ଭଦ୍ରକରୁ ଉଦ୍ଧାର ହେଲା ରଙ୍ଗ ବଦଳାଉଥିବା ବହୁରୂପୀ ଏଣ୍ଡୁଅ

author img

By

Published : Sep 29, 2022, 10:26 AM IST

ଭଦ୍ରକରୁ ଉଦ୍ଧାର ହେଲା ରଙ୍ଗ ବଦଳାଉଥିବା ବିଲୁପ୍ତ ବହୁରୂପୀ ଏଣ୍ଡୁଅ

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ରହଣିଆ ଗ୍ରାମରୁ ଏକ ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅ ଉଦ୍ଧାର । ବନ ବିଭାଗ ପକ୍ଷରୁ ଏହି ଏଣ୍ଡୁଅକୁ ଉଦ୍ଧାର କରାଯାଇ ଧାମନଗର ଜଙ୍ଗଲରେ ଛଡାଯାଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

ଭଦ୍ରକ: ଏକ ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅ ଉଦ୍ଧାର । ଏହି ବିଲୁପ୍ତ ପ୍ରାୟ ଦୁର୍ଲଭ ବହୁରୂପୀ ଏଣ୍ଡୁଅଟି ଉଦ୍ଧାର ହୋଇଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ରହଣିଆ ଗ୍ରାମରେ । ଏହି ବିଲୁପ୍ତ ପ୍ରାୟ ବହୁରୂପୀ ଏଣ୍ଡୁଅ ଶରୀରର ସବୁଠାରୁ ଆଶ୍ଚର୍ଯ୍ୟକର କଥା ବହୁରୂପୀ ବିରଳ ଏଣ୍ଡୁଅଟି ୧୦ ମିନିଟରେ ବଦଳାଉଛି ୧୦ ପ୍ରକାର ରଙ୍ଗ ।

ଭଦ୍ରକରୁ ଉଦ୍ଧାର ହେଲା ରଙ୍ଗ ବଦଳାଉଥିବା ବିଲୁପ୍ତ ବହୁରୂପୀ ଏଣ୍ଡୁଅ

ଖବର ଅନୁଯାୟୀ, ଗ୍ରାମର ସୁରେନ୍ଦ୍ର ଜେନା ସକାଳୁ ନିକଟ ବଜାରକୁ ଯାଇଥିବା ବେଳେ ରାସ୍ତା କଡ ଏକ ମନ୍ଦିର ନିକଟରେ କ୍ଷତାକ୍ତ ଅବସ୍ଥାରେ ରଙ୍ଗ ବଦଳାଉଥିବା ଦେଖିଥିଲେ । ଏହି ବହୁରୂପୀ ଏଣ୍ଡୁଅକୁ ଦେଖି ଉଦ୍ଧାର କରି ଘରକୁ ନେଇ ଆସିଥିଲେ । ପରେ ତାର ପ୍ରାଥମିକ ଚିକିତ୍ସା କରି ତାକୁ ଏକ ସୁରକ୍ଷିତ ସ୍ଥାନରେ ରଖିବା ସହିତ ସ୍ଥାନୀୟ ସରପଞ୍ଚ ରଞ୍ଜନ ପରିଡ଼ାଙ୍କୁ ଜଣାଇଥିଲେ । ପରେ ଏହି ବହୁରୂପୀ ଏଣ୍ଡୁଅ କଥା ଚାରି ଆଡେ ପ୍ରଘଟ ହେବାପରେ ଏଣ୍ଡୁଅକୁ ଦେଖିବା ପାଇଁ ସୁରେନ୍ଦ୍ରଙ୍କ ବାସ ଭବନକୁ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା ।

ଏହା ମଧ୍ୟ ପଢନ୍ତୁ:Gas Leak In Prawn Processing Plant: ବାଲେଶ୍ୱର ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ ଲିକ, ୨୫ରୁ ଅଧିକ ଅସୁସ୍ଥ

ତେବେ ସ୍ଥାନୀୟ ସରପଞ୍ଚ ରଞ୍ଜନ ପରିଡ଼ା ସୁରେନ୍ଦ୍ରଙ୍କ ଘରେ ପହଞ୍ଚି 10 ମିନିଟରେ 10 ପ୍ରକାର ରଙ୍ଗ ବଦଳାଉଥିବା ଏଣ୍ଡୁଅକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଭଣ୍ଡାରୀପୋଖରୀ ବନ ବିଭାଗର ଫରେଷ୍ଟର ଏବଂ ଆଖୁଆପଦା ବିଟ୍ ଫରେଷ୍ଟ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ଏହି ରଙ୍ଗ ବଦଳାଉଥିବା ବହୁରୂପୀ ଏଣ୍ଡୁଅକୁ ପରୀକ୍ଷଣ କରିବା ସହିତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ସୁରେନ୍ଦ୍ର ସ୍ଥାନୀୟ ସରପଞ୍ଚ ସମେତ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ବନ ବିଭାଗକୁ ଏହି ବିରଳ ବିଲୁପ୍ତ ପ୍ରାୟ ବହୁରୂପୀ ଏଣ୍ଡୁଅକୁ ହସ୍ତାନ୍ତର କରିଥିଲେ । ତେବେ ବନ ବିଭାଗ ପକ୍ଷରୁ ଉକ୍ତ ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅକୁ ଉଦ୍ଧାର ପୂର୍ବକ ଚିକିତ୍ସା କରାଯାଇ ସ୍ଥାନୀୟ ଧାମନଗର ଜଙ୍ଗଲରେ ଛଡାଯାଇଥିବା ସୂଚନା ମିଳିଛି ।

ଏନେଇ ରହଣିଆ ସରପଞ୍ଚ ରଞ୍ଜନ ପରିଡା କହିଛନ୍ତି ଯେ, ‘‘ଗ୍ରାମର ସୁରେନ୍ଦ୍ର ଜେନା ବୁଧବାର ସକାଳେ ବଜାରକୁ ଯିବା ସମୟରେ ଏହି ବିରଳ ପ୍ରଜାତିର ଏଣ୍ଡୁଅକୁ ଦେଖିଥିଲେ । ବୁଲା କୁକୁରଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ସେ ନିଜ ଘରକୁ ଆଣିଥିଲେ ।ଏହାପରେ ମୁଁ ଖବର ଦେଇଥିଲେ । ପରେ ମୁଁ ବନ ବିଭାଗକୁ ଖବର ଦେଇଥିଲି । ମୁଁ ସୁରେନ୍ଦ୍ର ବାବୁଙ୍କୁ ଧନ୍ୟବାଦ ଦେଉଛି ତାଙ୍କର ଏହି ମହତ କାର୍ଯ୍ୟ ପାଇଁଁ । ଆଜିକାଲି ଏଭଳି ବିରଳ ଜୀବ ପାଇଁ ବିକ୍ରି କରି ଦେଉଥିବା ବେଳେ ସେ ଉଦ୍ଧାର କରିଛନ୍ତି । ଏହି କାମ ପାଇଁ ନିହାତି ପ୍ରଶଂସାଯୋଗ୍ୟ ।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.