ETV Bharat / state

ଶ୍ବଶୁର ଘରକୁ ବାହାଘରରେ ଆସି ସ୍ତ୍ରୀର ବେକ କାଟିଦେଲା ସ୍ବାମୀ, ଥାନାରେ ଆତ୍ମସମର୍ପଣ

author img

By

Published : May 27, 2023, 9:32 AM IST

husband kills wife in bhadrak
husband kills wife in bhadrak

ଛୁରୀରେ ବେକ କାଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ଥାନାରେ କଲା ଆତ୍ମସମର୍ପଣ। ଅଧିକ ପଢନ୍ତୁ

husband kills wife in bhadrak

ଭଦ୍ରକ: ପରକୀୟା ପ୍ରୀତି ସନ୍ଦେହରେ ଘଟିଲା ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀର ହତ୍ୟାକାରୀ ପାଲଟିଗଲା ସ୍ବାମୀ । ସାତ ଜନ୍ମର ସାଥି ହେବାକୁ କଥା ଦେଇଥିବା ସ୍ବାମୀ ଗୋଟିଏ ଜନ୍ମରେ ବି ସାଥି ହୋଇପାରିଲାନାହିଁ । ତକିଆରେ ଶ୍ୱାସ ରୁଦ୍ଧ କରିବା ପରେ ଛୁରୀରେ ବେକ କାଟି ସ୍ତ୍ରୀର ଜୀବନ ନେଲା ସ୍ବାମୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବନ୍ତ ବ୍ଳକ ଆଗଡପଡା ଅଞ୍ଚଳରେ । ସ୍ତ୍ରୀକୁ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ବାମୀ । ମୃତ ମହିଳା ହେଉଛନ୍ତି କନକଲତା ସିଂ। ଶାଳକର ବାହାଘରକୁ ଯୋଗ ଦେବାକୁ ଆସି ଏପରିକାଣ୍ଡ ଭିଆଇଥିଲା ସଇତାନ ସ୍ବାମୀ ।

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ରବୀନ୍ଦ୍ର ସିଂଙ୍କ ଓ କନକଲତାଙ୍କ ବିବାହକୁ 14 ବର୍ଷ ପୂର୍ବେ ବିବାହ କରିଥିଲେ । ଭାଇ ବାହାଘର ପାଇଁ କନକଲତା ତାଙ୍କ ଦୁଇ ପୁଅ ବିଟିପୁର ପଞ୍ଚାୟତର ହଜାରୀସାହିରେ ଗତ ତିନି ମାସ ହେଲା ରହି ଆସୁଥିଲେ । ସ୍ଵାମୀ ରବୀନ୍ଦ୍ର ଶାଳକର ବାହାଘରରେ ସାମିଲ ହେବାକୁ ଆସି ଗତ ଏକ ମାସ ହେଲା ଶ୍ବଶୁର ଘରେ ରହୁଥିଲା । ଗୁରୁବାର ସକାଳେ ରବୀନ୍ଦ୍ର ଘରେ ନଥିବା ବେଳେ କନକଲତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ ।

ଏନେଇ ପୋଲିସକୁ ଖବର ଦେଇଥିଲେ ମୃତ ମହିଳାଙ୍କ ପରିବାର ଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ସ୍ତ୍ରୀକୁ ହତ୍ୟା କରି ଘଟଣାସ୍ଥଳରେୁ ଫେରାର ହୋଇଯାଇଥିଲା ରବୀନ୍ଦ୍ର । ଗ୍ରାମରେ ଲୁଚିଥିବା ବେଳେ ନିଜେ ଆସି ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲା । ଏହାପରେ ନିଜେ ହତ୍ୟା କରିଥିବା ପୋଲିକୁ କହିଥିଲା । ପ୍ରଥମେ ତକିଆରେ ମୁହଁକୁ ଚାପି ଶ୍ବାସରୁଦ୍ଧ କରିବା ପରେ ଛୁରୀରେ ବେକ କାଟି ହତ୍ୟା କରିଥିବା ପୋଲିସକୁ କହିଥିଲା ରବୀନ୍ଦ୍ର ସିଂ । ପୋଲିସ ହତ୍ୟାକାଣ୍ଡ ନେଇ କୌଣସି ପ୍ରତିକ୍ରିୟା ରଖିନାହିଁ । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପରକୀୟା ପ୍ରୀତି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଗତ 25 ତାରିଖରେ ଗଜପତି କାଶୀନଗର ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା ପରେ ମୁଣ୍ଡକୁ ଶରୀରରୁ ଅଲଗା କରିଦେଲା ସଇତାନ ସ୍ବାମୀ । ପରେ କଟାମୁଣ୍ଡକୁ ଧରି ଘରକୁ ଫେରିଥିଲା ଜହ୍ଲାଦ ସ୍ବାମୀ । ମୃତକ ଜଣଙ୍କ ହେଉଛନ୍ତି ଉର୍ମିଳା କାର୍ଯି । ହତ୍ୟା ଘଟଣାରେ ସ୍ବାମୀ ଚନ୍ଦ୍ରଶେଖର କାର୍ଯିକୁ ପୋଲିସ ଗିରଫ କରିଥିଲା ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.