ETV Bharat / state

ତିହିଡ଼ି ବ୍ଳକ ରେବ ନଦୀରେ କୁମ୍ଭୀର ଆତଙ୍କ, ସ୍ଥାନୀୟ ଲୋକେ ଆତଙ୍କିତ

author img

By

Published : Nov 3, 2020, 4:58 PM IST

ତିହିଡ଼ି ବ୍ଳକ ରେବ ନଦୀରେ କୁମ୍ଭୀର ଆତଙ୍କ, ସ୍ଥାନୀୟ ଲୋକେ ଆତଙ୍କିତ
ତିହିଡ଼ି ବ୍ଳକ ରେବ ନଦୀରେ କୁମ୍ଭୀର ଆତଙ୍କ, ସ୍ଥାନୀୟ ଲୋକେ ଆତଙ୍କିତ

ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀର ଶାଖା ରେବ ନଦୀରେ କୁମ୍ଭୀର ଆତଙ୍କ। କୁମ୍ଭୀରକୁ ନେଇ ତିହିଡ଼ି ବ୍ଳକର ବୋଡ଼କ ପଂଚାୟତବାସୀ ଆତଙ୍କିତ ହୋଇ ରହିଛନ୍ତି । ଅଧିକ ପଢ଼ନ୍ତୁ...

ଭଦ୍ରକ: ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀର ଶାଖା ରେବ ନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। କୁମ୍ଭୀରକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଜିଲ୍ଲାର ତିହିଡ଼ି ବ୍ଳକର ବୋଡ଼କ ପଂଚାୟତରେ ଥିବା ଗୁମୁଣ୍ଡିଆ ଗଣ୍ଡରେ ଏହି କୁମ୍ଭୀରକୁ ଦେଖିଛନ୍ତି ସ୍ଥାନୀୟ ଲୋକେ। ଘଟଣାକୁ ନେଇ ଗାଁ ପଞ୍ଚାୟତବାସୀ ବନ ବିଭାଗକୁ ଖବର ଦେଇଛନ୍ତି ।

ତିହିଡ଼ି ବ୍ଳକ ରେବ ନଦୀରେ କୁମ୍ଭୀର ଆତଙ୍କ, ସ୍ଥାନୀୟ ଲୋକେ ଆତଙ୍କିତ

ଜୁଆର ସମୟରେ ଏହି କୁମ୍ଭୀରଟି ରେବ ନଦୀକୁ ଚାଲି ଆସୁଥିବା ସନ୍ଦେହ କରାଯାଉଛି । ଗାଁ ଲୋକଙ୍କ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଥିବା ସୂଚନା ମିଳିଛି । ବନ ବିଭାଗର ବରିଷ୍ଠ ଅଧିକାରୀ ରେବ ନଦୀ ନିକଟରେ ପହଞ୍ଚି ସମସ୍ତ ସ୍ଥିତି ଅନୁଧ୍ୟାନ କରିଥିବା ଜଣା ପଡ଼ିଛି । କୁମ୍ଭୀରକୁ ନେଇ ରେବ ନଦୀ ନିକଟରେ ଲୋକ ଭିଡ଼ ଦେଖିବାକୁ ମିଳିଛି । ଏହାକୁ ନେଇ ଲୋକଙ୍କ ସତର୍କ କରାଇଛି ବନ ବିଭାଗ । ସେପଟେ କେବେ କୁମ୍ଭୀରକୁ ନଦୀରୁ କଢ଼ାଯିବ ସେନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଏହି ନଦୀକୁ ସ୍ଥାନୀୟ ଗାଁର ଲୋକେ ଗାଧୋଇବାକୁ ଆସିଥାନ୍ତି । ଏହାଛଡ଼ା ନଦୀର ଜଳ ଜମିରେ ମଧ୍ୟ ମଡ଼ାଇଥାନ୍ତି। ତେବେ କୁମ୍ଭୀର ଆତଙ୍କ ଯୋଗୁଁ ସେସବୁ ଏବେ ବନ୍ଦ ରହିଛି। ଯଥାଶୀଘ୍ର କୁମ୍ଭୀରକୁ ନଦୀରୁ କାଢ଼ିବାକୁ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.