍ରାମାଞ୍ଚଳ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

ଏନେଇ କନିଷ୍ଠ କିରାଣୀ ମୋନାଲିଜା ମହାନ୍ତି କହିଛନ୍ତି ଯେ, ''ମୁଁ କାମ ସାରିକି ଫେରିକି ଆସୁଥିଲି, ସେହି ସମୟରେ ୨ଜଣ ବାଇକରେ ଆସିକି ବ୍ୟାଗ ଛଡାଇକି ମୋ ଠାରୁ ନେଇଗଲେ, ମୋତେ ଦୁର୍ବ୍ୟବହାର କଲେ ଓ ଗଳା ଚିପିବାକୁ ଚେଷ୍ଟା କଲେ, ଏହାପରେ ମୁଁ ସ୍କୁଟିରୁ ପଡି ଆହତ ହୋଇଥିଲି'' । ବ୍ୟାଗରେ ଟଙ୍କା, ଆଇ କାର୍ଡ ଓ ମୋବାଇଲ ରହିଛି, ମୁଁ ଯେତେ ମନା କରିଥିଲେ ମଧ୍ୟ ମୋ କଥା ନଶୁଣି ସେ ମୋ ଭ୍ୟାନିଟି ଛଡାଇ ନେଇଥିଲେ, ମୁଁ ସ୍କୁଟିରୁ ପଡି ଆହତ ହେବା ପରେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛି'' । ତେବେ ଦୁଇ ଲୁଟେରା କିଏ ସେନେଇ କୌଣସି ସୂଚନା ମିଳିନଥିବା ବେଳେ ଗ୍ରାମାଞ୍ଚଳ ପୋଲିସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.