ETV Bharat / state

ପଳିକିରି ଛକ ନିକଟରେ ଓଲଟିଲା ବସ୍‌, ୬ ଯାତ୍ରୀ ଆହତ

author img

By

Published : Apr 10, 2022, 7:40 PM IST

ଧାମନଗର ବ୍ଳକ ଅନ୍ତର୍ଗତ ପଳିକିରି ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 6 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ପଳିକିରି ଛକ ନିକଟରେ ଓଲଟିଲା ବସ୍‌, ୬ ଯାତ୍ରୀ ଆହତ
ପଳିକିରି ଛକ ନିକଟରେ ଓଲଟିଲା ବସ୍‌, ୬ ଯାତ୍ରୀ ଆହତ

ଭଦ୍ରକ: ଜିଲ୍ଲା ଧାମନଗର ବ୍ଳକ ଅନ୍ତର୍ଗତ ପଳିକିରି ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 6 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଧାମନଗରରୁ ଭୁବନେଶ୍ୱର ଅଭିମୁଖେ ଓମ୍‌ ମାଆ ନାମକ ଏକ ଯାତ୍ରୀବାହୀ ବସ୍ ଯାଉଥିଲା । ଏହି ସମୟରେ ପଳିକିରି ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗାଈକୁ ଧକ୍କା ଦେବା ସହ ବସ୍‌ଟି ଓଲଟି ପଡ଼ିଥିଲା ।

ପଳିକିରି ଛକ ନିକଟରେ ଓଲଟିଲା ବସ୍‌, ୬ ଯାତ୍ରୀ ଆହତ

ସେହି ସମୟରେ ବସ୍‌ରେ 30ରୁ ଅଧିକ ଯାତ୍ରୀ ରହିଥିଲେ । ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ଅନ୍ୟ ଯାତ୍ରୀ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ଗାଈଟିର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି । ଧାମନଗର ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.