ETV Bharat / state

ସମ୍ଭାବ୍ୟ ବାତ୍ୟା 'ଅମ୍ଫାନ'କୁ ନେଇ ପ୍ରସ୍ତୁତ ଭଦ୍ରକ ଜିଲ୍ଲା ପ୍ରଶାସନ

author img

By

Published : May 17, 2020, 5:56 PM IST

District administration prepared for cyclone Amphan
ସମ୍ଭାବ୍ୟ ବାତ୍ୟା 'ଅମ୍ଫାନ'କୁ ନେଇ ପ୍ରସ୍ତୁତ ଭଦ୍ରକ ଜିଲ୍ଲା ପ୍ରଶାସନ

ସମ୍ଭାବ୍ୟ ବାତ୍ୟା 'ଅମ୍ଫାନ'କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ବିଶେଷ କରି ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ଉପରେ ଗୁରୁତ୍ବ ଦିଆଯାଇଛି । ଏହି 2 ଟି ବ୍ଲକର 22ଟି ପଞ୍ଚାୟତର 91ଟି ଗାଁର 1 ଲକ୍ଷ 5 ହଜାର ଲୋକ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

ଭଦ୍ରକ: ସମ୍ଭାବ୍ୟ ବାତ୍ୟା 'ଅମ୍ଫାନ'କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ବିଶେଷ କରି ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ଉପରେ ଗୁରୁତ୍ବ ଦିଆଯାଇଛି । ସମୂଦ୍ର ଉପକୂଳବର୍ତ୍ତୀ ସ୍ଥାନ ଉପରେ କଡା ନଜର ରଖିବା ସହ ଏହାର ନିକଟବର୍ତ୍ତୀ 3 କିମି ପର୍ଯ୍ୟନ୍ତ ଗାଁ ଗୁଡିକରେ ନଜର ରଖିଛି ଜିଲ୍ଲା ପ୍ରଶାସନ । 2 ଟି ବ୍ଲକର 22ଟି ପଞ୍ଚାୟତର 91ଟି ଗାଁର 1 ଲକ୍ଷ 5 ହଜାର ଲୋକ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

ସମ୍ଭାବ୍ୟ ବାତ୍ୟା 'ଅମ୍ଫାନ'କୁ ନେଇ ପ୍ରସ୍ତୁତ ଭଦ୍ରକ ଜିଲ୍ଲା ପ୍ରଶାସନ

ବାସୁଦେବପୁରର 14ଟି ପଞ୍ଚାୟତ ଓ ଚାନ୍ଦବାଲି ବ୍ଲକର 8ଟି ପଞ୍ଚାୟତ ଏହା ଦ୍ବାରା ପ୍ରଭାବିତ ହେବ । ଏଥିପାଇଁ 3 ଜଣ ବରିଷ୍ଠ ଅଫିସର ଏଠାରେ ନିୟୋଜିତ ହୋଇଛନ୍ତି । ଧାମରା ଅଞ୍ଚଳ ପାଇ ସ୍ବତନ୍ତ୍ର ଭାବେ ଜଣେ ଅଫିସକର ନିୟୋଜିତ ହୋଇଥିବା ବେଳେ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ପାଇଁ ଜଣେ ଲେଖାଏଁ ଅଫିସର ନିୟୋଜିତ ହୋଇଛନ୍ତି । ଜିଲ୍ଲାରେ ଥିବା 104 ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ 30 ଟି ବାତ୍ୟା ଆଶ୍ରୟସ୍ଥଳୀକୁ କୋଭିଡ-19ର ଟିଏମସି ଭାବେ ବ୍ୟବହାର କରାଯାଇଛି । ଯେଉଁ ଟିଏମସି ସେଣ୍ଟରରେ କମ ପ୍ରବାସୀ ଅଛନ୍ତି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।

ସେହିପରି ଜିଲ୍ଲାର 558ଟି ସ୍କୁଲ ଗୃହକୁ ଆସନ ବାତ୍ୟା ପାଇଁ ପ୍ରସ୍ତୁତ କରାଯାଉଛି । ଏଥିରେ ବିଦ୍ୟୁତ, ପାନୀୟ ଜଳ ସହିତ ଲୋକ ମାନେ କିପରି ସାମାଜିକ ଦୂରତା ବଜାୟ ରଖି ରହିବେ ସେ ନେଇ ସମସ୍ତ ବନ୍ଦୋବସ୍ତ କରିଛି ଜିଲ୍ଲା ପ୍ରଶାସନ । ମୋଟାମୋଟି ଭାବେ ଜିଲ୍ଲା ପ୍ରଶାସନ 1 ଲକ୍ଷ 60 ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ପଞ୍ଚାୟତ ସ୍ତରରେ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଉଛି । ପ୍ରତ୍ୟେକ ବ୍ଲକରେ ବିଡିଓ ଓ ତହସିଲଦାରଙ୍କୁ ଏଥିପାଇଁ କଡା ନଜର ରଖିବା ପାଇଁ କୁହାଯାଇଛି । ମାଛଧରା ବୋଟ ଓ ଟ୍ରଲରକୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ମଧ୍ୟ ମହଜୁଦ ରଖାଯାଇଛି । ଚାଷ ଜମି ଗୁଡିକର ଅମଳ ଏବେ ମଧ୍ୟ ସୁରକ୍ଷିତ ଥିବା କହିଛନ୍ତି ଜିଲ୍ଲାପାଳ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.